ETV Bharat / city

୪ ହଜାରରେ ବିକୁଥିଲେ ୮୦ ହଜାର ଟଙ୍କିଆ ଗାଡି: ଖଣ୍ଡଗିରିରୁ ୪ ଜଣକୁ ଧରିଲା ପୋଲିସ - ରାଜଧାନୀରେ ଧରାପଡିଛି ଚୋରା ବାଇକ ଗ୍ୟାଙ୍ଗ

ବନ୍ଧା ହେଲେ ବାଇକ ଲୁଟେରା ଗ୍ୟାଙ୍ଗ ସହ ଗ୍ରାହକ । ୧୦ ଗାଡି ଜବତ । ଅଧିକ ପଢନ୍ତୁ

୪ହଜାରରେ ବିକୁଥିଲେ ୮୦ ହଜାର ଟଙ୍କିଆ ଗାଡି: ଖଣ୍ଡଗିରିରୁ ୪ଜଣକୁ ଧରିଲା ପୋଲିସ,୧୦ ଗାଡି ଜବତ

author img

By

Published : Jun 1, 2022, 7:51 AM IST

ଭୁବନେଶ୍ବର: ରାଜଧାନୀରେ ଧରାପଡିଛି ଚୋରା ବାଇକ ଗ୍ୟାଙ୍ଗ । ଜବତ ହୋଇଛି ନାମିଦାମୀ କମ୍ପାନୀର‌ ବାଇକ । ଯା‌ହାକୁ ଚୋରି କରି ବିକ୍ରି କରାଯାଇଥିଲା ମାତ୍ର ୪ହଜାର ଟଙ୍କା ଲେଖାଏଁରେ । ପ୍ରତ୍ୟେକ ଗାଡିର ଦାମ ଯାହା ପାଖାପାଖି ୮୦ ହଜାରୁ ୧ଲକ୍ଷ ପର୍ଯ୍ୟନ୍ତ । ସେସବୁ ଗାଡିକୁ ମାତ୍ର‌ ୪ ହଜାରରେ ବିକ୍ରି କରୁଥିଲେ ଦଲାଲ । ଯାହାର ଖବର ପାଇଥିଲା କମିଶନରେଟ ପୋଲିସ । ଗାଡି କିଣୁଥିବା ଦଲାଲଠୁ ମିଳିଥିଲା ପୁରା ଗ୍ୟାଙ୍ଗର ସୁରାକ୍।

୪ହଜାରରେ ବିକୁଥିଲେ ୮୦ ହଜାର ଟଙ୍କିଆ ଗାଡି: ଖଣ୍ଡଗିରିରୁ ୪ଜଣକୁ ଧରିଲା ପୋଲିସ,୧୦ ଗାଡି ଜବତ

ତିନିଜଣିଆ ଗ୍ୟାଙ୍ଗ ସହ ଗାଡି କିଣିଥିବା ଜଣେ ଗ୍ରାହକକୁ ମଧ୍ୟ ଗିରଫ କରିଛି ପୋଲିସ । ସେମାନେ ହେଲେ ଡୁମୁଡୁମା ରଘୁନାଥ ନଗରର ଦିପକ କୁମାର‌ ସାହୁ,ହେମନ୍ତ ପଣ୍ଡା ଓ ସେଖ ମୁରବି । ଗାଡି କିଣିଥିବା ଗ୍ରାହକ ସୁକାନ୍ତ ବେହେରାଙ୍କୁ ମଧ୍ୟ ବାନ୍ଧିଛି ପୋଲିସ । ତେବେ ଦିପୁ ଓ ହେମନ୍ତ ଥିଲେ ମାଷ୍ଟର ମାଇଣ୍ଡ୍ । ଯେକି ବାରମ୍ବାର ଚୋରି କରି ଜେଲରୁ ଫେରି ଏହିଭଳି ଚୋରି କାମରେ ହେଉଥିଲେ ସାମିଲ । ଏପରିକି ଏହିପରି ଗାଡିକୁ ସେଖ ମୁରବି ଜରିଆରେ ୪ ହଜାର‌ ଟଙ୍କାରେ ନୟାଗଡ ଓ ଗଞ୍ଜାମ ଭଳି ଜିଲ୍ଲାରେ ବିକ୍ରି କରୁଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.