ଭୁବନେଶ୍ବର: ମଙ୍ଗଳବାର ବିଧାନସଭାରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ସୋମବାର ବସିଛି ବିଜେଡି ବିଧାୟକ ଦଳ ବୈଠକ । ବର୍ତ୍ତମାନ ବିଜେଡ଼ି ବିଧାୟକ ଦଳ ବୈଠକ ଆରମ୍ଭ ହୋଇସାରିଛି ।
କୋରୋନା କଟକଣା ନେଇ ଦୁଇଟି କକ୍ଷରେ ବସିଛନ୍ତି ସମସ୍ତ ବିଧାୟକ । ଭିଡ଼ିଓ କନଫରେସିଂରେ ମାଧ୍ୟମରେ ଅଧକ୍ଷତା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ରାଜ୍ୟରେ କୋଭିଡ ମ୍ୟାନେଜମେଣ୍ଟ, ବିଶ୍ବବିଦ୍ୟାଳୟ ଆଇନ ଭଳି ପ୍ରସଙ୍ଗକୁ ନେଇ ବିରୋଧି ବିଜେପି ଏବଂ କଂଗ୍ରେସ ଶାସକ ଦଳକୁ ଘେରିବାକୁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଶାସକ ବିଜେଡ଼ିର ଆଜିର ଋଣନୀତି ଉପରେ ରହିଛି ସଭିଙ୍କ ନଜର ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ