ETV Bharat / city

'ଲୋକଙ୍କ ପାଖରେ ପହଁଚାଅ ବିଜୁବାବୁଙ୍କ ବାର୍ତ୍ତା'

author img

By

Published : Feb 28, 2021, 5:34 PM IST

ବିଜୁ ବାବୁଙ୍କ 105 ଜନ୍ମ ଉତ୍ସବକୁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ସ୍ତରରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ବିଜେଡି । ମାର୍ଚ୍ଚ ୫ ତାରିଖରେ ବିଜେଡି ପାଳିବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ମହାସମାରୋହରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ । ଅଧିକ ପଢ଼ନ୍ତୁ...

ex chief minister biju pattnaik birthday will be celebrate among all the people says bjd president navin pattnaik
'ଲୋକଙ୍କ ପାଖରେ ପହଁଚାଅ ବିଜୁବାବୁଙ୍କ ବାର୍ତ୍ତା'

ଭୁବନେଶ୍ବର: ମାର୍ଚ୍ଚ ୫ ତାରିଖରେ ବିଜେଡି ପାଳିବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ବିଜୁ ବାବୁଙ୍କ 105 ଜନ୍ମ ଉତ୍ସବକୁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ସ୍ତରରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଦଳ । ଜନସାଧାରଣଙ୍କ ସହିତ ମହାସମାରୋହରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି । ଏ ନେଇ ସମସ୍ତ ରାଜ୍ୟ କର୍ମକର୍ତ୍ତା, ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ, ବିଧାୟିକା, ଜିଲ୍ଲା ସଭାପତି, ଛାମୁଆ ସଂଗଠନର ରାଜ୍ୟ ସଭାପତି ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଅଧକ୍ଷାଙ୍କୁ ଚିଠି ଲେଖିଛନ୍ତି ନବୀନ । ବିଜୁ ଜନତା ଦଳର ସକ୍ରିୟ ସଭ୍ୟମାନଙ୍କର ବୈଠକ ଆୟୋଜନ କରାଯାଇ ଦୁଇ ଦଶନ୍ଧିରୁ ଅଧୁକ ସମୟ ଧରି ବିଜୁ ଜନତା ଦଳର ସଫଳ ଯାତ୍ରା ସମ୍ପର୍କରେ ଆଲୋଚନା କରିବ ଦଳ । ଏଥିରେ ଦଳର ସମସ୍ତ କର୍ମକର୍ତ୍ତା, ସଦସ୍ୟ, ସଦସ୍ୟା, ଯୁବ, ଛାତ୍ର, ମହିଳା ଓ ଅନ୍ୟାନ୍ୟ ପ୍ରମୁଖ ଦଳୀୟ ସଂଗଠନ ସାମିଲ ହେବେ ।

ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପ୍ରସ୍ତୁତି

ନବୀନ ଲେଖିଛନ୍ତି ଯେ, "ବିଜୁ ବାବୁ ଓଡ଼ିଶା ବିକାଶର ମହାନାୟକ । ତାଙ୍କରି ଦର୍ଶିତ ମାର୍ଗରେ ଆଜି ସବୁ ବାଧକକୁ ଅତିକ୍ରମ କରି ଓଡ଼ିଶାର ଅବିରତ ବିକାଶ ଯାତ୍ରା ଆଗେଇ ଚାଲିଛି । ଦାରିଦ୍ର୍ୟ ଦୂରୀକରଣ ସହିତ ସାମାଜିକ ସୁରକ୍ଷା, ଖାଦ୍ୟ ନିରାପତ୍ତା, ମହିଳା, ଯୁବକ, କୃଷକଙ୍କ ସଶକ୍ତିକରଣ, ଭିଭିଭୂମିର ଉନ୍ନତି ତଥା ବିଭିନ୍ନ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଶାସନକୁ ଆହୁରି ଉତ୍ତରଦାୟୀ ସ୍ୱଚ୍ଛ ପ୍ରଗତିଶୀଳ ଏବଂ ଲୋକାଭିମୁଖୀ କରିବା ପାଇଁ 5ଟି ମନ୍ତ୍ର ସହିତ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପ୍ରଶାସନିକ ତଥା ବିକାଶ ଧାରାରେ ପୂର୍ଣ୍ଣ ପରିବର୍ତ୍ତନ ଅଣାଯାଇ ନୂଆ ଓଡ଼ିଶା ଗଢିବା ପାଇଁ ଲକ୍ଷ୍ୟ ରଖାଯାଇଛି ।"

ଏହା ସହିତ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ମହିଳା ଶାଖା ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରରେ ମହିଳା ସମାବେଶ ଆୟୋଜନ କରାଯିବ । ମହିଳା ସଶକ୍ତିକରଣ ଦିଗରେ ବିଜୁ ବାବୁଙ୍କ ଅବଦାନ ଏବଂ ବିଜୁ ଜନତା ଦଳ ଦ୍ବାରା ପରିଚାଳିତ ସରକାରଙ୍କ ଦ୍ୱାରା ମହିଳା ସଶକ୍ତିକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରାଯିବ ।

କୋଭିଡ ଯୋଦ୍ଧାଙ୍କୁ ନେଇ ଗର୍ବିତ

କୋଭିଡ୍ ମହାମାରୀ ପରିସ୍ଥିତିରେ ଆପଣମାନେ ଯେଉଁଭଳି ଧୈର୍ଯ୍ୟ, ତ୍ୟାଗ, ନିଷ୍ଠା ଏବଂ ଉତ୍ସର୍ଗୀକୃତ ସେବା ମନୋଭାବ ପ୍ରଦର୍ଶନ କରିଛନ୍ତି । ସେଥିପାଇଁ ମୁଁ ଗର୍ବିତ ବୋଲି ନବୀନ କହିଛନ୍ତି । କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାରେ ଆପଣମାନଙ୍କର ତ୍ୟାଗ, ନିଷ୍ଠା ଓ ସହଯୋଗ ଆଜି ପୁଣିଥରେ ଆମ ରାଜ୍ୟକୁ ବିଶ୍ୱ ପରିଚିତି ଦେଇଛି । କୋଭିଡ୍ ସଂକ୍ରମିତଙ୍କ ଟେଷ୍ଟିଂଠାରୁ ଚିକିତ୍ସା ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ଆମ ସରକାର ବହନ କରିବା ସହିତ ସଂକ୍ରମଣରୁ ସର୍ବାଧିକ ଲୋକଙ୍କୁ ସୁସ୍ଥ କରିବା ଏବଂ ମୃତ୍ୟୁହାରକୁ ସର୍ବନିମ୍ନ ସ୍ତରରେ ସୀମିତ ରଖୁବାରେ ଆମେ ଦେଶରେ ଏକ ଅଗ୍ରଣୀ ରାଜ୍ୟ ।

ଆଜି ମଧ୍ୟ ସମୂହ ଟୀକାକରଣରେ ଓଡିଶା ଆଗ ଧାଡିରେ ଅଛି । ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରତ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିବା ଆଗଧାଡ଼ିର କୋଭିଡ଼ ଯୋଦ୍ଧା ମାନଙ୍କର ଟୀକାକରଣ ଚାଲିଛି । ଆସନ୍ତାକାଲିଠୁ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ପରେ ପରେ ରାଜ୍ୟର ଅବଶିଷ୍ଟ ସବୁ ବର୍ଗର ଲୋକଙ୍କର ଟୀକାକରଣ କରାଯିବ । ଟୀକାକରଣକୁ ସଫଳ କରିବାରେ ସହଯୋଗ କରିବାକୁ ନବୀନ ଅନୁରୋଧ କରିଛନ୍ତି । ଯଦିଓ ଆମେ କୋଭିଡ୍ ସଂକ୍ରମଣକୁ ସଫଳତାର ସହିତ ପ୍ରତିହତ କରିବା ନିମନ୍ତେ ସମର୍ଥ ହୋଇଛି । କୋଭିଡ୍ ମହାମାରୀ କବଳରୁ ପୂର୍ଣ୍ଣରୂପେ ଆମେ ଏବେ ମଧ୍ୟ ସୁରକ୍ଷିତ ନୁହନ୍ତି । ଏଣୁ ଟୀକାକରଣ ସହିତ କୋଭିଡ଼ ନିୟମ ପୂର୍ବଭଳି ପାଳନ କରିବା ଏକାନ୍ତ ଆବଶ୍ୟକ । ଆପଣମାନେ କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରି ବିଜୁ ବାବୁଙ୍କ ଜୟନ୍ତୀ ଏବଂ ଆନ୍ତର୍ଜାତିକ ମହିଳା ସମାବେଶ ପାଳନ କରିବେ ।

ବିଜୁ ବାବୁଙ୍କ ଜନ୍ମ ଦିବସରେ ଦଳର ପ୍ରତ୍ୟେକ ସଦସ୍ୟ ରାଜ୍ୟର ଜନସାଧାରଣଙ୍କ ସେବାରେ ନିଜକୁ ପୁନଃଉସର୍ଗ କରିବା ସହିତ ଦଳୀୟ ଏକତା, ଶୃଙ୍ଖଳା ଏବଂ ଅନୁଶାସନ ପାଳନ କରିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ହେବା ପାଇଁ ଦଳର ପ୍ରତ୍ୟେକ ସଦସ୍ୟ ଆଗେଇ ଆସିବାପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆହ୍ବାନ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.