ETV Bharat / city

ବିନ୍ଦୁ ସାଗରରେ ପିଣ୍ଡଦାନ ମନା, ରାସ୍ତାରୁ ଲୋକଙ୍କୁ ଘଉଡାଉଛି ପୋଲିସ

author img

By

Published : Oct 6, 2021, 11:17 AM IST

ଏଥର ମଧ୍ୟ ପିତୃପୁରୁଷଙ୍କୁ ପିଣ୍ଡଦାନରେ କଣ୍ଟାସାଜିଲା କୋଭିଡ ମହାମାରୀ । ବିନ୍ଦୁ ସାଗରରେ ପିଣ୍ଡଦାନ ଉପରେ କଟକଣା ଲଗାଯାଇ ଥିବାବେଳେ ରାସ୍ତା ଘାଟରେ ପିଣ୍ଡଦାନ ଦେଉଛନ୍ତି ଲୋକେ । ଲୋକଙ୍କୁ ଘଉଡାଉଛି ପୋଲିସ । ଅଧିକ ପଢନ୍ତୁ...

ବିନ୍ଦୁ ସାଗରରେ ପିଣ୍ଡଦାନ ଉପରେ କଟକଣା, ଭିଡ ଉପରେ ପୋଲିସର ନଜର

ଭୁବନେଶ୍ବର: ଏଥର ମଧ୍ୟ ପିତୃପୁରୁଷଙ୍କୁ ପିଣ୍ଡଦାନରେ କଣ୍ଟାସାଜିଲା କୋଭିଡ ମହାମାରୀ । ସଂକ୍ରମଣକୁ ଦୃଷ୍ଟିରେ ରଖି ବିନ୍ଦୁସାଗରରେ ପିଣ୍ଡଦାନ ଉପରେ ରୋକ୍ ଲଗାଯାଇଥିବାରୁ ଘରେ ପିତୃପୁରୁଷଙ୍କୁ ପିଣ୍ଡ ଦେଉଛନ୍ତି ଲୋକେ । ମାତ୍ର କେତେକ ଲୋକେ ରାସ୍ତାଘାଟରେ ପିଣ୍ଡ ଦେଉଥିବା ଖବର ପାଇ ଘଉଡାଉଛି ପୋଲିସ ।

ବିନ୍ଦୁ ସାଗରରେ ପିଣ୍ଡଦାନ ମନା, ରାସ୍ତାରୁ ଲୋକଙ୍କୁ ଘଉଡାଉଛି ପୋଲିସ

ଆଜି(ବୁଧବାର) ଆଶ୍ଵିନ କୃଷ୍ଣପକ୍ଷ ଅମାବାସ୍ୟା ତିଥି । ପିତୃପକ୍ଷର ଶେଷ ଦିନ । ପବିତ୍ର ମହାଳୟା ଶ୍ରାଦ୍ଧ ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ପରମ୍ପରା ରହିଛି । ଆଜିର ଦିନରେ ବିନ୍ଦୁସାଗରରେ ପିଣ୍ଡଦାନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । କାରଣ ପୁରାଣରେ ବିଶ୍ୱାସ ରହିଛି ପିଣ୍ଡଦାନ ଶ୍ରାଦ୍ଧ ପକାଇଲେ ପିତୃପୁରୁଷ ଆଶୀର୍ବାଦ ଦିଅନ୍ତି । ତେବେ ସଂକ୍ରମଣ ଆଶଙ୍କା କରି ବିନ୍ଦୁସାଗରରେ ଶ୍ରାଦ୍ଧକୁ ବାରଣ କରାଯାଇଛି ।

ପୋଲିସ ମୁତୟନ କରାଯାଇ ଲୋକଙ୍କୁ ଗହଳି ନକରିବାକୁ ତାଗିଦ କରାଯାଉଛି । ତଥାପି ପରମ୍ପରା ରକ୍ଷା କରିବାକୁ ଯାଇ ରାସ୍ତାଘାଟରେ ଲୋକେ ପିଣ୍ଡଦାନ କରୁଥିବା ଦେଖିବାକୁ ମିଳିଛି । ଏପରିକି ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ଘଉଡାଇବାରୁ କିଏ ପିଣ୍ଡଦାନ କରିପାରିନି ତ ଆଉ କିଏ ତରବରିଆ ଭାବେ ଶ୍ରାଦ୍ଧ କରି ପିଣ୍ଡଦାନ କରୁଥିବା ଦେଖିବାକୁ ମିଳିଛି । ସେପଟେ ଏହାକୁ ନେଇ ବ୍ରାହ୍ମଣ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସୂଚନା ଅନୁଯାୟୀ ପୂର୍ବରୁ ମହାଳୟା ଶ୍ରାଦ୍ଧ ଅବସରରେ ବିନ୍ଦୁ ସାଗରରେ କଟକଣା ଲଗାଇଥିଲା ବିଏମସି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.