ଭୁବନେଶ୍ୱର: ନାମାଙ୍କନ ପତ୍ର ଦାଖଲ ପରେ ଆରମ୍ଭ ହୋଇଛି ପୌର ଫାଇଟ । ଭୁବନେଶ୍ୱର ମେୟର ପଦ ହାତେଇବା ପାଇଁ ୩ ପ୍ରମୁଖ ଦଳ ମଧ୍ୟରେ କସରତ ଆରମ୍ଭ ହୋଇଛି । ନାମାଙ୍କନ ପତ୍ର ଦାଖଲ ପରେ ମଙ୍ଗଳବାର ଠାରୁ ପ୍ରଚାର ମୈଦାନକୁ ଲମ୍ଫ ମାରିଛନ୍ତି ପ୍ରାର୍ଥୀ । ଏହି କ୍ରମରେ ଭୁବନେଶ୍ୱର ମହାନଗର ନିଗମର ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ଆଜି (ବୁଧବାର) ପାର୍କରେ ବୁଲି ବୁଲି ପ୍ରଚାର କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: Municipal Campaign: ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ ସୁଲୋଚନାଙ୍କ ପ୍ରଚାର ଜୋରଦାର
ସୁଲୋଚନା ପୋଖରିପୁଟ ସ୍ଥିତ ମଧୁସୂଦନ ପାର୍କରେ ବୁଲି ବୁଲି ପ୍ରଚାର କରିଛନ୍ତି। ମର୍ଣ୍ଣିଂ ଓ୍ବାକରେ ଆସିଥିବା ସହରବାସୀ ତଥା ବରିଷ୍ଠ ନାଗରିକଙ୍କୁ ଭେଟି ଭୋଟ ଭିକ୍ଷା କରିଛନ୍ତି। ସାଥିରେ ସ୍ଥାନୀୟ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ ବିଜେଡି କର୍ମୀ ସାମିଲ ହୋଇଥିଲେ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ