ETV Bharat / city

ନବୀନ ନମ୍ବର 1: ପ୍ରଶଂସା କଲା ବିଜେଡି, କଂଗ୍ରେସର କଟାକ୍ଷ - ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ

ଇଣ୍ଡିଆ ଟୁଡେ ସର୍ଭେରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସମ୍ନାକୁ ଆସିଛି । ଅଧିକ ପଢନ୍ତୁ

ନବୀନ ନମ୍ବର 1: ପ୍ରଶଂସା କଲା ବିଜେଡି, କଂଗ୍ରେସର କଟାକ୍ଷ

author img

By

Published : Jan 21, 2022, 10:57 PM IST

ଭୁବନେଶ୍ବର : ଇଣ୍ଡିଆ ଟୁଡେ ସର୍ଭେରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଏ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସମ୍ନାକୁ ଆସିଛି । ନବୀନଙ୍କ ସଫଳ ନେତୃତ୍ୱ ହିଁ ତାଙ୍କୁ ପୁନର୍ବାର 1 ନମ୍ବର ମୁଖ୍ୟମନ୍ତ୍ରୀ କରିଛି ବୋଲି ବିଜେଡି କହିଛି ।

ନବୀନ ନମ୍ବର 1: ପ୍ରଶଂସା କଲା ବିଜେଡି, କଂଗ୍ରେସର କଟାକ୍ଷ

ବିରୋଧୀ କଂଗ୍ରେସ କହିଛି ଯେ, ଟଙ୍କା ଥୋଇ ନମ୍ବର 1 ହୋଇଛନ୍ତି ନବୀନ । ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଓ ସୁବାସ ସିଂ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବାତ୍ୟା ମୁକାବିଲାରେ ରାଜ୍ୟ ସଫଳ ହୋଇଛି । ଯାହାକୁ ସାରା ବିଶ୍ୱ ପ୍ରଶଂସା କରିଛି ।

ବାତ୍ୟା ମୁକାବିଲା ଓ ପରିଚାଳନା ସହ ଜିରୋ କାଜୁଆଲିଟିକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଆସିଛନ୍ତି । କୋଭିଡ଼କୁ ନେଇ ଯେତେବେଳେ ବିଶ୍ୱ ସ୍ତବ୍ଧ ଥିଲା ସେତେବେଳେ ନବୀନ ଏହାକୁ ସଫଳତାର ସହ ପରିଚଳନା କରିଛନ୍ତି । କୋଭିଡ଼ ରୋଗୀଙ୍କ ସମସ୍ତ ଦାୟିତ୍ୱ ରାଜ୍ୟ ସରକାର ବହନ କରିଥିଲେ ।

କୋରନା ଯୋଦ୍ଧାଙ୍କୁ ସହାୟତାର ହାତ ବଢ଼ାଯାଇଛି । ଏକ ଜଟିଳ ସ୍ଥିତିରେ ଦେଶର ଅନ୍ୟ ରାଜ୍ୟକୁ ଆକ୍ସିଜେନ ଯୋଗାଇ ରାଜ୍ୟ ଉଦାହରଣ ସୃଷ୍ଟି କରିଛି । ଏଥିପାଇଁ ଦେଶ ଓ ଅନ୍ତର୍ଜାତୀୟ ସ୍ତରରେ ନବୀନଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି ।

ଯାହାର ପ୍ରତିଫଳନ ଏହି ରିପୋର୍ଟରୁ ଦେଖିବାକୁ ମିଳିଛି । ଏହା ସହ ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ଲାଗି 5ଟି ଜରିଆରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କ୍ରୀଡ଼ାକୁ ଗୁରୁତ୍ୱ ଦେଇ ବିଭିନ୍ନ ବିଶ୍ୱସ୍ତରୀୟ ପ୍ରତିଯୋଗିତା ରାଜ୍ୟରେ ଆୟୋଜନ କରାଯାଉଛି ।

2023 ହକି ବିଶ୍ୱକପ ଲାଗି ବିଶ୍ଵର ସବୁଠାରୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ସେପଟେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ, ଏହାକୁ ଲଗେଇ 20 ଥର ନମ୍ବର 1 ହେଲେଣି ନବୀନ । ଏହା ନୂଆ ନୁହେଁ । ଏହାକୁ ଲୋକ ଗୁରୁତର ସହ ଆଉ ନେଉ ନାହାନ୍ତି ।

ଟଙ୍କା ଥୋଇ ଦେଲେ ସବୁ ନମ୍ବର 1 । ସେଥିରେ କିଛି ବଡ଼ କଥା ନାହିଁ । କୋଭିଡ଼ ମ୍ୟାନେଜମେଣ୍ଟରେ ସେ କାହାର କଣ କରିଛନ୍ତି । ନିଜେ ବାହାରକୁ ବାହାରି ନାହାନ୍ତି । ତାଙ୍କ ଅଫିସର ବି ବାହାରି ନାହାନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.