ETV Bharat / city

ପିପିଲି ଉପନିର୍ବାଚନ, କଂଗ୍ରେସ ପ୍ରାର୍ଥୀ ହେଲେ ବିଶ୍ବକେଶନ - ଉପନିର୍ବାଚନରେ କଂଗ୍ରେସର ସାନି ପ୍ରାର୍ଥୀ

ପିପିଲି ଉପନିର୍ବାଚନ ଲାଗି ସାନି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବିଶ୍ୱକେଶନଙ୍କ ପ୍ରାର୍ଥୀତ୍ବକୁ ଅଲ ଇଣ୍ଡିଆ କଂଗ୍ରେସ କମିଟି ମୋହର ମାରିଛି । ଅଧିକ ପଢନ୍ତୁ...

ପିପିଲି ଉପନିର୍ବାଚନ, କଂଗ୍ରେସ ପ୍ରାର୍ଥୀ ହେଲେ  ବିଶ୍ବକେଶନ

author img

By

Published : Apr 23, 2021, 9:29 PM IST

Updated : Apr 23, 2021, 10:01 PM IST

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଲାଗି ସାନି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଅଜିତ ମଙ୍ଗରାଜଙ୍କ ପତ୍ନୀ ଓ ପରିବାର ଲୋକ ନିର୍ବାଚନ ଲଢ଼ିବାକୁ ଅମଙ୍ଗ ହେବାରୁ ନୂଆ ଚେହେରାକୁ ଭରସା କରିଛି ଦଳ । ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପିପିଲି ଉପନିର୍ବାଚନ ଲାଗି କଂଗ୍ରେସ ପ୍ରାର୍ଥୀ କରିଛି ।

ବିଶ୍ୱକେଶନଙ୍କ ପ୍ରାର୍ଥୀତ୍ବକୁ ଅଲ ଇଣ୍ଡିଆ କଂଗ୍ରେସ କମିଟି ମୋହର ମାରିଛି । ଏନେଇ ଆଜି(ଶୁକ୍ରବାର) ଏଆଇସିସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଡେଲାଙ୍ଗ ଅଞ୍ଚଳର ବାସିନ୍ଦା ବିଶ୍ୱକେଶନ କଂଗ୍ରେସ ସେବା ଦଳର ପୁରୀ ଜିଲ୍ଲା ଆବାହକ ଅଛନ୍ତି । ବାରବୋଇ ପଦଯାତ୍ରାର ଶୃଙ୍ଖଳିତ ସମାପନ କରିବାରେ ପେସାରେ ଆଇନଜୀବୀ ବିଶ୍ୱକେଶନଙ୍କର ରହିଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ।

ପିପିସି ପକ୍ଷରୁ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଗଠିନ କରାଯାଇଥିବା ସବ କମିଟି ବିଶ୍ୱକେଶନଙ୍କ ନାଁ ଏଆଇସିସି ନିକଟକୁ ପଠାଇଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 23, 2021, 10:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.