ETV Bharat / city

ମମିତା ହତ୍ୟାକାଣ୍ଡ: ବିଜେପିକୁ କଡ଼ା ଜବାବ ଦେଲା ବିଜେଡି

author img

By

Published : Nov 14, 2021, 7:44 PM IST

ମମିତା ମେହେର ହତ୍ୟାକାଣ୍ଡ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲା ବିଜେପି । ବିଜେପି ପ୍ରଶ୍ନର କଡ଼ା ଜବାବ ଦେଇଛି ଶାସକ ବିଜୁ ଜନତା ଦଳ । ଅଧିକ ପଢ଼ନ୍ତୁ

ମମିତା ହତ୍ୟାକାଣ୍ଡ: ବିଜେପିକୁ କଡ଼ା ଜବାବ ଦେଲା ବିଜେଡି
ମମିତା ହତ୍ୟାକାଣ୍ଡ: ବିଜେପିକୁ କଡ଼ା ଜବାବ ଦେଲା ବିଜେଡି

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲା ବିଜେପି । ଏହାକୁ ନେଇ ଉଭୟ ରାଜ୍ୟ ଓ ପୋଲିସକୁ ପ୍ରଶ୍ନବାଣ ମାରିଥିଲେ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ବିଜେପି ପ୍ରଶ୍ନର କଡ଼ା ଜବାବ ଦେଇଛି ଶାସକ ବିଜୁ ଜନତା ଦଳ । ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଲେଖାଶ୍ରୀଙ୍କୁ କଟାକ୍ଷ କରିଛନ୍ତି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଓ ଇପ୍ସିତା ସାହୁ ।

ପୋଲିସ ତଦନ୍ତ ବିଷୟରେ ଲେଖାଶ୍ରୀଙ୍କ ଜ୍ଞାନ ନାହିଁ । ଆଜିର ସାମ୍ବାଦିକ ସମ୍ମିଳନୀ ପରେ ତଦନ୍ତକୁ ନେଇ ଲେଖାଶ୍ରୀଙ୍କ ଜ୍ଞାନର କେତେ ଅଭାବ ତାହାର ମୁଖା ଖୋଲି ଦେଇଛି । ସେ ମନଇଚ୍ଛା ଭିତ୍ତିହୀନ ବିବୃତ୍ତି ଦେଇଥିବା ନେଇ ଟାର୍ଗେଟ କରିଛି ବିଜେଡି ।

ଲେଖାଶ୍ରୀ ବୋଧ ଜଣେ ପୋଲିସ ଅଧିକାରୀ ହେବା ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି । ଏଥିପାଇଁ ସେ ସାମ୍ବାଦିକ ସମ୍ମିଳନୀରେ ଜଣେ ପୋଲିସ ଅଧିକାରୀଙ୍କ ଭଳି ଅଭିନୟ କରୁଥିବା ନେଇ କଟାକ୍ଷ କରିଛି ବିଜେଡି । କ୍ୟାମେରା ସମ୍ମୁଖରେ ନିଜ ମୁଁହ ଦେଖାଇବାକୁ ବିଜେପି ନେତା ମାନେ ପ୍ରତିଯୋଗିତା କରନ୍ତି ସେମାନଙ୍କ ମଧ୍ୟରୁ ଲେଖାଶ୍ରୀ ଅନ୍ୟତମ ବୋଲି କଟାକ୍ଷ କରିଛି ବିଜେଡି ।

ମମିତା ମେହେର ହତ୍ୟାକାଣ୍ଡରେ ବିଜେପି ପାଖରେ ଯଦି କିଛି ପ୍ରମାଣ ଅଛି ତେବେ କୋର୍ଟର ଦ୍ବାରସ୍ତ ହେବାକୁ ହେବାକୁ ବିଜେପି ଅନୁରୋଧ କରିଛି । ଆଜି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ଟାର୍ଗେଟ୍‌ କରିଥିଲେ ଲେଖାଶ୍ରୀ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.