ଭୁବନେଶ୍ବର: ଆମେ ସମସ୍ତେ ନିଜର ଓ ସମ୍ପର୍କୀୟଙ୍କ ଜନ୍ମଦିନକୁ ଟିକେ ଭିନ୍ନ ଉପାୟରେ ପାଳନ କରିବା ଲାଗି ସବୁବେଳେ ପ୍ରୟାସ କରୁ । କିନ୍ତୁ ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଟିକେ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ଜନ୍ମଦିନ । ଜନ୍ମଦିନରେ ଶରୀର ଓ ଅଙ୍ଗଦାନ ଅଭିଯାନରେ ସାମିଲ ହେବା ନେଇ କରିଛନ୍ତି ଘୋଷଣା ।
ଜନ୍ମଦିନରେ ମହତ ପଦକ୍ଷେପ, ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ଶ୍ରୀମୟୀ ଆଜି (ଶନିବାର) ସମାଜ କାର୍ଯ୍ୟାଳୟରେ ‘ଶରୀର ଓ ଅଙ୍ଗଦାନ ଅଭିଯାନ’ ସଭାପତି ତଥା ଲୋକସେବକ ମଣ୍ଡଳର ସମ୍ପାଦକ ଡଃ ପ୍ରଭାସ ଆଚାର୍ଯ୍ୟ ଓ ଅନୁଷ୍ଠାନର ଅନ୍ୟ କର୍ମକର୍ତ୍ତାଙ୍କୁ ଭେଟିଥିଲେ ଶ୍ରୀମୟୀ । ମୃତ୍ୟୁ ପରେ ତାଙ୍କର ଶରୀରକୁ ଅନ୍ୟକୁ ଦାନ କରିବା ନିମନ୍ତେ ଆନୁଷ୍ଠାନିକ ଚୁକ୍ତିବଦ୍ଧ ଓ ସତ୍ୟପାଠ କରିଛନ୍ତି ଶ୍ରୀମୟୀ ।
ଜନ୍ମଦିନରେ ମହତ ପଦକ୍ଷେପ, ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହେଲେ ଶ୍ରୀମୟୀ ସଚେତନତାର ଅଭାବ ହେଉ କି ଅନ୍ଧବିଶ୍ୱାସ ଯୋଗୁଁ ଭାରତରେ ଆଖିଦୃଶିଆ ଅଙ୍ଗଦାନ ହୋଇପାରିନାହିଁ । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ପ୍ରତିବର୍ଷ ପ୍ରାୟ ୫ଲକ୍ଷ ଲୋକଙ୍କର ଶରୀରର ବିଭିନ୍ନ ଅଙ୍ଗ ଅକାମୀ ହୋଇଯାଉଥିବାରୁ ସେମାନଙ୍କର ମୃତ୍ୟୁ ହେଉଛି । ତେଣୁ ଅଙ୍ଗଦାନ କରି ଯଦି ଏଭଳି ଲୋକଙ୍କ ମୁହଁରେ ଓ ସେମାନଙ୍କର ପରିବାର ମୁହଁରେ ଟିକେ ହସ ଫୁଟାଇ ପାରିବା ଲାଗି ପ୍ରୟାସ କରିଛନ୍ତି ଶ୍ରୀମୟୀ । ତା’ହେଲେ ଏହାଠାରୁ ବଡ଼ ମହତ କାମ ଓ ଆତ୍ମସନ୍ତୋଷ ଆଉ କିଛି ହୋଇନପାରେ ବୋଲି ଶ୍ରୀମୟୀ କହିଛନ୍ତି । ଅଙ୍ଗଦାନ ମହତ ଦାନ । ମୃତ୍ୟୁପରେ ସ୍ୱେଚ୍ଛାକୃତ ଅଙ୍ଗଦାନକୁ ପ୍ରୋତ୍ସାହିତ କରାଗଲେ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇ ହେବ ବୋଲି ଶ୍ରୀମୟୀ କହିଛନ୍ତି ।
ଜନ୍ମଦିନରେ ମହତ ପଦକ୍ଷେପ, ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହେଲେ ଶ୍ରୀମୟୀ ନିକଟରେ ଦିଲ୍ଲୀରେ ମାତ୍ର ୨୦ମାସର ଶିଶୁ ବ୍ରେନ୍ ଡେଡ୍ ଅବସ୍ଥାରେ ନିଜର ଅଙ୍ଗଦାନ କରି ୫ଜଣଙ୍କ ଜୀବନକୁ ବଂଚାଇ ପାରିଛି । ତେଣୁ ମୃତ୍ୟୁ ପରେ ମୋ’ର ଶରୀର ଅନ୍ୟ କାହାରି ଜୀବନ ବଞ୍ଚାଇ ପାରିବ ବୋଲି ଶ୍ରୀମୟୀ ଆଶା ରଖିଛନ୍ତି । ଚିକିତ୍ସା ବିଜ୍ଞାନ ଗବେଷଣା ପାଇଁ ଉପଯୋଗ ହେଉ ବୋଲି ଆଶା ରଖି ଅଙ୍ଗଦାନ ନିମନ୍ତେ ସେ ଚୁକ୍ତିବଦ୍ଧ ହୋଇଥିବା ସୂଚନା ଦେଇଛନ୍ତି । ମୃତ୍ୟୁ ପରେ ଯଦି ଆମର ଶରୀର ଅନ୍ୟର କାମରେ ଆସିପାରୁଛି ଓ ଅନ୍ୟମାନଙ୍କ ଜୀବନ ବଂଚାଇବାରେ ସହାୟକ ହେଇପାରୁଛି, ତା’ହେଲେ ଏଥିପ୍ରତି ସମସ୍ତେ ଆଗେଇ ଆସିବା ଉଚିତ୍ ବୋଲି ଶ୍ରୀମୟୀ କହିଛନ୍ତି । ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହୋଇଥିବାବେଳେ ‘ଶରୀର ଓ ଅଙ୍ଗଦାନ ଅଭିଯାନ’ କାର୍ଯ୍ୟାଳୟ ପରିସରରେ ‘ଦୈନିକ ସମାଜ’ର ପ୍ରିଣ୍ଟର ଓ ପବ୍ଲିସର ନିରଞ୍ଜନ ରଥ ଏବଂ କାର୍ଯ୍ୟକାରୀ ଜେନେରାଲ ମ୍ୟାନେଜର ପ୍ରିୟବ୍ରତ ମହାନ୍ତି, ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଆଶୀଷ ମିଶ୍ର, ଯୁବ ବିଜେଡି ରାଜ୍ୟ ସମ୍ପାଦକ ଅପର୍ଣ୍ଣା ଦାସ, ଛାତ୍ର ବିଜେଡି ସମ୍ପାଦିକା ପ୍ରୀତି ପ୍ରିୟଙ୍କା ଓ ଲକ୍ଷ୍ମୀପ୍ରିୟା ଦୀକ୍ଷିତ, ଛାତ୍ର ବିଜେଡି ଯୁଗ୍ମ ସମ୍ପାଦିକା ସୁପ୍ରୀତି ଶର୍ମା, ପୂର୍ଣ୍ଣିମା ବେହେରା ଓ ସୋନାଲି ସାହୁଙ୍କ ସମେତ କଟକ ପାନ୍ଥନିବାସର ମ୍ୟାନେଜର ତାରିକ୍ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ