ETV Bharat / city

ଆବାସ ବଣ୍ଟନରେ ଅନିୟମିତତା ଅଭିଯୋଗ: ଜବାବ ରଖିଲା ବିଜେଡି - ବିଜେପି ଅଭିଯୋଗ ନେଇ ଅମର ପ୍ରସାଦ ଶତପଥୀ

ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ପାତରଅନ୍ତର ଅଭିଯୋଗ ହୋଇଛି । ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଶାସକ ଦଳର କର୍ମୀଙ୍କୁ ଘର ଦିଆଯାଉଛି  । ବିଜେପିର ଏଭଳି ଅଭିଯୋଗ ପରେ ଉତ୍ତର ରଖିଛନ୍ତି ବିଜେଡି ବିଧାୟକ । ଅଧିକ ପଢ଼ନ୍ତୁ

ଆବାସ ବଣ୍ଟନରେ ଅନିୟମିତତା ଅଭିଯୋଗ: ଜବାବ ରଖିଲା ବିଜେଡି

author img

By

Published : Mar 17, 2022, 8:54 PM IST

ଭୁବନେଶ୍ବର: ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ପାତରଅନ୍ତର ଅଭିଯୋଗ ହୋଇଛି । ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଶାସକ ଦଳର କର୍ମୀଙ୍କୁ ଘର ଦିଆଯାଉଛି । ଏ ନେଇ ଅଭିଯୋଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ରାଜ୍ୟ ସରକାର । ପୁନର୍ବାର ସଂସଦରେ ଆବାସ ଯୋଜନା କଥା ଉଠିବା ପରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି ।

ଆବାସ ବଣ୍ଟନରେ ଅନିୟମିତତା ଅଭିଯୋଗ: ଜବାବ ରଖିଲା ବିଜେଡି

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗର ତଦନ୍ତ କରିଥିଲା କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ । ମନ୍ତ୍ରାଳୟ ପକ୍ଷରୁ ଏକ ଟିମ୍ ଓଡ଼ିଶା ଆସି କରିଥିବା ତଦନ୍ତ ରିପୋର୍ଟ ଆଧାରରେ ଓଡ଼ିଶା ସରକାର 2021 ମସିହା ଜୁଲାଇ 20ରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିଥିଲେ । ରିପୋର୍ଟ ସନ୍ତୋଷଜନକ ନ ହେବାରୁ ଆଗ୍ରାହ୍ୟ କରିଦେଇଥିଲେ କେନ୍ଦ୍ର ସରକାର । ଆବାସ ଯୋଜନା ନେଇ ବିଜେଡି ସାଂସଦ ଏନ୍ ଭାସ୍କର ରାଓଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏନେଇ ସୂଚନା ଦେଇଥିଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା ନେଇ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ପୌର ନିର୍ବାଚନ ପାଇଁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ବିଜେଡିକୁ କଡା ସମାଲୋଚନା କରିଛନ୍ତି । ଏହାର ଜବାବ ରଖିଛନ୍ତି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ । ଅମର କହିଛନ୍ତି ଯେ, "କେନ୍ଦ୍ର ସରକାରଙ୍କୁ ଦଳ ଭିତ୍ତିରେ ରାଜ୍ୟ ବିଜେପି ପ୍ରଭାବିତ କରୁଛନ୍ତି । ତଦନ୍ତ ଟିମ ଆସିଥିଲା, ଫିଲ୍‌ଡକୁ ଯାଇ ତଦନ୍ତ କରିଛନ୍ତି । ରାଜ୍ୟ ଅନିୟମିତତା ନାହିଁ କହିବା ପରେ ବି ସେମାନେ ସନ୍ତୋଷଜନକ ନୁହେଁ ବୋଲି କହୁଛନ୍ତି । ଗରିବ ଲୋକଙ୍କ ପାଇଁ କାର୍ଯ୍ୟ ହୋଇଛି । ଯେତେ ତଦନ୍ତ କରିବା କଥା କରନ୍ତୁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ପୂର୍ବରୁ ଆସିଥିବା ଟିମ ରାଜ୍ୟ ସରକାରଙ୍କୁ ଅନେକ ଥର ପ୍ରଶଂସା କରିଛନ୍ତି ।"

ତଦନ୍ତକାରୀ ଟିମ୍‌ ନିର୍ଦ୍ଧିଷ୍ଟ ଅନିୟମିତତା ପାଇଲେ ନାହିଁ । ରାଜନୈତିକ ଦୃଷ୍ଟିରୁ ବିଜେପି ପ୍ରସଙ୍ଗ ଏଡାଉଛି । ବାସ୍ତବତା ଲୋକମାନେ ବୁଝିବେ । କେନ୍ଦ୍ର ସରକାରଙ୍କ ଏକ ପ୍ରତିନିଧି ଦଳ ଚଳିତମାସ ପ୍ରାରମ୍ଭରେ ଦ୍ୱିତୀୟ ଥର ଓଡ଼ିଶା ଆସିଥିଲେ । ଆବାସ ପ୍ଲସ ସର୍ଭେ ଠିକ୍ ଭାବେ କରାଯାଇନାହିଁ । ରାଜ୍ୟ ସରକାରଙ୍କ ଅଧିକାରୀ ଏସବୁ କାର୍ଯ୍ୟର ତଦାରଖ କରୁନାହାନ୍ତି । କେନ୍ଦ୍ରୀୟ ଟିମ୍ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.