ETV Bharat / city

ବିଜେଡି ଓ ନବୀନଙ୍କ ସହ ଅଛି ସ୍ପଷ୍ଟ ଲୋକମତ କହିଲେ ଅମର

author img

By

Published : Oct 17, 2022, 8:36 PM IST

ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ସାଧାରଣ ଲୋକଙ୍କ ମତ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ବିଜୁ ଜନତା ଦଳ ସରକାରଙ୍କ କାର୍ଯ୍ୟକ୍ରମ ସହ ଅଛି । ବିଜେଡିରୁ ଯିଏ ପ୍ରତିନିଧିତ୍ବ କରିବ ଆଉ ଯିଏ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀ ସେ ବିଜୟ ଲାଭ କରିବ । ଅଧିକ ପଢନ୍ତୁ

ବିଜେଡିର ଦାବି, ବିଜେଡି ଓ ନବୀନଙ୍କ ସହ ଅଛି ସ୍ପଷ୍ଟ ଲୋକମତ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ( dhamnagar by poll ) ନେଇ ସ୍ପଷ୍ଟ ହୋଇଛି ପ୍ରାର୍ଥୀ ତାଲିକା । ନିର୍ବାଚନରେ ଅବତୀର୍ଣ୍ଣ ହେବେ 5 ପ୍ରାର୍ଥୀ । ମୁଖ୍ୟତଃ ବିଜେଡି, ବିଜେପି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବ ବୋଲି ସ୍ପଷ୍ଟ ହୋଇଛି । ବିଜେଡିରେ ବିଦ୍ରୋହୀ କରି ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ନାମାଙ୍କନ ପ୍ରତ୍ୟାହାର କରିନାହାଁନ୍ତି । ନିର୍ବାଚନରେ ରାଜେନ୍ଦ୍ରଙ୍କ ଇମ୍ପାକ୍ଟ ଆଶଙ୍କାକୁ ବିଜେଡି ଅଗ୍ରାହ୍ୟ କରିଛି ।

ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ସାଧାରଣ ଲୋକଙ୍କ ମତ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ବିଜୁ ଜନତା ଦଳ ସରକାରଙ୍କ କାର୍ଯ୍ୟକ୍ରମ ସହ ଅଛି । ବିଜେଡିରୁ ଯିଏ ପ୍ରତିନିଧିତ୍ବ କରିବ ଆଉ ଯିଏ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀ ସେ ବିଜୟ ଲାଭ କରିବ । ସେ ହେଉଛନ୍ତି ଅବନ୍ତି ଦାସ । ରାଜେନ୍ଦ୍ର ଦାସ ବ୍ୟକ୍ତିଗତ ଭାବେ କିଛି ଭୋଟ ସଂଗ୍ରହ କରି ପାରନ୍ତି । ମାତ୍ର ତାହା ଅତ୍ୟନ୍ତ ସୀମିତ ହେବ । ଲୋକଙ୍କ ସ୍ପଷ୍ଟ ମତ ଆମେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ (CM Naveen patnaik ) ସହ ଅଛୁ ।

ଏହାବି ପଢନ୍ତୁ-Dhamnagar By-Poll: ବିଜେଡି ହିଁ ଜିତିବ ଉପନିର୍ବାଚନ କହିଲେ ଦାମ ରାଉତ

ଏପରିକି ଯେଉଁମାନେ ରାଜେନ୍ଦ୍ର ଦାସଙ୍କ ସହ ନାମାଙ୍କନରେ ଆସିଥିଲେ ସେମାନେ ଏବେ ବିଜେଡି କାର୍ଯ୍ୟକ୍ରମରେ ସାମିଲ ହେଲେଣି । ତେଣୁ ରାଜେନ୍ଦ୍ରଙ୍କର କୌଣସି ପ୍ରଭାବ ନିର୍ବାଚନରେ ପଡିବନାହିଁ । ରାଜେନ୍ଦ୍ରଙ୍କୁ ମନେଇବା ପାଇଁ ଦଳ ଭିତରେ ଆମ ଉଦ୍ୟମ କରିଥିଲୁ । ମାନି ନଥିବାରୁ ଦଳ ତାର ଯାହା କାର୍ଯ୍ୟକ୍ରମ କରିବା କଥା କରିବ । ଦଳ ବିରୁଦ୍ଧରେ ଓ ଦଳର ନିଷ୍ପତ୍ତି ବିରୁଦ୍ଧରେ ଗଲେ ଯାହା କାର୍ଯ୍ୟକ୍ରମ ହେବା କଥା ହେବ । ରାଜେନ୍ଦ୍ର ଦାସଙ୍କ ଦ୍ଵାରା ଲୋକଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଧାମନଗର ନିର୍ବାଚନରେ ବିଜେଡ଼ି ପାଇଁ କିଛି ବି ଆହ୍ୱାନ ନାହିଁ । ଲୋକେ ତଳସ୍ତରରେ ଚର୍ଚ୍ଚା କରୁଛନ୍ତି ଯେ, ଆମେ ରାଜୁ ଦାସଙ୍କ ସହ ଥିଲୁ । ମାତ୍ର ସେ ଦଳ ବିରୁଦ୍ଧରେ ଗଲେ । କିଏ ତାଙ୍କ ସହ ଯିବ ବୋଲି ତାଙ୍କ ସହ ଥିବା କର୍ମୀ କହିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.