ETV Bharat / city

ଦଳ ବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା, ନିଲମ୍ବିତ ହେଲେ ବିଜେଡି ନେତା ରଘୁରାମ ମାଛ - ବିଜେଡିରୁ ନିଲମ୍ବିତ ହେଲେ ବିଜେଡି ନେତା ରଘୁରାମ ମାଛ

ଦଳ ବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା, ବିଜେଡିରୁ ନିଲମ୍ବିତ ହେଲେ କୋରାପୁଟର ବିଜେଡ଼ି ବିଧାୟକ ପ୍ରାର୍ଥୀ ରଘୁରାମ ମାଛ । ଅଧିକ ପଢନ୍ତୁ...

bjd leader and mla candidate Raghuram machha suspended from bjd for anti party activities
ଦଳ ବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା, ନିଲମ୍ବିତ ହେଲେ ବିଜେଡି ନେତା ରଘୁରାମ ମାଛ
author img

By

Published : Aug 1, 2021, 9:32 PM IST

Updated : Aug 1, 2021, 10:07 PM IST

ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା । ଶେଷରେ ଦଳରୁ ନିଲମ୍ବନ କଲେ ନବୀନ । ଦଳ ବିରୋଧୀ କାର୍ଯ୍ୟ କରି ନିଲମ୍ବିତ ହୋଇଛନ୍ତି କୋରାପୁଟ ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ରଘୁରାମ ମାଛ । ଏ ନେଇ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

bjd leader and mla candidate Raghuram machha suspended from bjd for anti party activities
ଦଳ ବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା, ନିଲମ୍ବିତ ହେଲେ ବିଜେଡି ନେତା ରଘୁରାମ ମାଛ

୨୦୧୪ ମସିହାରେ କୋରାପୁଟ ବିଧାୟକ ରଘୁରାମ ପୋଡାଲଙ୍କୁ ଟିକଟ ନ ଦେଇ ରଘୁରାମ ମାଛଙ୍କୁ ବିଜୁ ଜନତା ଦଳ କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ କରିଥିଲା । କିନ୍ତୁ ସେ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ସଗରିଆଙ୍କ ଠାରୁ ପରାଜିତ ହୋଇଥିଲେ। ଦଳର ଏକ କର୍ମୀ ଭାବରେ ରହି କାର୍ଯ୍ୟ କରୁଥିଲେ । ସେ ଲମତାପୁଟ ବ୍ଲକର ବିଜେଡିର ଦାୟିତ୍ବରେ ଥିଲେ ।

ଗତ କିଛିଦିନ ହେଲା ସେ ଦଳ ବିରୋଧୀ କାର୍ଯ୍ୟ ଜାରି ରଖିଥିଲେ । ଏ ନେଇ ଜିଲ୍ଲାର ନେତା ଓ ପର୍ଯ୍ୟବେକ୍ଷକ ମାନେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟତା ଥିବା ପ୍ରମାଣିତ ହେବା ପରେ ଦଳରୁ ନିଲମ୍ବନ କରିଛନ୍ତି ନବୀନ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

Last Updated : Aug 1, 2021, 10:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.