ETV Bharat / city

CISFର ନୂଆ ପ୍ରୟାସ, ବିମାନ ବନ୍ଦରରେ ସଂରକ୍ଷଣ କଲା ବର୍ଷାଜଳ - ବିଜୁ ପଟ୍ଟନାୟକ ବିମାନ ବନ୍ଦର

ଜଳ ଶକ୍ତି ଅଭିଯାନ ଆରମ୍ଭ କରିଛନ୍ତି ବିଜୁ ପଟ୍ଟନାୟକ ବିମାନ ବନ୍ଦରର CISF ଟିମ । ବର୍ଷା ଜଳ ସଂଗ୍ରହ କରି ଭୂତଳ ଜଳରେ ରୂପାନ୍ତରିତ କରିବାରେ ସଫଳ ହୋଇଛନ୍ତି ସେମାନେ ।

ଡିଜାଇନ ଫଟୋ
author img

By

Published : Jul 31, 2019, 9:17 PM IST

ଭୁବନେଶ୍ବର: ଜଳ ସଂରକ୍ଷଣର ନୂଆ ପ୍ରୟାସ । ଜଳ ହିଁ ଜୀବନ ହୋଇଥିବାବେଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆରମ୍ଭ ହୋଇଛି ଭୂତଳ ଜଳ ସଂରକ୍ଷଣ । ବର୍ଷା ଜଳ ସଞ୍ଚୟ କରି ଭୂତଳ ଜଳରେ ରୂପାନ୍ତର କରିବାରେ ସଫଳ ହୋଇଛନ୍ତି ବିମାନ ବନ୍ଦରରେ ନିୟୋଜିତ କେନ୍ଦ୍ରୀୟ ଉଦଯୋଗ ସୁରକ୍ଷା ବଳ ବା CISF ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

CISF ୟୁନିଟ, ଭୁବନେଶ୍ବର ବିମାନ ବନ୍ଦରରେ ପାଣି ସଞ୍ଚୟ କେନ୍ଦ୍ର କରି ଭୂତଳ ଜଳକୁ ରୂପାନ୍ତରିତ କରିଛନ୍ତି । ବର୍ଷା ଜଳକୁ ସଂଗ୍ରହ କରି ଭୂତଳରେ ସଞ୍ଚୟ କରାଯାଉଛି । ତେବେ CISF ସଦସ୍ୟମାନେ ‘ଫନି’ସମୟରେ ନଷ୍ଟ ହୋଇଯାଇଥିବା ପାଣି ଟାଙ୍କିମାନଙ୍କୁ ବ୍ୟବହାର କରି ସ୍ବ ଉଦ୍ୟମରେ ଏହାକୁ ପ୍ରସ୍ତୁତ କରିଛନ୍ତି ।

ତେବେ ଏହି ଭୂତଳ ଜଳ ସଂରକ୍ଷଣକୁ ଉଦଘାଟନ କରିଛନ୍ତି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ ସୁରେନ୍ଦ୍ର ଚନ୍ଦ୍ର ହୋତା । ଏହା ବ୍ୟତୀତ ସେଠାରେ ଯୁଗ୍ମ ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ପରିସଂଖ୍ୟନ ବିଭାଗ, ଡେପୁଟି କମାଣ୍ଡାଣ୍ଟ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ ବିମାନବନ୍ଦରର ବହୁ ଅଧିକାରୀ ଉପସ୍ଥିତ ରହି ଏହି ପ୍ରୟାସକୁ ପ୍ରଶଂସା କରିଥିଲେ । ଭବିଷ୍ୟତରେ ମଧ୍ୟ ଏପରି ଅନେକ ଜଳ ସଂରକ୍ଷଣ କେନ୍ଦ୍ର ତିଆରି କରିବାକୁ ଯୋଜନା ଜାରି ରହିଛି ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ବିଜୁପଟ୍ଟନାୟକ ବିମାନବନ୍ଦରରେ ଭୁତଳ ଜଳ ସଂରକ୍ଷଣBody:

ଜଳ ସଂରକ୍ଷଣର ନୁଆ ପ୍ରୟାସ।ବିଜୁପଟ୍ଟନାୟକ ବିମାନବନ୍ଦରରେ ଆରମ୍ଭ ହେଲା ଭୁତଳ ଜଳ ସଂରକ୍ଷଣ। ଏନେଇ ବର୍ଷା ଜଳକୁ ସଂଚୟ କରି ଭୁତଳ ଜଳରେ ରୁପାନ୍ତରିତ କରିବାର ଆରମ୍ଭ ହୋଇଛି ପ୍ରୟାସ।ଯାହାକୁ କରିବାରେ ସଫଳ ହୋଇଛନ୍ତି ବିମାନବନ୍ଦରର ନିୟୋଜିତ କେନ୍ଦ୍ରିୟ ଉଦ୍ଯୋଗ ସୁରକ୍ଷା ବଳ ବା ସିଆଇଏସଏଫ ।ଏନେଇ ସିଆଇଏସଏଫ ୟୁନିଟ, ଭୁବନେଶ୍ୱର ଏଆରପୋର୍ଟ ରେ ସିଆଇଏସଏଫ ବାରାକର ରେ ଦୁଇଟି ପାଣି ସଞ୍ଚୟ କେନ୍ଦ୍ର କରି ଭୁତଳ ଜଳକୁ ରୁପାନ୍ତରିତ କରିବାର ପ୍ରୟାସ ଆରମ୍ଭ କରିଛନ୍ତି।ବର୍ଷା ଜଳ କୁ ସଂଗ୍ରହ କରି ଭୂତଳ ରେ ଉକ୍ତ ଜଳ କୁ ସଞ୍ଚୟ କରା ଯାଉଛି। ଏହା କେବଳ ସିଆଇଏସଏଫ ବଳ ସଦସ୍ୟ ମାନେ ନିଜ ଉଦ୍ୟମରେ, ଫନି ବାତ୍ୟା ସମୟ ରେ ନଷ୍ଟ ହୋଇ ଯାଇଥିବା ପାଣିଟାଙ୍କି ମାନଙ୍କୁ ବ୍ୟବହାର କରି ଏହା ତିଆରି କରିଛନ୍ତି ।ଯାହାକୁ କୁ ଉଦଘାଟନ କରିଛନ୍ତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏଆରପୋର୍ଟ ର ନିର୍ଦେଶକ ଶ୍ରୀ ସୁରେଶ ଚନ୍ଦ୍ର ହୋତା,ଏଥି ସହ Joint GM/ATC, CSO, Dy Comdt/CISF, Asst Comdt, CISF ଓ CISF ଏବଂ ଐଆରପୋର୍ଟ ର ବହୁ ଅଧିକାରୀ ଉପସ୍ଥିତ ରହି ସିଆଇଏସଏଫର ଏପରି ପ୍ରଶଂସନୀୟ ପ୍ରୟାସକୁ ପ୍ରଂଶସା କରିଥିଲେ। ନିକଟ ଭବିଷ୍ୟତରେ ଏପରି ଆଉ ଅଧିକ ବର୍ଷ ଜଳ ସଞ୍ଚୟ କେନ୍ଦ୍ର ତିଆରି କରିବାକୁ ଯୋଜନା ଜାରି ରହିଛି ବୋଲି ବିମାନବନ୍ଦର ନିର୍ଦେଶକ କହିଛନ୍ତି।Conclusion:ବାଇଟ-ସୁରେଶ ଚନ୍ଦ୍ର ହୋତା,ଭୁବନେଶ୍ବର
ବିମାବବନ୍ଦର ନର୍ଦେଶକ,
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.