ETV Bharat / city

ସୁନ୍ଦରଗଡ BJP ପ୍ରାର୍ଥୀଙ୍କ ଟଙ୍କା ବାଣ୍ଟିବା ଘଟଣା: ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି - ସୁନ୍ଦରଗଡ ବିଜେପି ପ୍ରାର୍ଥୀଙ୍କ ଟଙ୍କା ବଣ୍ଟନ ଘଟଣା

ସୁନ୍ଦରଗଡ଼ ସଦରର ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରବୀର ନାୟକ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି ପ୍ରତିନିଧି ଦଳ । ଅଧିକ ପଢନ୍ତୁ

ସୁନ୍ଦରଗଡ ବିଜେପି ପ୍ରାର୍ଥୀଙ୍କ ଟଙ୍କା ବଣ୍ଟନ ଘଟଣା: ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି

author img

By

Published : Feb 24, 2022, 12:51 PM IST

ଭୁବନେଶ୍ବର: ସୁନ୍ଦରଗଡ଼ ସଦରର ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରବୀର ନାୟକ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି ପ୍ରତିନିଧି ଦଳ । ପରାଜୟ ଭୟରେ ହିଂସାର ପଥକୁ ଆପଣେଇ ନେଇଥିବା ଅଭିଯୋଗ କରିଛି ବିଜେଡି । ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ସୁନ୍ଦରଗଡ ବିଜେପି ପ୍ରାର୍ଥୀଙ୍କ ଟଙ୍କା ବଣ୍ଟନ ଘଟଣା: ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି

ସୁନ୍ଦରଗଡ଼ ସଦରର ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରବୀର ନାୟକ ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ନିକଟରେ ଦ୍ବାରସ୍ଥ ହୋଇଛି ବିଜେଡି । ଇଲେକ୍ଟୋରାଲ ମାଲ ପ୍ରାକ୍ଟିସ ନାଁରେ ହିଂସା ବଢ଼ାଉଛି ବିଜେପି ଏବଂ ତାହାସହ ବିଜେଡ଼ିର ଜଣେ ସଦସ୍ୟଙ୍କୁ ମାରିଦେଇଛନ୍ତି । ଯାହାକୁ ବିଜେଡି ଦୃଢ ନିନ୍ଦା କରିବା ସହ ବିଜେଡିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ଦ୍ଵାରସ୍ଥ ହୋଇଛନ୍ତି । ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ବିଜେପିର ହିଂସାତ୍ମକ କାଣ୍ଡ ବଢ଼ି ଚାଲିଥିବା ବେଳେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ରଖିଛି ବିଜେଡି ।

ଅଭିଯୋଗ ଅନୁଯାୟୀ, ପ୍ରବୀଣ କୁମାର ରାତି ଅଧରେ କେତେ ଜଣ ସମର୍ଥକଙ୍କୁ ନେଇ ଟଙ୍କା ବାଣ୍ଟୁଥିଲେ । ଦୁଇ ହାତରେ ପୁଳା ପୁଳା ଟଙ୍କା ଧରିଥିବାବେଳେ କିଞ୍ଜିର୍ମାରେ ସେ ଧରା ପଡିଛନ୍ତି । ବିଜେଡି କର୍ମୀମାନେ ତାଙ୍କୁ ଅଟକ ରଖିବା ସହ ଘଟଣା ସଂପର୍କରେ ନିର୍ବାଚନ ପର୍ଯ୍ୟବେକ୍ଷକ, ଜିଲ୍ଲାପାଳ, ଏସପିଙ୍କୁ ଅବଗତ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.