ETV Bharat / city

Rajya Sabha Election: 4 ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି - Rajya Sabha Election

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ସୁଲତା ଦେଓ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି ଯିବେ ରାଜ୍ୟସଭା । ଅଧିକ ପଢନ୍ତୁ

ପ୍ରାର୍ଥୀ ଘୋଷଣା କଲା ବିଜେଡି
ପ୍ରାର୍ଥୀ ଘୋଷଣା କଲା ବିଜେଡି
author img

By

Published : May 29, 2022, 12:39 PM IST

Updated : May 29, 2022, 7:39 PM IST

ଭୁବନେଶ୍ବର: ସବୁ କଳ୍ପନାଜଳ୍ପନାର ଅନ୍ତ ହୋଇଛି । ଖାଲି ହୋଇଥିବା 4ଟି ରାଜ୍ୟସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଜାରି ହୋଇଛି ପ୍ରେସ ରିଲିଜ । ଜାରି ପ୍ରେସ ରିଲିଜ ଅନୁସାରେ 4ଟି ଆସନ ପାଇଁ ଦଳର ବରିଷ୍ଠ ନେତ୍ରୀ ତଥା ଦଳୀୟ ମୁଖପାତ୍ର ସୁଲତା ଦେଓ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି ରାଜ୍ୟସଭା ଯିବେ । ନବୀନ ଯେଉଁ ଗୋଟିଏ ସର୍‌ପ୍ରାଇଜ୍ କାର୍ଡ ଖେଳିଛନ୍ତି ସେ ହେଉଛନ୍ତି ନିରଞ୍ଜନ ବିଶି । ପଶ୍ଚିମ ଓଡ଼ିଶାର ଜଣେ ଆଦିବାସୀ ଚେହେରା ନିରଞ୍ଜନ । ସସ୍ମିତ ପାତ୍ର ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ଯିବେ । ଏହା ପୂର୍ବରୁ ସେ ୩ ବର୍ଷ ପାଇଁ ରାଜ୍ୟସଭାକୁ ଯାଇଥିଲେ ।

ରାଜ୍ୟସଭାରେ ଓଡିଶା ଭାଗରୁ 4ଟି ଆସନ ଖାଲି ହୋଇଥିବା ବେଳେ ଆଶାୟୀଙ୍କ ସଂଖ୍ୟା 4 ଗୁଣା ଥିଲା । ରାଜ୍ୟସଭା ଯିବା ପାଇଁ ଅନେକ ଦଳୀୟ ନେତା, ନେତ୍ରୀ ଓ ରାଜନୀତିରେ ନଥିବା ଅନେକ ପ୍ରତିଷ୍ଠିତ ଲୋକ ଆଶାୟୀ ଥିଲେ । ହେଲେ ଆସନ୍ତା 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନ କରିଛନ୍ତି ନବୀନ । କାରଣ ନବୀନଙ୍କ ପ୍ରାର୍ଥୀତ୍ବ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡିଶାରୁ ରହିଛି । ଯାହା ଆଗାମୀ ଦିନରେ ଦଳକୁ ସଫଳତା ଦେବ ବୋଲି ଆଶା ରଖିଛନ୍ତି ନବୀନ । ଏହାସହ ସଂଗଠନକୁ ସନ୍ତୁଳନ ରଖିବାକୁ ଚେଷ୍ଟା କରିଛନ୍ତି ।

ସସ୍ମିତ ପାତ୍ର

ସସ୍ମିତ ପାତ୍ର ବର୍ତ୍ତମାନ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଅଛନ୍ତି । ରାଷ୍ଟ୍ରୀୟ ରାଜନୀତି ସହ ରାଜ୍ୟ ରାଜନୀତିରେ ତାଙ୍କର ପ୍ରସଙ୍ଗ ଭିତ୍ତିକ ଦକ୍ଷତା ରହିଛି । ଯେକୌଣସି ଯୋଜନା ସମ୍ବନ୍ଧୀୟ ହେଉ ବା ପ୍ରସଙ୍ଗ ଭିତ୍ତିକ ପ୍ରସଙ୍ଗରେ ଦଳର ସ୍ପଷ୍ଟ ଆଭିମୁଖ୍ୟ ରଖୁଥିବାବେଳେ, ବିରୋଧୀଙ୍କୁ ମଧ୍ୟ ସଠିକ ଜବାବ ଦେଇଥାନ୍ତି । ମାତ୍ର ତିନି ବର୍ଷ ପାଇଁ ରାଜ୍ୟସଭା ଯାଇଥିଲେ ମଧ୍ୟ ସସ୍ମିତ ରାଜ୍ୟସଭାରେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ରାଜ୍ୟର ଗୁରୁୁପ୍ରସଙ୍ଗ ଉଠାଇ ଚର୍ଚ୍ଚାରେ ରହିଥିଲେ । ଏହାସହ ଦକ୍ଷତା ଓ ସଫଳତାର ନିଜ ଦାୟିତ୍ବ ତୁଲାଇ ଥିଲେ । ଏପରିକି ରାଜ୍ୟସଭା ପରିଚାଳନା ପ୍ୟାନେଲରେ ସସ୍ମିତ ସ୍ଥାନ ପାଇଥିଲେ । ଏହିସବୁକୁ ଦୃଷ୍ଟିରେ ରଖି ତାଙ୍କୁ ଏକ ପୂର୍ଣ୍ଣକାଳୀନ ସଦସ୍ୟ ପାଇଁ ଦଳ ସୁଯୋଗ ଦେଇଛି ।

ନିରଞ୍ଜନ ବିଶି

ନିରଞ୍ଜନ ବିଶି ଜଣେ ଦକ୍ଷ ଆଦିବାସୀ ନେତା । ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ବର୍ତ୍ତମାନ ସଭାପତି ରହିଛନ୍ତି ନିରଞ୍ଜନ। ମୂଳତଃ ବଲାଙ୍ଗୀର ଜିଲ୍ଲାର ବାସିନ୍ଦା ନିରଞ୍ଜନଙ୍କ ଆଦିବାସୀ ସମ୍ପ୍ରଦାୟରେ ବେଶ ପ୍ରଭାବ ରହିଛି । ତେବେ ନିରଞ୍ଜନଙ୍କୁ କେଉଁ ମାପଦଣ୍ଡ ଆଧାରରେ ଦଳ ରାଜ୍ୟସଭା ଟିକେଟ ଦେଲା ତାହା ଚର୍ଚ୍ଚାର ପ୍ରସଙ୍ଗ । କୁହାଯାଉଛି ନବୀନ ପଶ୍ଚିମ ଓଡିଶା କାର୍ଡ ଖେଳିବାକୁ ଯାଇ ନିରଞ୍ଜନଙ୍କୁ ଟିକେଟ ଦେଇଛନ୍ତି । କାରଣ ବଲାଙ୍ଗୀର ଜିଲ୍ଲାରରୁ ଶ୍ରୀମୟୀ ମିଶ୍ର, ଅସିତ ତ୍ରିପାଠୀ ଓ ପୂର୍ବତନ ଲୋକସଭା ସାଂସଦ କଳିକେଶ ନାରାୟଣ ସିଂଦେଓ ଆଶାୟୀ ଥିଲେ । ଫଳରେ ତାଙ୍କୁ ସନ୍ତୁଷ୍ଟ କରିବାକୁ ନିରଞ୍ଜନଙ୍କୁ ସାମନାକୁ ଦଳ ଆଣିଛି ।

ସୁଲତା ଦେଓ

ସୁଲତା ଦେଓ ହେଉଛନ୍ତି ବିଜେଡିର ଜଣେ ଆଗ ଧାଡିର ମହିଳା ନେତ୍ରୀ । ଜଣେ ମହିଳା ହୋଇଥିଲେ ମଧ୍ୟ ଦଳର ସମସ୍ତ କଠିନ ସ୍ଥିତିରେ ଦଳର ଆଭିମୁଖ୍ୟ ରଖି ବିରୋଧୀଙ୍କୁ କଡା ଜବାବ ଦେଇଥାନ୍ତି । ବିଜେଡିର ସମସ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ମଧ୍ୟ ସୁଲତାଙ୍କ ଉପସ୍ଥିତି ରହିଥାଏ । ଗତ ବର୍ଷ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତବେଳେ ସଭା ସଞ୍ଚାଳନ କରୁଥିଲେ ସୁଲତା । ଏହାବାଦ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କୌଣସି ଆକ୍ରମଣର ଜବାବ ଦେବା ପାଇଁ ବିଜେଡି ସବୁବେଳେ ସୁଲତାଙ୍କୁ ବ୍ୟବହାର କରିଥାଏ । ଫଳରେ ଅପରାଜିତାଙ୍କ ମୁକାବିଲା ପାଇଁ ସୁଲତାଙ୍କୁ ଦିଲ୍ଲୀ ପଠାଇ ବିଜେଡି ବଡ ଗୋଟି ଚାଳନା କରିଥିବା ଅନୁମାନ କରାଯାଉଛି । ଗତ ନିର୍ବାଚନ ବେଳେ ତାଙ୍କୁ ଯାଜପୁର ବରୀରୁ ଟିକେଟ ଆଶାୟୀ ଥିବା ଚର୍ଚ୍ଚା ହେଉଥିଲା । ସୁଲତା ବର୍ତ୍ତମାନ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଉପଦେଷ୍ଟା ଅଛନ୍ତି ।

ମାନସ ମଙ୍ଗରାଜ

ମାନସ ମଙ୍ଗରାଜ, ବିଜେଡି ମିଡିଆ ସେଲର ଦାୟିତ୍ବ ସହ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଛନ୍ତି । ବିଗତ ଦୁଇବର୍ଷ ଧରି ବିଜେଡିର ଜଣେ ଆଗଧାଡିର ନେତା ଭାବେ ସାମନାକୁ ଆସିଛନ୍ତି ମାନସ । ଗଣମାଧ୍ୟମ ଜଗତ ସହ ଜଡିତ ଲୋକଙ୍କ ପାଇଁ କିଛି ସଂସ୍କାର ମୂଳକ କାର୍ଯ୍ୟକ୍ରମ ସହ ଯୋଜନା କରି ସରକାରଙ୍କ ବାର୍ତ୍ତା ପହଞ୍ଚାଇବାରେ ବଡ ଭୂମିକା ନେଇଛନ୍ତି । ଏହାସହ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିର ସମସ୍ତ ରଣନୀତିକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଇବାରେ ତାଙ୍କର ଅବଦାନ ରହିଛି । ସରକାର ବର୍ତ୍ତମାନ ଚଳାଇଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ସହ କିଛି ସଂସ୍କାର ମୂଳକ କାର୍ଯ୍ୟକ୍ରମରେ ମାନସ ବି ବଡ ଭୂମିକା ନେଇଛନ୍ତି । ଏତତ ବ୍ୟତୀତ ଦଳର କ୍ରାଇସିସ ମ୍ୟାନେଜର ଭାବେ ମଧ୍ୟ ଉଭା ହୋଇଛନ୍ତି ମାନସ ।

କଣ ରହିଛି ଗଣତି

ରାଜ୍ୟସଭା ନିର୍ବାଚନ ନିୟମ ଅନୁସାରେ ଗୋଟିଏ ରାଜ୍ୟର ବିଧାୟକ ସଂଖ୍ୟା ଅନୁସାରେ ଜଣେ ରାଜ୍ୟସଭା ସଦସ୍ୟଙ୍କ ଆବଶ୍ୟକ ହୋଇଥାଏ ଭୋଟ । ଜଣେ ବିଧାୟକଙ୍କ ଭୋଟ ମୂଲ୍ୟ ହେଉଛି 100 । ବର୍ତ୍ତମାନ ଗୃହରେ 146 ବିଧାୟକ ଅଛନ୍ତି । ରାଜ୍ୟସଭା ନିର୍ବାଚନ ବେଳକୁ ବ୍ରଜରାଜନଗର ଉପନିର୍ବାଚନର ଫଳାଫଳ ଆସିସାରିଥିବ । ତେଣୁ 147 ବିଧାୟକ ଭୋଟ ଦେବେ । (147x100/3+1)+1 = 3676 ବା 3700 । ଅର୍ଥାତ ଜଣେ ପ୍ରାର୍ଥୀଙ୍କୁ ବିଜୟୀ ହେବା ପାଇଁ 37 ବିଧାୟକଙ୍କ ସମର୍ଥନ ବା ଭୋଟ ଆବଶ୍ୟକ । ବର୍ତ୍ତମାନ ବିଜେଡିର 114, ବିଜେପିର 22 ଏବଂ କଂଗ୍ରେସର 9 ସଭ୍ୟ ରହିଛନ୍ତି । ତେଣୁ ପ୍ରଥମ 3 ପ୍ରାର୍ଥୀଙ୍କ ବିଜୟୀ ପାଇଁ ମୋଟ 111 ବିଧାୟକ ଆବଶ୍ୟକ । ଯାହା ବିଜେଡି ପାଖରେ ରହିଛି । ଅର୍ଥାତ ପ୍ରଥମ 3 ଟି ଆସନ ବିଜେଡି ସହଜରେ ହାସଲ କରିବ ।

Last Updated : May 29, 2022, 7:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.