ETV Bharat / city

ବ୍ରଜରାଜନଗର ଉପନିର୍ବାଚନ: ବାହୁ ବଳ, ଅର୍ଥ ବଳ ବ୍ୟବହାର ଅଭିଯୋଗ ଏବେ ଇତିହାସ

ବ୍ରଜରାଜନଗର ଉପନିର୍ବାଚନରେ ଶାସକ ଦଳ ବାହୁ, ଟଙ୍କା ବଳ ଓ ସରକାରୀ କଳ ଲଗାଉଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ପରାଜୟ ପରେ ବାହୁ ବଳ, ଅର୍ଥ ବଳ ବ୍ୟବହାର ଅଭିଯୋଗ ନୂଆ ନୁହେଁ । ଏହା ଏବେ ଇତିହାସ ହୋଇଗଲାଣି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

ଅର୍ଥ ବଳ ବ୍ୟବହାର ଅଭିଯୋଗ ଏବେ ଇତିହାସ
ଅର୍ଥ ବଳ ବ୍ୟବହାର ଅଭିଯୋଗ ଏବେ ଇତିହାସ
author img

By

Published : May 20, 2022, 10:55 PM IST

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନରେ ଶାସକ ଦଳ ବାହୁ, ଟଙ୍କା ବଳ ଓ ସରକାରୀ କଳ ଲଗାଉଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ପରାଜୟ ପରେ ବାହୁ ବଳ, ଅର୍ଥ ବଳ ବ୍ୟବହାର ଅଭିଯୋଗ ନୂଆ ନୁହେଁ । ଏହା ଏବେ ଇତିହାସ ହୋଇଗଲାଣି ବୋଲି ସେ କହିଛନ୍ତି ।

ପ୍ରମିଳା କହିଛନ୍ତି ଯେ, ବିଜେଡି ସବୁବେଳେ ନିର୍ବାଚନ ଲାଗି ପ୍ରସ୍ତୁତ । ବ୍ରଜରାଜନଗର ଉପନିର୍ବାଚନରେ ବହୁତ ଭୋଟରେ ଜିତିବ ବିଜେଡି । ବିଜେଡିକୁ ସାଧାରଣ ଲୋକ ଭୋଟ ଦେଉଛନ୍ତି । ବିଜେଡିର ଉନ୍ନୟନମୂଳକ କାର୍ଯ୍ୟ ହିଁ ଭୋଟରେ ପରିଣତ ହେବ । ବ୍ରଜରାଜନଗରରେ ମଧ୍ୟ ବିଜେଡି ପ୍ରାର୍ଥୀ ବହୁ ଭୋଟରେ ବିଜୟ ହେବେ । ବିଜେଡିକୁ ନେଇ ଜନସାଧାରଣଙ୍କ ମଧ୍ୟରେ କୌଣସି ଅଶାନ୍ତି ନାହିଁ । ରାଜ୍ୟ ସରକାରଙ୍କ ଯୋଜନା ବାବଦରେ ଲୋକଙ୍କୁ ବୁଝା ଯାଉଛି । ସେମାନେ ଅଳକା ମହାନ୍ତିଙ୍କୁ ଭୋଟ ଦେବେ ବୋଲି ସ୍ଥିର କରି ସାରିଛନ୍ତି । ବିଜେପି ପାଖରେ ବହୁ ଟଙ୍କା ଅଛି । ନିର୍ବାଚନରେ ସମସ୍ତେ ସମସ୍ତଙ୍କୁ ଜଗନ୍ତି । ହାରିଲା ପରେ ସଭିଏଁ କୁହନ୍ତି ବାହୁ ବଳ, ଅର୍ଥ ବଳ ବ୍ୟବହାର ହୋଇଛି । ଏହା କିଛି ନୂଆ ଅଭିଯୋଗ ନୁହେଁ ।

ଏହା ଏବେ ଇତିହାସ ହୋଇଗଲାଣି । କିନ୍ତୁ ପୂର୍ବରୁ ବିଜେପି ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ପୂରଣ କରିପାରୁନି । ସାଧାରଣ ଲୋକଙ୍କ ପାଖକୁ ଯିବା ପାଇଁ ସେମାନଙ୍କ ପାଖରେ କିଛି ନାହିଁ । ତେଣୁ ଏଭଳି କଥା କହୁଛି । ଦରଦାମ ବୃଦ୍ଧି ନେଇ ଲୋକେ ବିଜେପିକୁ ପ୍ରଶ୍ନ କରୁଛନ୍ତି । ଯାହାର ଉତ୍ତର ବିଜେପି ପାଖରେ ନାହିଁ । ତେଣୁ ବିଜେପି ସରକାରୀ କଳ, ଅର୍ଥ ବଳ ବ୍ୟବହାର ନେଇ ମିଥ୍ୟା ଅଭିଯୋଗ କରୁଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.