ETV Bharat / city

ଦଳୀୟ କାର୍ଯ୍ୟାଳୟରେ ବିଜେଡି ପାଳୁଛି ବିଶ୍ବ ଜନଜାତି ଦିବସ

author img

By

Published : Aug 9, 2021, 4:41 PM IST

ଆଦିବାସୀ ଜନଜାତି ଓ ପଛୁଆ ବର୍ଗର ଲୋକଙ୍କର ଭାଷା, ସଂସ୍କୃତି, ପରମ୍ପରା ଓ ସୁରକ୍ଷାକୁ ପ୍ରଚାର ପ୍ରସାର ସହ ସମାଜରେ ଆଗକୁ ବଢିବା ନେଇ ବିଜେଡି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ପାଳିତ ହେଉଛି ଜନଜାତି ଦିବସ । ଅଧିକ ପଢନ୍ତୁ...

ଦଳୀୟ କାର୍ଯ୍ୟାଳୟରେ ବିଜେଡି ପାଳୁଛି ବିଶ୍ବ ଜନଜାତି ଦିବସ
ଦଳୀୟ କାର୍ଯ୍ୟାଳୟରେ ବିଜେଡି ପାଳୁଛି ବିଶ୍ବ ଜନଜାତି ଦିବସ

ଭୁବନେଶ୍ବର: ପାଳିତ ହେଉଛି ବିଶ୍ବ ଜନଜାତି ଦିବସ । ବିଜେଡିର ମୁଖ୍ୟ କାର୍ଯ୍ୟାଳୟରେ ଜନଜାତି ଦିବସ ପାଳନ କରାଯାଉଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବେଶ ଧୁମଧାମରେ ପାଳନ କରାଯାଉଛି । ଏନେଇ ବିଜୁ ଜନତା ଦଳ ତରଫରୁ କାର୍ଯ୍ୟାଳୟ ପରିସରରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳ ମୁଖ୍ୟାଳୟର ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ଜନଜାତିଙ୍କ ସମସ୍ୟା ଓ ତାହାର ସମାଧାନ ବାବଦରେ ଆଲୋଚନା କରାଯାଇଛି । ଏହା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ସୂଚନା ଦିଆଯାଇଛି ।

ଏହି ଜନଜାତି ଦିବସ କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ଆଦିବାସୀ ଏବଂ ଜନଜାତି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ମନ୍ତ୍ରୀ ଅଶୋକ ପଣ୍ଡା, ପଦ୍ମିନୀ ଦିଆନ, ବିଧାୟକ ସୁଶାନ୍ତ ରାଉତ, ଦଳୀୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.