ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଶନିବାର ପୁଣି ଶାସକ ଦଳକୁ ଘେରିଛି ରାଜ୍ୟ ବିଜେପି । ବିଜେପି ମୁଖପାତ୍ର ସୁରଥ ବିଶ୍ବାଳ କହିଛନ୍ତି ଅଭିଯୁକ୍ତ କିଏ କିଏ? ଶାସକ ଦଳ ଚାହୁଁ ନାହିଁ ତାହା ତଦନ୍ତ କରିବାକୁ ପ୍ରମାଣ କରିବାକୁ । ଫଟୋ ଯାହାର ବାହାରିଲା । ଯାହା ନାଁ ଏହି ପ୍ରସଙ୍ଗରେ ସାମ୍ନାକୁ ଆସିଲା । ତାହାର ତଦନ୍ତ ହେଉ । ଯେଉଁ ଲୋକଙ୍କ ନାଁରେ ଅଭିଯୋଗ ଆଉ ପ୍ରମାଣ ରହିଛି ତଦନ୍ତ ହେଉନାହିଁ କାହିଁକି ? ରାଜ୍ୟ ସରକାର କାହିଁକି ଚୁପ ରହିଛନ୍ତି । ଦେଖାଣିଆ ଭାବେ ଖାଲି ଜଣଙ୍କୁ ପ୍ରଚାରକ ତାଲିକାରୁ ବାଦ ଦେଲେ କଣ ହେବ?
ଶାସକ ଦଳର 70 ବିଧାୟକଙ୍କ ସଂପର୍କ ଥିଲା ଅର୍ଚ୍ଚନା ସହ । ତେଣୁ ଆଉ ଯେଉଁ ମାନେ ପ୍ରଚାରକ ତାଲିକାରେ ଅଛନ୍ତି ସେମାନଙ୍କ ନାଁ କଣ ନାହିଁ କି ବୋଲି ପ୍ରଶ୍ନ କରିଛି ବିଜେପି ।
ଇଟିଭି ଭାରତ, ଭୁବନେଶ୍ବର