ETV Bharat / city

ଜୁନାଗଡ ଗଣଦୁଷ୍କର୍ମରେ ବିଜେଡି ଲିଙ୍କକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଖଣ୍ଡନ - ଜୁନାଗଡ ଗଣଦୁଷ୍କର୍ମରେ ବିଜେଡି ଲିଙ୍କ

ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ବିଜେଡି ନେତାଙ୍କ ଲିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 27, 2019, 3:29 PM IST

ଭୁବନେଶ୍ବର: ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ବିଜେଡି ନେତାଙ୍କ ଲିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ବିଜେପି ପକ୍ଷରୁ କରାଯାଇଥିବା ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ସେ କହିଛନ୍ତି । ଏହାଛଡା ଘଟଣାକୁ ରାଜନୀତିକରଣ କରାନଯାଉ ବୋଲି ସେ ମତ ରଖିଛନ୍ତି।

ଦିବ୍ୟଶଙ୍କର ଅଭିଯୋଗରେ ପ୍ରତିକ୍ରିୟା ଦେଇ କହିଛନ୍ତି କି ଏହା ଏକ ସମ୍ବେଦନଶୀଳ ଘଟଣା । ପୋଲିସ ତାର ଦାୟିତ୍ବ ଶତ ପ୍ରତିଶତ ନିର୍ବାହ କରୁଛି । ସୂଚନା ଅନୁସାରେ ଗଣଦୁଷ୍କର୍ମ ପୀଡିତାଙ୍କ ବୟାନକୁ ଭିତ୍ତି କରି ଏହି ଘଟଣାରେ ବିଜେଡି ନେତାଙ୍କ ଲିଙ୍କ ଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏହି ଅଭିଯୋଗ କରିଥିଲେ । ଏଥିସହ ପୀଡିତାଙ୍କୁ ଲିଫ୍ଟ ଦେଇଥିବା ଡ୍ରାଇଭର ଲଳିନ୍ଦ୍ର ଶବରକୁ ପୋଲିସ କାହିଁକି ଛାଡିଲା ତାର ଖୁଲାସା କରାଯାଉ ବୋଲି ଲେଖାଶ୍ରୀ ଦାବି କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେ କହିଥିଲେ କି ଲଳିନ୍ଦ୍ର ଶବର କଳାହାଣ୍ଡି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରବୋଧ ରଥଙ୍କ ବସ ଡ୍ରାଇଭର । ବିଜେଡି ନେତାଙ୍କ ଡ୍ରାଇଭର ହୋଇଥିବାରୁ ତାଙ୍କୁ ଛାଡି ଦିଆଯାଇଛି । ଲଳିନ୍ଦ୍ରଙ୍କୁ ଖସାଇବାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବଡ ଭୂମିକା ରହିଛି । ଗଣଦୁଷ୍କର୍ମ ମାମଲାରେ ଦିବ୍ୟଶଙ୍କର କ’ଣ ପାଇଁ ଆଗୁଆ ମୁଣ୍ଡ ପୂରାଇଲେ ବୋଲି ମଧ୍ୟ ଲେଖାଶ୍ରୀ ପ୍ରଶ୍ନ କରିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ବିଜେଡି ନେତାଙ୍କ ଲିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ବିଜେପି ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହାଛଡ଼ା ଘଟଣାକୁ ରାଜନୀତିକରଣ କରାନଯାଉ ବୋଲି ସେ କହିଛନ୍ତି । ଏହା ଏକ ସମ୍ବେଦନଶୀଳ ଘଟଣା । ପୁଲିସ ତାର ଦାୟିତ୍ୱ ଶତପ୍ରତିଶତ ନିର୍ବାହ କରୁଛି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।

Body:ସୂଚନା ଅନୁସାରେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବୟାନକୁ ଭିତ୍ତି କରି ଏହି ଘଟଣାରେ ବିଜେଡି ନେତାଙ୍କ ଲିଙ୍କ ଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏହି ଅଭିଯୋଗ କରିଥିଲେ । ଏଥିସହ ପୀଡ଼ିତାଙ୍କୁ ଲିଫ୍ଟ ଦେଇଥିବା ଡ୍ରାଇଭର ଲଳିନ୍ଦ୍ର ଶବରକୁ ପୁଲିସ କାହିଁକି ଛାଡ଼ିଲା ତାର ଖୁଲାସା କରାଯାଉ ବୋଲି ଶ୍ରୀମତୀ ସାମନ୍ତସିଂହାର ଦାବି କରିଥିଲେ ।

Conclusion:ସେ କହିଥିଲେ ଯେ, ଲଳିନ୍ଦ୍ର ଶବର ଜଣେ ବିଜେଡି ନେତାଙ୍କ ବସର ଡ୍ରାଇଭର । ଲଳିନ୍ଦ୍ର କଳାହାଣ୍ଡି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରବୋଧ ରଥଙ୍କ ବସର ଡ୍ରାଇଭର । ବିଜେଡି ନେତାଙ୍କ ଡ୍ରାଇଭର ହୋଇଥିବାରୁ ତାଙ୍କୁ ଛାଡ଼ି ଦିଆଯାଇଛି । ଲଳିନ୍ଦ୍ରଙ୍କୁ ଖସାଇବାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବଡ଼ ଭୂମିକା ରହିଛି । ଗୁଣଦୁଷ୍କର୍ମ ମାମଲାରେ ଦିବ୍ୟଶଙ୍କର କଣ ପାଇଁ ଆଗୁଆ ମୁଣ୍ଡ ପୂରାଇଲେ ବୋଲି ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ କରିଥିଲେ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.