ETV Bharat / city

30 ଜିଲ୍ଲା ପାଇଁ 25 ପର୍ଯ୍ୟବେକ୍ଷକ ସୂଚୀ ଜାରି କଲା ବିଜେଡି

author img

By

Published : Oct 6, 2022, 3:04 PM IST

ନିର୍ବାଚନ ପୂର୍ବରୁ ସାଙ୍ଗଠନିକ ଶକ୍ତିକୁ ବୃଦ୍ଧି କରିବା ପାଇଁ ପର୍ଯ୍ୟବେକ୍ଷକ ସ୍ତରରେ ସାମାନ୍ୟ ଅଦଳବଦଳ କରିଛି ବିଜେଡି । ୩୦ଟି ଜିଲ୍ଲା ପାଇଁ ଆଜି ବିଜେଡି ୨୫ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା ହୋଇଛି । ଅଧିକ ପଢନ୍ତୁ

30 ଜିଲ୍ଲା ପାଇଁ 25 ପର୍ଯ୍ୟବେକ୍ଷକ ସୂଚୀ ଜାରି କଲା ବିଜେଡି
30 ଜିଲ୍ଲା ପାଇଁ 25 ପର୍ଯ୍ୟବେକ୍ଷକ ସୂଚୀ ଜାରି କଲା ବିଜେଡି

ଭୁବନେଶ୍ବର: ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଜାରି ହୋଇଛି ବିଜେଡ଼ିର ପର୍ଯ୍ୟବେକ୍ଷକ ତାଲିକା । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ତାଲିକା ପ୍ରକାଶ କରିଛନ୍ତି । 5 ଜଣ ନେତାଙ୍କୁ 2ଟି ଲେଖାଏଁ ଜିଲ୍ଲା ଦାୟିତ୍ବ ଦିଆଯାଇଛି । ତେବେ ସୁଶାନ୍ତ ସିଂଙ୍କୁ ବଲାଙ୍ଗୀର ଓ ଦେଓଗଡ଼ ଦାୟିତ୍ବ ଦିଆଯାଇ ଥିବା ବେଳେ ପ୍ରମିଳା ମଲ୍ଲିକ ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲା ଦାୟିତ୍ବରେ ରହିବେ । ସେହିପରି ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଓ ରାୟଗଡା ଦାୟିତ୍ବ ମିଳିଥିବା ବେଳେ ପ୍ରଣବ ପ୍ରକାଶ ଦାସ କେନ୍ଦୁଝର ଓ ମୟୁରଭଞ୍ଜ ଦାୟିତ୍ବରେ ରହିବେ ।

ସେହିପରି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ମାଲକାନଗିରି ଦାୟିତ୍ବ ମିଳିଛି । ତେବେ ଏଥିସହ ପ୍ରଶାନ୍ତ ମୁଦୁଲି-ଅନୁଗୁଳ, ପ୍ରତାପ ଦେବ - ବାଲେଶ୍ଵର, ସୁଧୀର କୁମାର ସାମଲ - ବରଗଡ଼, ଉଷା ଦେବୀ - କଟକ, ଅରୁଣ କୁମାର ସାହୁ - ଜଗତସିଂହପୁର, ବିଜୟ ନାୟକ - କନ୍ଧମାଳ, ପ୍ରଫୁଲ୍ଲ କୁମାର ମଲ୍ଲିକ - କେନ୍ଦ୍ରାପଡା, ଈଶ୍ବର ପାଣିଗ୍ରାହୀ - ନବରଙ୍ଗପୁର, ପ୍ରଦ୍ମନାଭ ବେହେରା - ନୟାଗଡ଼, ଟୁକୁନି ସାହୁ - ନୂଆପଡା, ରଣେନ୍ଦ୍ର ପ୍ରତାପ ସ୍ବାଇଁ - ପୁରୀ, ନଳିନୀକାନ୍ତ ପ୍ରଧାନ - ସମ୍ବଲପୁର, ପ୍ରୀତିରଞ୍ଜନ ଘଡେଇ - ସୁନ୍ଦରଗଡ଼, ନବକିଶୋର ଦାସ - କଳାହାଣ୍ଡି, ପ୍ରଦୀପ କୁମାର ଅମାତ - ଗଞ୍ଜାମ, ସୌଭାଗ୍ୟ ନାୟକ - ବୌଦ୍ଧ, ଅଶୋକ କୁମାର ପଣ୍ଡା - ଯାଜପୁର, ସାରଦା ପ୍ରସାଦ ନାୟକ - ଝାରସୁଗୁଡା ଓ ରୋହିତ ପୂଜାରୀଙ୍କୁ ସୋନପୁର ଦାୟିତ୍ବ ମିଳିଛି । ଆଗାମୀ ନିର୍ବାଚନ ପାଇଁ ଏବେ ସବୁ ଦଳ ନିଜର ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇଁ ଅଣ୍ଟା ଭିଡୁଛନ୍ତି । ପର୍ଯ୍ୟବେକ୍ଷକମାନେ ଜିଲ୍ଲାରେ ଦଳୀୟ ସ୍ଥିତିକୁ ଅନୁଧ୍ୟାନ କରି ଏ ବାବଦରେ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ।

ଅନ୍ୟପଟେ ବିଜେଡି ପକ୍ଷରୁ ଜାରି ହୋଇଥିବା ତାଲିକାରେ କିଛି ନେତାଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଥିବା ବେଳେ କିଛି ନେତାଙ୍କୁ ତାଲିକାରୁ ବାଦ ଦିଆଯାଇଛି । ତେବେ ଦଳୀୟ ଆତ୍ମହତ୍ୟା ମାମଲାରେ ଛନ୍ଦି ହୋଇପଡିଥିବା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ପର୍ଯ୍ୟବେକ୍ଷକଙ୍କ ତାଲିକାରୁ ବାଦ ଦିଆଯାଇଛି । ସେ ଥିଲେ ଜଗତସିଂହପୁର ପର୍ଯ୍ୟବେକ୍ଷକ ।

ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ପଡିଥିବା ନେତା:-

ମନ୍ତ୍ରୀ ସମୀର ରଞ୍ଜନ ଦାଶ, କଟକ ମେୟର ସୁବାସ ସିଂ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ଚନ୍ଦ୍ର ସାରଥୀ ବେହେରା, ଦେବାଶିଷ ସାମନ୍ତରାୟଙ୍କୁ ପର୍ଯ୍ୟବେକ୍ଷକ ତାଲିକାରୁ ହଟାଇ ଦିଆଯାଇଛି । ଅନ୍ୟପଟେ ପର୍ଯ୍ୟବେକ୍ଷକ ତାଲିକାରେ ଯୋଡି ହୋଇଥିବା ନେତାମାନେ ହେଉଛନ୍ତି ଅରୁଣ ସାହୁ, ଈଶ୍ବର ପାଣିଗ୍ରାହୀ, ଟୁକୁନି ସାହୁ, ସାରଦା ନାୟକ, ରୋହିତ ପୂଜାରୀଙ୍କୁ ନୂଆ କରି ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି ।

ତାଲିକାରେ ଥିବା ନେତାଙ୍କ ଜିଲ୍ଲା ପରିବର୍ତ୍ତନ :-

ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ପରିବର୍ତ୍ତନ ହୋଇଛି । ପ୍ରଫୁଲ୍ଲ ମଲ୍ଲିକଙ୍କ ବଦଳରେ ପ୍ରଦୀପ କୁମାର ଅମାତଙ୍କୁ ନୂଆ କରି ଗଞ୍ଜାମ ଦାୟିତ୍ବ ଦିଆଯାଇଛି । ପ୍ରମିଳା ମଲ୍ଲିକଙ୍କୁ ଖୋର୍ଦ୍ଧା ସହ ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଛି । ବିଜୟ ନାୟକଙ୍କୁ ଢେଙ୍କାନାଳ ବଦଳରେ କନ୍ଧମାଳ ଦାୟିତ୍ବ ମିଳିଛି। ଦିବ୍ୟଶଙ୍କର ମିଶ୍ରଙ୍କୁ ନୂଆପଡ଼ାରୁ ବାଦ ଦିଆଯାଇ କୋରାପୁଟ ଓ ମାଲକାନଗିରି ଦାୟିତ୍ବ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.