ETV Bharat / city

କୃଷି ବିଲ ପ୍ରସଙ୍ଗ ନେଇ ବିଧାନସଭାରେ ଉଠିଲା ବିଜେଡିର ଆଭିମୁଖ୍ୟ, ସ୍ପଷ୍ଟତା ମାଗିଲା କଂଗ୍ରେସ - RMC corruption

ଆଜି ବିଧାନସଭା ଅଧିବେଶନର ତୃତୀୟ ଦିନ । କୋରୋନା କଟକଣା ମଧ୍ୟରେ ଗୃହକାର୍ଯ୍ୟ ଚାଲିଥିବା ବେଳେ କୃଷି ବିଲ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟତା ମାଗିଲେ କଂଗ୍ରେସ ବିଧାୟକ । ଏଥିସହ ଗଞ୍ଜାମ ଦିଗପହଣ୍ଡି ଓ କୋରାପୁଟ ଆରଏମସିରେ ବ୍ୟାପକ ଦୁର୍ନୀତି ନେଇ ଗୃହରେ ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଅଧିକ ପଢନ୍ତୁ...

ବିଧାନସଭାରେ ଉଠିଲା କୃଷି ବିଲ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ଓ ଆରଏମସି ଦୁର୍ନୀତି ପ୍ରସଙ୍ଗ

author img

By

Published : Oct 1, 2020, 1:06 PM IST

ଭୁବନେଶ୍ବର: ଆଜି ବିଧାନସଭା ଅଧିବେଶନର ତୃତୀୟ ଦିନ । କୋରୋନା କଟକଣା ମଧ୍ୟରେ ଗୃହକାର୍ଯ୍ୟ ଚାଲିଥିବା ବେଳେ କୃଷି ବିଲ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟତା ମାଗିଲେ କଂଗ୍ରେସ ବିଧାୟକ ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ଲୋକସଭାରେ ସମର୍ଥନ କରୁଛନ୍ତି ହେଲେ ରାଜ୍ୟସଭାରେ ବିରୋଧ କରୁଛନ୍ତି । ତେଣୁ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ । ସେପଟେ ଏହାର ଜବାବ ରଖିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ସେ କହିଛନ୍ତି ଯେ, ଲୋକସଭାରେ ସମର୍ଥନ କରୁଛନ୍ତି ରାଜ୍ୟସଭାରେ ବିରୋଧ କଥା ଭୁଲ । ବିଜେଡି ସାଂସଦ ଅନୁଭବ ମହାନ୍ତି ଲୋକସଭାରେ ସ୍ପଷ୍ଟ ଭାବେ କହିଛନ୍ତି କି ବିଲ ଷ୍ଟାଣ୍ଡିଂ କମିଟିକୁ ପଠାଯାଉ । ସ୍କ୍ରୁଟିନିର ଆବଶ୍ୟକତା ରହିଛି । ରାଜ୍ୟସଭାରେ ସାଂସଦ ମଧ୍ୟ ଷ୍ଟାଣ୍ଡ ରଖିଛନ୍ତି ।

ସେପଟେ ଗଞ୍ଜାମ ଦିଗପହଣ୍ଡି ଓ କୋରାପୁଟ ଆରଏମସିରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । 100 କୋଟି ଟଙ୍କାର ସମ୍ପତ୍ତିକୁ ଆରଏମସି କମିଟି ବିକ୍ରି କରି ଦେଇଥିବା ଅଭିଯୋଗର ତଦନ୍ତ କରିବାକୁ ବାଚସ୍ପତିଙ୍କ ରୁଲିଙ୍ଗ ଦାବି କରିଥିଲେ ତାରା । ଏହି ଘଟଣାରେ ବିଭାଗୀୟ ମନ୍ତ୍ରୀ ଏକ କମିଟି ଗଠନ କରି ନିଜେ ତଦନ୍ତ କରିବେ, ଆବଶ୍ୟକ ପଡ଼ିଲେ ଭିଜିଲାନ୍ସ ତଦନ୍ତ କରାଇବାକୁ ରୁଲିଙ୍ଗ ଦେଇଛନ୍ତି ବାଚସ୍ପତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.