ETV Bharat / city

ପିପିଲି ଉପନିର୍ବାଚନ, ଗଡ଼ ଜଗିବା ପାଇଁ ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ - bjd appointed senior leader at pipili

ପିପିଲିରେ ରହି ନିର୍ବାଚନ ପରିଚାଳନା କରିବାକୁ 4 ବରିଷ୍ଠ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ । ସେମାନେ ହେଲେ ଦେବୀ ମିଶ୍ର, ପ୍ରତାପ ଦେବ, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସ ବର୍ମା। ଅଧିକ ପଢନ୍ତୁ...

ପିପିଲି ଉପନିର୍ବାଚନ, ଗଡ଼ ଜଗିବାକୁ ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ

author img

By

Published : Mar 31, 2021, 1:59 PM IST

Updated : Mar 31, 2021, 4:00 PM IST

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ତାତି ସେତେ ବଢ଼ିବାରେ ଲାଗିଛି । ବିଜୟ ସୁନିଶ୍ଚିତ କରିବା ଲାଗି ବିଭିନ୍ନ ରଣନୀତି ହାତକୁ ନେଉଛନ୍ତି ବିଭିନ୍ନ ଦଳ । କଷ୍ଟକର ପିପିଲି ଗଡ଼ ବଞ୍ଚେଇବା ପାଇଁ ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି । ଦେବୀ ମିଶ୍ର, ପ୍ରତାପ ଦେବ, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସ ବର୍ମାଙ୍କୁ ଦାୟିତ୍ୱ ଦେଇଛି ଦଳ ।

ପିପିଲି ଉପନିର୍ବାଚନ, ଗଡ଼ ଜଗିବା ପାଇଁ ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ

ପିପିଲିରେ ରହି ନିର୍ବାଚନ ପରିଚାଳନା କରିବାକୁ 4 ବରିଷ୍ଠ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ । ସୂଚନା ଦେଇଛନ୍ତି ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ । ସେହିପରି ଆଜି ଦଳ ପକ୍ଷରୁ ଷ୍ଟାର କ୍ୟାମ୍ପେନର ଲିଷ୍ଟ ଜାରି କରିବ ।

ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ ପିପିଲି ଦଖଲ କରିବାକୁ ପଞ୍ଚାୟତବାରି ମନ୍ତ୍ରୀ, ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଦାୟିତ୍ୱ ଦେଇଥିଲା ବିଜେଡି । ପିପିଲି, ଡେଲାଙ୍ଗ ଓ ପିପିଲି ଏନଏସି ଲାଗି ଲିଡ଼ର ଓ ଟିମ ଲିଡ଼ର ନିଯୁକ୍ତି କରିଥିଲା ବିଜେଡି ।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ପିପିଲି ବ୍ଳକ ଦାୟିତ୍ୱ ଦେଇଥିଲା ଦଳ । ସେହିପରି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଡେଲାଙ୍ଗ ବ୍ଲକ ଓ ପିପିଲି ଏନଏସି ଲାଗି ବିଧାୟକ ସୁଧିରି ସାମଲଙ୍କୁ ଦାୟିତ୍ୱ ଦେଇଥିଲା ଦଳ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

Last Updated : Mar 31, 2021, 4:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.