ETV Bharat / city

ସଂସଦରେ ବିଜୁ ବାବୁଙ୍କୁ ‘ଭାରତ ରତ୍ନ’ ପ୍ରଦାନ ଦାବି କଲା ବିଜେଡି - ବାଜୁ ବାବୁଙ୍କୁ ଭାରତ ରତ୍ନ

ସଂସଦରେ ବିଜୁ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ପ୍ରଦାନ ଦାବି କଲା ବିଜେଡି । ବିଜୁ ବାବୁଙ୍କ ଭଳି ଜଣେ ରାଷ୍ଟ୍ରବାଦୀ ନେତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାକୁ ଦାବି କରିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ଅଧିକ ପଢନ୍ତୁ...

ସଂସଦରେ ବାଜୁ ବାବୁଙ୍କୁ ‘ଭାରତ ରତ୍ନ’ ପ୍ରଦାନ ଦାବି କଲା ବିଜେଡି

author img

By

Published : Mar 17, 2021, 3:03 PM IST

ନୂଆଦିଲ୍ଲୀ: ସଂସଦରେ ଉଠିଲା ବିଜୁ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ପ୍ରଦାନ ଦାବି। ରାଜ୍ୟସଭାରେ ବିଜେଡି ସାଂସଦ ମୁନ୍ନା ଖାଁ ବିଜୁ ବାବୁଙ୍କୁ ‘ଭାରତ ରତ୍ନ’ ଦେବାକୁ ଦାବି କରିଛନ୍ତି । ବିଜୁ ବାବୁ ଜଣେ ରାଷ୍ଟ୍ରବାଦୀ ନେତା ଥିଲେ । ଜମ୍ମୁ-କାଶ୍ମୀରରେ ଆକ୍ରମଣ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲଙ୍କ ନେତୃତ୍ବରେ ବିଜୁ ବାବୁ ନିଜ ବିମାନରେ ପାଇଲଟିଂ କରି ପଞ୍ଜାବ ରେଜିମେଟରୁ ଶ୍ରୀନଗରରେ ପହଞ୍ଚିଥିଲେ । ଯେଉଁଥି ପାଇଁ ଆଜି ଜମ୍ମୁ-କାଶ୍ମୀର ଅଖଣ୍ଡ ରହିଛି ବୋଲି ସାଂସଦ କହିଛନ୍ତି ।

ବାଜୁ ବାବୁଙ୍କୁ ‘ଭାରତ ରତ୍ନ’ ପ୍ରଦାନ ଦାବି କଲା ବିଜେଡି

ସେହିପରି 60 ବର୍ଷ ପୂର୍ବରୁ ବିଜୁ ବାବୁ ଆତ୍ମନିର୍ଭର ଭାରତର ସ୍ବପ୍ନ ଦେଖିଥିଲେ। କାରଣ ତାଙ୍କ ଅଧିନରେ ଆରମ୍ଭ ହୋଇଥିବା କୋରାପୁଟର ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ( ହାଲ) ଯୋଗୁଁ ଆତ୍ମନିର୍ଭର ହେବାର ସୁଯୋଗ ମିଳିଛି । ବିଜୁ ବାବୁ ଏପରି ଜଣେ ସ୍ବାଧୀନତା ସଂଗ୍ରାମୀ ଯିଏ ତିନୋଟି ଦେଶ ପାଇଁ ଲଢେଇ କରିଥିଲେ । ଆଉ ଏଥିପାଇଁ ତାଙ୍କର ଅନ୍ତିମ ଯାତ୍ରାବେଳେ ଭାରତ ସମେତ ଇଣ୍ଡୋନେସିଆର ଜାତୀୟ ପତାକା ତାଙ୍କ ମୃତଦେହରେ ଢଙ୍କା ଯାଇଥିଲା ବୋଲି ମୁନ୍ନା ଖାନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.