ଭୁବନେଶ୍ବର: ସନ୍ଧ୍ୟା 7.30 ସୁଦ୍ଧା ବିଜେଡି ସପକ୍ଷରେ ରହିଛି ଭୋଟ ଗଣତି ଟ୍ରେଣ୍ଡ । ପୁରୀ, ଜଗତସିଂହପୁର, ଭଦ୍ରକ, ଦେବଗଡ଼, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡ଼ା, ମାଲକାନଗିରି, ନୟାଗଡ଼ ,ସୋନପୁର ଭଳି 10ଟି ଜିଲ୍ଲାରେ ବିଜୁ ଜନତା ଦଳ ସମସ୍ତ ଜିଲ୍ଲା ପରିଷଦ ସିଟ୍ ପୋଛି ନେବାକୁ ବସିଥିବା ଟ୍ରେଣ୍ଡରେ ଦେଖାଦେଇଛି ।
ବର୍ତ୍ତମାନ ସୁଦ୍ଧା ମୋଟ 315ଟି ଆସନ ମଧ୍ୟରୁ ଟ୍ରେଣ୍ଡ ଅନୁସାରେ 274ରେ ବିଜେଡି ଆଗୁଆ ରହିଛି । ଏ କ୍ଷେତ୍ରରେ ବିଜେପି ବହୁ ପଛରେ ପଡ଼ି ଯାଇଛି । 16ଟି ଜିଲ୍ଲାରେ ବିଜେପି ଖାତା ମଧ୍ୟ ଖୋଲି ପାରିନି। ବିଜେପି ମାତ୍ର 19 ଆସନରେ ଆଗରେ ରହିଛି। କଂଗ୍ରେସ ମଧ୍ୟ ବିଜେପି ପଛକୁ ମାତ୍ର 17 ଆସନରେ ଆଗୁଆ ରହିଛି । ଅନ୍ୟ ସ୍ୱାଧୀନ ବା ଅନ୍ୟାନ 6 ଟି ଆସନରେ ଆଗୁଆ ରହିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ