ETV Bharat / city

Biju Patnaik Death Anniversary: ବିଜୁବାବୁଙ୍କ ପୁଣ୍ୟତିଥି, ବିନ୍ଦୁସାଗରରେ ତିଳତର୍ପଣ - ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ । ଏହି ଅବସରରେ ବିନ୍ଦୁସାଗରରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

Biju Patnaik Death Anniversary: ଆଜି ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକ, ଦିଆଯିବ ତିଳତର୍ପଣ

author img

By

Published : Apr 17, 2022, 10:31 AM IST

ଭୁବନେଶ୍ବର: ଆଜି ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର 25 ତମ ପୁଣ୍ୟ ତିଥି(biju patnaik's death anniversary) । ଚଳିତ ବର୍ଷ ବିଜୁ ବାବୁଙ୍କ ତିରୋଧାନ ଦିବସକୁ ନିରାଡମ୍ବର ଭାବେ ପାଳନ କରୁଛି ବିଜୁ ଜନତା ଦଳ । ଏହି ଅବସରରେ ଆଜି(ରବିବାର) ଭୁବନେଶ୍ବର ସ୍ଥିତ ବିନ୍ଦୁସାଗର କୂଳରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଜେଡିର ବହୁ ନେତା ଓ କର୍ମୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉନ୍ନତ କାର୍ଯ୍ୟଧାରାକୁ ମନେ ପକାଇଛନ୍ତି ।

ଏହି ଅବସରରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣି କହିଛନ୍ତି, ବିଜୁ ବାବୁ ଜଣେ ଆଦର୍ଶ ରାଜନୀତିଜ୍ଞ ଥିଲେ । ତାଙ୍କ ମୃତ୍ୟୁ ବେଳେ ତିନୋଟି ଦେଶରୁ ସ୍ବତନ୍ତ୍ର ସମ୍ମାନ ମିଳିଥିଲା । ସେ ଏ ଜାତି ପାଇଁ ଆଦର୍ଶ । କହିରଖୁଛୁ କି, ବିଜୁଙ୍କ ଶ୍ରାଦ୍ଧ ଦିବସକୁ ରାଜ୍ୟସ୍ତରରେ ଏବଂ ନିର୍ବାଚନମଣ୍ଡଳୀସ୍ତରରେ ପାଳନ କରାଯାଉଛି । ଆଜି ଓଡ଼ିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ସମୂହ ରକ୍ତଦାନ ଶିବିର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.