ETV Bharat / city

ବିକ୍ରମ ଆରୁଖ ହେଲେ ନୂଆ ବାଚସ୍ପତି, ନିରପେକ୍ଷତା ପାଳନ ପାଇଁ ବିରୋଧୀଙ୍କ ଆହ୍ବାନ - ବିକ୍ରମ ଆରୁଖ ହେଲେ ନୂଆ ବାଚସ୍ପତି

ବିକ୍ରମ ଆରୁଖ ହେଲେ ନୂଆ ବାଚସ୍ପତି । ଆଜି ବାଚସ୍ପତି ନିର୍ବାଚନ ପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ବସିଥିଲା । ଅଧିକ ପଢନ୍ତୁ

ବିକ୍ରମ ଆରୁଖ ହେଲେ ନୂଆ ବାଚସ୍ପତି
ବିକ୍ରମ ଆରୁଖ ହେଲେ ନୂଆ ବାଚସ୍ପତି
author img

By

Published : Jun 13, 2022, 10:55 AM IST

Updated : Jun 13, 2022, 9:14 PM IST

ଭୁବନେଶ୍ବର: ବିକ୍ରମ ଆରୁଖ ହେଲେ ନୂଆ ବାଚସ୍ପତି । ଆଜି ବାଚସ୍ପତି ନିର୍ବାଚନ ପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ବସିଥିଲା। ବିକ୍ରମ କେଶରୀ ଆରୁଖଙ୍କୁ ବାଚସ୍ପତି କରିବା ପାଇଁ ମୋସନ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପ ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ ବିକ୍ରମ ଆରୁଖଙ୍କ ଉପରେ ବିବୃତ୍ତି ରଖିଥିଲେ । ଭଞ୍ଜନଗରରେ 6 ଥର ବିଧାୟକ ହୋଇଥିବା ବିକ୍ରମ କେଶରୀ ଆରୁଖ ନିର୍ଦ୍ବନ୍ଦରେ ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସ୍ତାଵକୁ ସମର୍ଥନ ଦେଇଛନ୍ତି । ବାଚନିକ ଭୋଟ ପରେ ବିକ୍ରମ ଆରଖୁଙ୍କୁ ବାଚସ୍ପତି ଭାବେ ଘୋଷଣା କରିଛନ୍ତି ଉପ ବାଚସ୍ପତି ରଜନୀକାନ୍ତ ସିଂ ।

ବିକ୍ରମ ଆରୁଖ ହେଲେ ନୂଆ ବାଚସ୍ପତି

ବାଚସ୍ପତି ନିର୍ବାଚନ ନେଇ ଶୁକ୍ରବାର ଦିନ ବିଧାୟକ ବିକ୍ରମ କେଶରୀ ‌ଆରୁଖ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଅସୁସ୍ଥ ହେବା ପରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ବାଚସ୍ପତି ଆସନ ଖାଲି ପଡ଼ିଥିଲା। ଆଜି ବିଦ୍ଧିବଦ୍ଧ ଭାବରେ ବାଚସ୍ପତି ହୋଇଛନ୍ତି ବିକ୍ରମ ଆରୁଖ ।

ବିକ୍ରମ ଆରୁଖ ହେଲେ ନୂଆ ବାଚସ୍ପତି

ବିକ୍ରମ କେଶରୀ ଆରୁଖ ଭଞ୍ଜନଗରରୁ ୬ ଥର ବିଧାୟକ ହୋଇଥିଲେ। 2008ରେ ସେ ସରକାରୀ ଦଳ ମୁଖ୍ୟ ସଚେତକ ଥିଲେ। ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରି ସାରିଛନ୍ତି । 2019ରୁ ସେ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ରହିଥିଲେ । ଗତ ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ ତାଙ୍କୁ ଆଉ ମନ୍ତ୍ରୀ ପଦ ମିଳି ନଥିଲା । ସେହି ସମୟରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସ୍ଥାନରେ ବାଚସ୍ପତି ହେବା ନେଇ ଚର୍ଚ୍ଚା ହୋଉଥିଲା ଓ ଆଜି ତାହା ସତ ହୋଇଛି । ବିଜେଡି ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବିକ୍ରମ ସିଂ ଆରୁଖ । 6 ଥର ବିଧାୟକ ହୋଇଥିବା ବିକ୍ରମ ଆରୁଖ ଓଡିଶା ବିଧାନସଭା ନୂଆ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 13, 2022, 9:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.