ETV Bharat / city

ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

author img

By

Published : Dec 18, 2020, 11:43 AM IST

Updated : Dec 18, 2020, 11:53 AM IST

ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ବିଜୁ ଯୁବ ଜନତା ଦଳ
ବିଜୁ ଯୁବ ଜନତା ଦଳ

ଭୁବନେଶ୍ବର: ଆରମ୍ଭ ହୋଇଛି ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ । ରାଜ୍ୟ କାର୍ଯ୍ୟାଳୟରେ ଏହି ବୈଠକ ବସିଛି। ବିଜୁ ଯୁବ ଜନତା ଦଳର ନବକଳେବର ପରେ ଏହା ପ୍ରଥମ କାର୍ଯ୍ୟକାରିଣୀ ବୈଠକ ।

ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

କାର୍ଯ୍ୟକାରିଣୀ ବୈଠକରେ ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି, ମହାସଚିବ, ବରିଷ୍ଠ ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ, 35ଟି ସାଙ୍ଗଠନିକ ଜିଲ୍ଲାର ସମସ୍ତ ଜିଲ୍ଲା ସଭାପତି ଏବଂ ସମସ୍ତ ଜୋନର ଜୋନ ସଭାପତି ମାନେ ଯୋଗ ଦେଇଛନ୍ତି ।

ବୈଠକରେ ଯୁବ ବିଜେଡିର ବିଭିନ୍ନ ପ୍ରସ୍ତାବମାନ ଆଗତ କରାଯିବ । ଏହାସହ ତୃଣମୂଳସ୍ତରରେ ଯୁବକମାନଙ୍କୁ ସଙ୍ଗଠିତ କରାଯାଇ ବିଜୁ ଜନତା ଦଳକୁ କିପରି କ୍ରିୟାଶୀଳ କରାଯାଇ ପାରିବ ତାହା ଉପରେ ବିସ୍ତୃତ ଆଲୋଚନା ହେବ ବୋଲି ଜଣାପଡିଛି ।

ସୂଚନାଥାଉକି, ଆସନ୍ତା 20ରେ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ହେବାକୁ ଥିବାବେଳେ 21ରେ ରାଜ୍ୟ ପରିଷଦ ଓ 23ରେ ଛାତ୍ର ଶାଖାର କାର୍ଯ୍ୟକାରିଣୀ ବୈଠକ ବସିବ । ସେହିପରି 26ରେ ଦଳ ପାଳିବ ଜନ୍ମ ଦିବସ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Dec 18, 2020, 11:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.