ETV Bharat / city

ପିପିଲିରେ ନିର୍ବାଚନୀ ହିଂସା, CEOଙ୍କ ନିକଟରେ ଫେରାଦ ହେଲା ବିଜେଡି

author img

By

Published : Apr 12, 2021, 1:55 PM IST

Updated : Apr 12, 2021, 8:28 PM IST

ପିପିଲି ନିର୍ବାଚନକୁ ନେଇ ବିଜେପି ଓ ବିଜେଡି କର୍ମୀ ହାତାହାତି ହୋଇଛନ୍ତି । ଏନେଇ ସିଇଓଙ୍କୁ ଭେଟିଛି ବିଜେଡି । ଅଧିକ ପଢନ୍ତୁ...

ପିପିଲିରେ ନିର୍ବାଚନୀ ହିଂସା, CEOଙ୍କ ନିକଟରେ ଫେରାଦ ହେଲା ବିଜେଡି
ପିପିଲିରେ ନିର୍ବାଚନୀ ହିଂସା, CEOଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ପିପିଲି ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ବଢୁଛି ନିର୍ବାଚନୀ ହିଂସା । ଏହି ନିର୍ବାଚନକୁ ନେଇ ହାତାହାତି ହୋଇଛନ୍ତି ବିଜେପି ଓ ବିଜେଡି । ଏହି ମାରପିଟ କାଣ୍ଡକୁ ନେଇ ବିଜେଡିର 5 ଜଣିଆ ଟିମ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ।

ପିପିଲିର ନିର୍ବାଚନୀ ତାତି ରାଜଧାନୀରେ ଉଷ୍ମତା ଭରୁଛି । ଆଉ ନିର୍ବାଚନୀ ହିଂସାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ପିପିଲିରେ ନିର୍ବାଚନୀ ହିଂସା ପ୍ରସଙ୍ଗକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର 5 ଜାଣିଆ ଟିମ ସୁଲତା ଦେଓ, ଶ୍ରୀମୟି ମିଶ୍ର, ସାଂସଦ ସୁଜିତ କୁମାର, ସସ୍ମିତ ପାତ୍ର ଓ ଲେନିନ ମହାନ୍ତି CEOଙ୍କୁ ଭେଟିଛନ୍ତି । ଏହି ମାରପିଟ ପରେ ବିଜେଡି କର୍ମୀମାନେ ରକ୍ତମୁଖା ହୋଇଛନ୍ତି ବୋଲି CEOଙ୍କୁ ଭେଟିବା ପରେ ବିଜେଡି ସାଂସଦ ସସ୍ମିତ ପାତ୍ର ପ୍ରତିକ୍ରିୟା ରଖିଛନ୍ତି ।

ରବିବାର ବିଜେପି କର୍ମୀମାନେ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଛନ୍ତି ବୋଲି ସେ କହିଛନ୍ତି । ଏଥିରେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଉକ୍ତ 2 ଜଣ ଗୁରୁତରଙ୍କୁ ଡେଲାଙ୍ଗ ଓ ଆଉ ଜଣେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମହିଳା କର୍ମଙ୍କୁ ଆକ୍ରମଣ ସହ ଅସଦାଚରଣ କରାଯାଇଛି । ଲୁଗାପଟା ଟଣାଓଟରା କରାଯାଇଛି । କର୍ମୀଙ୍କ କଥା ବୁଝିବାକୁ ଗଲାବେଳେ ମନ୍ତ୍ରୀ ସୁଶାନ୍ତ ସିଂହ ଓ ତାଙ୍କ ଗାଡିକୁ ଆକ୍ରମଣ ମଧ୍ୟ କରାଯାଇଛି । ୟୁପି ଓ ବିହାର ଭଳି ଓଡ଼ିଶାରେ ବିଜେପି ହିଂସାର ଟ୍ରେଣ୍ଡ ବଢ଼େଇବା ଲାଗି ବିଜେପି ପ୍ରୟାସ କରୁଛି ବୋଲି ସସ୍ମିତ ଅଭିଯୋଗ କରିଛନ୍ତି । ପିପିଲି ନିର୍ବାଚନ ହାରିବା ଭୟରେ ବିଜେପି ଏମିତି କରୁଥିବା ସସ୍ମିତ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 12, 2021, 8:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.