ଭୁବନେଶ୍ବର : ବିଜେବି କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ମହିଳା କମିଶନ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ । ମହିଳା କମିଶନର ୩ ଜଣିଆ ଟିମ ଏହି ସ୍ପର୍ଷକାତର ଘଟଣାର କରିବେ ତଦନ୍ତ । ମହିଳା କମିଶନ ଅଧ୍ୟକ୍ଷାଙ୍କ ନେତୃତ୍ବରେ ତିନି ଜଣିଆ ଟିମ ଆଜି ବିଜେବି କଲେଜରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି । ତଦନ୍ତକାରୀ ଦଳ ଘଟଣାସ୍ଥଳ ବୁଲିବାସହ ହଷ୍ଟେଲ ୱାର୍ଡନ ଏବଂ ହଷ୍ଟେଲ ଛାତ୍ରୀଙ୍କୁ ପଚାର ଉଚରା କରିଛନ୍ତି ।
ଏହ ଏକ ଦୁଃଖଦାୟକ ଘଟଣା ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏନେଇ ଗଣମାଧ୍ୟମ ଆଗରେ କିଛି କହିବାକୁ ମନା କରିଥିଲେ ମହିଳା କମିଶନ ଅଧ୍ୟକ୍ଷା । ତଦନ୍ତ ପରେ ଏନେଇ ସେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ ବୋଲି ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର