ETV Bharat / city

କଟକଣା ସହ ମନ୍ଦିରରେ ଚାଲିଛି ବିଶ୍ବକର୍ମା ପୂଜା

author img

By

Published : Sep 17, 2021, 2:07 PM IST

କଟକଣା ମଧ୍ୟରେ ରାଜଧାନୀରେ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା କରାଯାଉଛି । ଭକ୍ତଙ୍କ ନିରାପଦ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଅଧିକ ପଢନ୍ତୁ...

କଟକଣା ମଧ୍ୟରେ ଚାଲିଛି ଦେବଶିଳ୍ପୀଙ୍କ ଆରାଧନା
କଟକଣା ମଧ୍ୟରେ ଚାଲିଛି ଦେବଶିଳ୍ପୀଙ୍କ ଆରାଧନା

ଭୁବନେଶ୍ବର: ଆଜି ବିଶ୍ୱ ନିର୍ମାତା ଦେବଶିଳ୍ପୀ ପ୍ରଭୁ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା । କଟକଣା ମଧ୍ୟରେ ରାଜଧାନୀରେ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା କରାଯାଉଛି । ତେବେ ବିଶ୍ବକର୍ମା ହେଉଛନ୍ତି ସକଳ ଶିଳ୍ପକଳାକାରଙ୍କ ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ତାଙ୍କ ଦ୍ୱାରା ଦେବତାମାନଙ୍କର ସମସ୍ତ ଶସ୍ତ୍ର, ବିମାନ ଆଦି ନିର୍ମିତ । ଏହି ଦିନରେ ସମସ୍ତ କାରିଗର, ଇଞ୍ଜିନିୟର୍, ଓ୍ୱେଲ୍ଡର, ମେକାନିକ୍ ଏବଂ ଅନ୍ୟମାନେ ଶିଳ୍ପୀ ଦେବତାଙ୍କୁ ପୂଜା କରିଥାନ୍ତି ।

କଟକଣା ମଧ୍ୟରେ ଚାଲିଛି ଦେବଶିଳ୍ପୀଙ୍କ ଆରାଧନା

ଗତଥର ପରି ଏଥର ମଧ୍ୟ କୋରୋନା ପାଇଁ ଫିକା ପଡ଼ିଛି ବିଶ୍ୱକର୍ମାଙ୍କ ପୂଜା । ହେଲେ ମନ୍ଦିର ଖୋଲାଥିବାରୁ କଟକଣା ସହ ଆସି ଭକ୍ତ ଦେବଶିଳ୍ପୀଙ୍କ ପୂଜା କରୁଛନ୍ତି । ଏନେଇ କଳିଙ୍ଗ ଷ୍ଟାଡିୟମ ନିକଟସ୍ଥ ବିଶ୍ୱକର୍ମାଙ୍କ ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । କୋରୋନା ପାଇଁ ଅଳ୍ପ ସଂଖ୍ୟକ ଭକ୍ତ ଏକତ୍ରିତ ହୋଇ ବିଶ୍ୱକର୍ମାଙ୍କ ଆରାଧନା କରିଛନ୍ତି । ସୁରୁଖୁରୁରେ ପୂଜା ଲାଗି ମନ୍ଦିର ପ୍ରଶାସନ ଧ୍ଯାନ ଦେଇ ଥିବାବେଳେ ଦେବଶିଳ୍ପୀଙ୍କ ପୂଜାର ସୁଯୋଗ ପାଇଥିବାରୁ ପରମାନନ୍ଦ ଲାଭ କରିଛି ବୋଲି ମନ୍ଦିର ପ୍ରଶାସନ ସଦସ୍ୟ ସନାତନ ମହାପାତ୍ର କହିଛନ୍ତି ।

ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.