ETV Bharat / city

BJPକୁ BJDର କାଉଣ୍ଟର, ଦୁର୍ବଳତା ଲୁଚାଇବାକୁ ଦୋଷ ଲଦୁଛି କହିଲେ ଲେନିନ

author img

By

Published : Jan 25, 2022, 7:30 PM IST

ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଆଣିବା ପରେ କାଉଣ୍ଟର କରିଛି ବିଜେଡି । ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଦଳ ଦୋଷ ଲଦୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଅଧିକ ପଢନ୍ତୁ

BJPକୁ BJDର କାଉଣ୍ଟର, ଦୁର୍ବଳତା ଲୁଚାଇବାକୁ ଦୋଷ ଲଦୁଛି କହିଲେ ଲେନିନ
BJPକୁ BJDର କାଉଣ୍ଟର, ଦୁର୍ବଳତା ଲୁଚାଇବାକୁ ଦୋଷ ଲଦୁଛି କହିଲେ ଲେନିନ

ଭୁବନେଶ୍ବର: ବିରୋଧୀଙ୍କୁ କାଉଣ୍ଟର କରିଛି ବିଜେଡି । ନିର୍ବାଚନ ପ୍ରଚାର ପାଇଁ ବିଜେଡ଼ି କୌଣସି ନିୟମ ମାନୁନଥିବା ବିଜେପିର ଅଭିଯୋଗ ପରେ ନିଜ ପକ୍ଷ ରଖିଛି ବିଜେଡ଼ି । ବିଜେପି ନିଜ ଅପାରଗତା ଦୁର୍ବଳତାକୁ ଲୁଚାଇବା ପାଇଁ ଏଭଳି ଅଭିଯୋଗ କରିଛି । ତେବେ ଏହା ଅତି ହୀନ ମାନସିକତା ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି ।

ଏ ନେଇ ଲେନିନ କହିଛନ୍ତି ଯେ ଓଡି଼ଶା ବିଜେପିର ବାହୋସ୍ପଷ୍ଟ ପଦାରେ ପଡିଛି । ସେମାନଙ୍କ ଅଧା କର୍ମୀ ଓ ନେତାଙ୍କ ମଧ୍ୟରେ କନ୍ଦଳ ରହିଥିବା ବେଳେ ଏହାକୁ ଲୁଚାଇବାକୁ ଏପରି ଅଭିଯୋଗ କରୁଛି ଦଳ । ସେ ଆହୁରି କହିଛନ୍ତି ଯେ ଦକ୍ଷ ପ୍ରାର୍ଥୀ, ସାଙ୍ଗଠନିକ ଦକ୍ଷତା ଓ ଆଭିମୁଖ୍ୟ ଦେଖି ନିର୍ବାଚନ ରଣାଙ୍ଗନକୁ ଯିବା ପାଇଁ ସେ ବିଜେପିକୁ କହିଛନ୍ତି । ଦଳର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଓଡ଼ିଶା ବିଜେପି ଏପରି କରିଛି ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ: ଆଚରଣ ବିଧି ଉଲ୍ଲଘଂନ, ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଉନଥିବା BJPର ଅଭିଯୋଗ

ତେବେ ସୂଚନା ଥାଉ କି ଶାସକ ଦଳର ନେତା ଓ କର୍ମୀମାନେ ନିର୍ବାଚନ ଆୟୋଗଙ୍କ ନିୟମ ମାନୁନାହାନ୍ତି । ପ୍ରଚାର ସମୟରେ ସେମାନେ ନିୟମଗୁଡ଼ିକୁ ଭଙ୍ଗ କରୁଥିବା ଦେଖିବାକୁ ମିଳିଛି । ତେବେ ଏ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ ସେ କାର୍ଯ୍ୟାନୁଷ୍ଠାନ ନେଉନଥିବା ବିଜେପି ଅଭିଯୋଗ କରିଥିଲା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.