ETV Bharat / city

ଆସନ୍ତାକାଲି ବିଜେଡି କାର୍ଯ୍ୟକାରିଣୀ ବୈଠକ: 25 ଲକ୍ଷ ସଭ୍ୟ ସଂଗ୍ରହ କରିବ ଦଳ

author img

By

Published : Dec 17, 2020, 6:23 PM IST

Updated : Dec 17, 2020, 9:59 PM IST

ଆସନ୍ତାକାଲି ବିଜେଡିର କାର୍ଯ୍ୟକାରିଣୀ ବୈଠକ ନେଇ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଆସନ୍ତାକାଲି ବିଜେଡି କାର୍ଯ୍ୟକାରିଣୀ ବୈଠକ: ୨୫ ଲକ୍ଷ ସଭ୍ୟ ସଂଗ୍ରହ ଏଥର ଦଳର ଲକ୍ଷ

ଭୁବନେଶ୍ବର: ବିଜେଡିର କାର୍ଯ୍ୟକାରିଣୀ ବୈଠକ ଆସନ୍ତାକାଲି(ଶୁକ୍ରବାର) ବସିବ । ବୈଠକ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଦଳର ଏଜେଣ୍ଡା କଣ ରହିବ ସେନେଇ ଦଳର ଛାମୁଆ ସଙ୍ଗଠନ, ଯୁବ ଛାତ୍ର ମହିଳା ଓ୍ବିଙ୍ଗ ବେଶ ତତ୍ପର ଅଛନ୍ତି । ଜିଲ୍ଲାରେ ସଭ୍ୟ ସଂଗ୍ରହକୁ ଜୋରଦାର କରିବା ପାଇଁ ଦଳ ରୋଡମ୍ୟାପ ପ୍ରସ୍ତୁତି କରିବା ସହ ଏଥର 25 ଲକ୍ଷ ସଭ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛି ବିଜେଡି ।

ଆସନ୍ତାକାଲି ବିଜେଡି କାର୍ଯ୍ୟକାରିଣୀ ବୈଠକ: ଦଳର ମୁଖ୍ୟ ଲକ୍ଷ୍ୟ 25 ଲକ୍ଷ ସଭ୍ୟ ସଂଗ୍ରହ

ଆସନ୍ତା 21 ତାରିଖରେ ଦଳର ରାଜ୍ୟ ପରିଷଦରେ ବୈଠକ ବସିବ । ବିଶେଷକରି ଦଳର ସଙ୍ଗଠନକୁ ମଜବୁତ କରିବା ନେଇ ଫୋକସ ରହିବ । ସାଙ୍ଗଠନିକ, ରାଜନୈତିକ ଓ ଆର୍ଥିକ ଚିଠା ପ୍ରସ୍ତାବ ସହ ଦଳର ଆଗାମୀ ରଣନୀତି ନେଇ ମଧ୍ୟ ଆଲୋଚନା କରାଯିବ । ଏହାବ୍ୟତୀତ ନବ ନିର୍ବାଚିତ ସଭ୍ୟମାନଙ୍କ ଦାୟିତ୍ବ ବଣ୍ଟନ ସହ 32 ଟି ସାଙ୍ଗଠନିକ ଜିଲ୍ଲାରେ ସଭ୍ୟ ସଂଗ୍ରହକୁ ଜୋରଦାର କରିବା ପାଇଁ ଦଳ ରୋଡମ୍ୟାପ ପ୍ରସ୍ତୁତି କରିବ । ଏହାସହ କୋରୋନା ମୁକାବିଲା, ପୁରୀ ଓ ଲିଙ୍ଗରାଜ ମନ୍ଦିର ବିକାଶ ପାଇଁ ସରକାରଙ୍କୁ ଧନ୍ୟବାଦ ଦିଆଯିବ । ଆଗାମୀ ଦିନରେ ଯୁବ ଜନତା ଦଳକୁ ମଜବୁତ କରିବାକୁ ଲକ୍ଷ୍ୟ ରହିଛି ବୋଲି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Dec 17, 2020, 9:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.