ଭୁବନେଶ୍ବର: ଅଭିନେତ୍ରୀ ତଥା ବିଜେଡି ମୁଖପାତ୍ର ଏଲିନା ଦାସଙ୍କ ଟ୍ବିଟ୍ର ଆକାଉଣ୍ଟ ହ୍ୟାକ୍(Twitter account hack) । ଏଲିନାଙ୍କ ବ୍ୟକ୍ତିଗତ ଟ୍ବିଟର ହ୍ୟାଣ୍ଡେଲ ହ୍ୟାକ୍ ହୋଇଥିବା ଜଣାପଡିଛି । ଏନେଇ ସେ ସାଇବର ସେଲର ଦ୍ବାରସ୍ଥ ହୋଇଛନ୍ତି । ହ୍ୟାକର ଦ୍ବାରା ଟ୍ବିଟର ଆକାଉଣ୍ଟ ହ୍ୟାକ୍ ପରେ ଏଲିନାଙ୍କ ଫ୍ୟାନ୍ସ ଓ ଫଲୋଅର୍ସଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଛି ।
ସୋସିଆଲ ମିଡିଆରେ ସକ୍ରିୟା ରହିଛନ୍ତି ଏଲିନା । ବିଭିନ୍ନ ବିଷୟରେ ନିଜର ପ୍ରତିକ୍ରିୟା ସେ ସୋସିଆଲ ମିଡିଆ ମାଧ୍ୟମରେ ରଖିଥାନ୍ତି । ତେବେ ଅଫସିଆଲ ଟ୍ବିଟ୍ର ଆକାଉଣ୍ଟ ହ୍ୟାକ୍ ପରେ ସାଇବର ସେଲ୍କୁ ଅବଗତ କରାଇଛନ୍ତି । ପୂର୍ବରୁ ମଧ୍ୟ ଏଲିନାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଥିଲା । ଏନେଇ ଏଲିନା କହିଛନ୍ତି ଯେ, "ମୋର ସୋସିଆଲ ମିଡିଆ ଆକାଉଣ୍ଟ ବାରମ୍ବାର ହ୍ୟାକ୍ ହେଉଛି । ୫ଦିନ ହେବ ଟ୍ବିଟର ଆକାଉଣ୍ଟ ଖୋଲି ନଥିଲି । ଆଜି ଖୋଲିଲା ବେଳେ ଆଉ ଖୋଲିଲା ନାହିଁ । ଏହା ପୂର୍ବରୁ ମଧ୍ୟ ମୋର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇଥିଲା । ଏବେ ଟ୍ବିଟର ଆକାଉଣ୍ଟ ହ୍ୟାକ ହେବା ପରେ ମୁଁ ବାଧ୍ୟ ହୋଇ ସାଇବର ସେଲ୍ର ଦ୍ବାରସ୍ଥ ହୋଇଛି ।"
ଇଟିଭି ଭାରତ, ଭୁବନେଶ୍ବର