ETV Bharat / city

ବୈକୁଣ୍ଠ ନାୟକ ହେଲେ କାର୍ଯ୍ୟକାରୀ ସଭାପତି, ଏଲିନା ଦାଶ ସାଧାରଣ ସମ୍ପାଦକ - bjd

ବିଜୁ ଯୁବ ଜନତା ଦଳର ନୂଆ କର୍ମକର୍ତ୍ତା ନିଯୁକ୍ତ । କାର୍ଯ୍ୟକାରୀ ସଭାପତି ହେଲେ ବୈକୁଣ୍ଠ ନାୟକ ଏବଂ ଏଲିନା ଦାଶ ହେଲେ ସାଧାରଣ ସମ୍ପାଦକ । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଅଧିକ ପଢନ୍ତୁ...

ଏଲିନା ଦାଶ ହେଲେ ସାଧାରଣ ସମ୍ପାଦକ
ଏଲିନା ଦାଶ ହେଲେ ସାଧାରଣ ସମ୍ପାଦକ
author img

By

Published : Sep 23, 2020, 8:53 PM IST

Updated : Sep 23, 2020, 9:42 PM IST

ଭୁବନେଶ୍ବର: ବିଜୁ ଯୁବ ଜନତା ଦଳର ନୂଆ କର୍ମକର୍ତ୍ତା ନିଯୁକ୍ତ । କାର୍ଯ୍ୟକାରୀ ସଭାପତି ହେଲେ ବୈକୁଣ୍ଠ ନାୟକ ଏବଂ ଏଲିନା ଦାଶ ହେଲେ ସାଧାରଣ ସମ୍ପାଦକ । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଏହା ସହିତ ଜିଲ୍ଲା ସଭାପତିଙ୍କ ନିଯୁକ୍ତି ହୋଇଛି । ଏନେଇ ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ସୂଚନା ଦେଇଛନ୍ତି ଧର୍ମଶାଳା ବିଧାୟକ ।

ବୈକୁଣ୍ଠ ନାୟକ ହେଲେ କାର୍ଯ୍ୟକାରୀ ସଭାପତି, ଏଲିନା ଦାଶ ହେଲେ ସାଧାରଣ ସମ୍ପାଦକ

ଦଳର ସଭାପତି ନବୀନ ପଟ୍ଟନାୟକ ଯୁବ ଜନତା ଦଳର କର୍ମକର୍ତ୍ତା ଓ ଏବଂ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତ ରାୟ । ଯୁବ ଜନତା ଦଳର ସଭାପତି ଭାବରେ ବୈକୁଣ୍ଠନାଥ ନାୟକଙ୍କୁ ଦାୟିତ୍ଵ ଦିଆଯାଇଥିବାବେଳେ ଜେନେରାଲ ସେକେଟ୍ରି ଭାବରେ ଏଲିନା ଦାଶଙ୍କୁ ଦାୟିତ୍ଵ ଦିଆଯାଇଛି ।

ଏହାସହ ତିନିଜଣ ବରିଷ୍ଠ ଉପସଭାପତି ଭାବରେ ରାଣାପ୍ରତାପ ପାତ୍ର , ଧ୍ରୁତି ରଞ୍ଜନ ମାର୍ଥା, ଜ୍ୟୋସ୍ନାମୟୀ ପରିଡାଙ୍କୁ ଦାୟିତ୍ଵ ଦିଆଯାଇଛି । ଏହାସହ ୩୩ ଜଣ ସାଙ୍ଘଠନିକ ଜିଲ୍ଲାର ସଭାପତିଙ୍କୁ ଦାୟିତ୍ଵ ଦିଆଯାଇଛି । ୨୫ ଜଣ ଜଏଣ୍ଟ ସେକ୍ରେଟାରୀ, ୩୫ ଜଣ ସେକ୍ରେଟାରୀ, ୨୮ ଜଣ ଜେନେରାଲ ସେକ୍ରେଟାରୀଙ୍କୁ ନିଯୁକ୍ତି ଦିଆଯାଇଛି । ୧୦ ଜଣ ଉପସଭାପତି ଓ ୬ ଜଣ ଜୋନ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ବିଜେଡି ପକ୍ଷରୁ ଜଣାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Sep 23, 2020, 9:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.