ETV Bharat / city

ବନ୍ଦ ହେବ ବିଜୁ ପକ୍କାଘର ଯୋଜନା !

author img

By

Published : Dec 14, 2019, 8:43 PM IST

ବନ୍ଦ ହୋଇପାରେ ରାଜ୍ୟ ସରକାରଙ୍କ ଫ୍ଲାଗସିପ ଯୋଜନା ବିଜୁ ପକ୍କାଘର । ଯାହାକୁ ନେଇ ରାଜନୈତିକ ମହଲରେ ଉଷ୍ମତା ପ୍ରକାଶ ପାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

biju pakka yojana issue
ବନ୍ଦ ହେବ ବିଜୁ ପକ୍କାଘର ଯୋଜନା !

ଭୁବନେଶ୍ବର: ବନ୍ଦ ହୋଇପାରେ ରାଜ୍ୟ ସରକରାଙ୍କ ଫ୍ଲାଗସିପ ଯୋଜନା ବିଜୁପକ୍କା ଘର ଯୋଜନା । କାଳିଆ ଏବଂ ପ୍ରଧାନମନ୍ତ୍ରୀ କିଷାନ ଯୋଜନା କନଭରଜେନ୍ସ (ସଂଯୋଜନ ବା ସମ୍ମିଶ୍ରଣ ) ପରେ ଏବେ ପ୍ରଧାନମନ୍ତ୍ରୀ ଆବାସ ଏବଂ ବିଜୁ ପକ୍କାଘର ଯୋଜନା କନଭରଜେନ୍ସରେ ଚାଲିଛି । ଏହାକୁ ନେଇ ଏବେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି ।

ବନ୍ଦ ହେବ ବିଜୁ ପକ୍କାଘର ଯୋଜନା !

ଏନେଇ ବିଜେପି କହିଛି, ଦୁଇ ଯୋଜନା ମିଳିତ ଭାବେ ଚାଲିବାକୁ ସରକାରୀ ଭାବେ ନିଷ୍ପତ୍ତି ହୋଇଥିବା କେନ୍ଦ୍ର ସରକାରଙ୍କ ପାଖରେ ଖବର ନାହଁ । ତେଣୁ ଏହା ବ୍ୟବସ୍ଥାର ଚଞ୍ଚକତା । ସରକାରଙ୍କ ସବୁ ସ୍କିମ ପଛରେ ଶଠତା ରହିଛି ବୋଲି ଖୋଲାଖୋଲି କହିଛି କଂଗ୍ରେସ । ବିଜେପି ଓ କଂଗ୍ରେସର ଟାର୍ଗେଟ ପରେ ଜବାବ ରଖିଛି ବିଜେଡି । ଏନେଇ ବିଜେଡି କହିଛି ୪୦ ପ୍ରତିଶତ ଅର୍ଥ ରାଜ୍ୟ ଦେଉଥିବାରୁ ଦୁଇ ଯୋଜନା ମିଳିତ ଭାବେ ଚାଲିବ ।

ଅନ୍ୟପଟେ ବିଜେପି କହିଛି, ଚଳିତ ପୂର୍ଣ୍ଣାଙ୍ଗ ବଜେଟ କିମ୍ବା ଅତିରିକ୍ତ ବଜେଟରେ ବିଜୁ ପକ୍କାଘର ଯୋଜନା ପାଇଁ ଟଙ୍କାଟିଏ ବି ବ୍ୟୟବରାଦ ହୋଇନାହିଁ । ବିଜୁ ପକ୍କାଘର ଯୋଜନାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ କନଭରଜେନ୍ସ କରିବା ନେଇ କୌଣସି ସରକାରୀ ନିଷ୍ପତ୍ତି ହୋଇଥିବା କେନ୍ଦ୍ର ସରକାରଙ୍କ ଜ୍ଞାତସାରରେ ନାହିଁ । ରାଜ୍ୟ ସରକାର ଚଞ୍ଚତକା କରିଥିବା ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି । ।

ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ବିଜୁ ପକ୍କାଘର ପାଇଁ ବଜେଟରେ କୌଣସୀ ବ୍ୟୟବରାଦ କରି ନାହାନ୍ତି ଯଦି ବିଜୁ ପକ୍କାଘର ଲେଖାଥିବା ଟାଇଲ ପ୍ରିଣ୍ଟ କରିବା ପାଇଁ କିଭଳି ଡିଆରଡିଏ ମାନେ ନିର୍ଦ୍ଦେଶ ଦେଉଛନ୍ତି । ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ସରକାରଙ୍କ ସବୁ ସ୍କିମ ପଛରେ ଶଠତା ରହିଛି । ବିଜେଡି ମୁଖପାତ୍ର ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ପୂର୍ବରୁ ଗ୍ରାମୀଣ ବିକାଶ ଯୋଜନା ପାଇଁ କେନ୍ଦ୍ର ସରକାର ଶତ ପ୍ରତିଶତ ଅନୁଦାନ ଦେଉଥିଲେ । ଏବେ କିନ୍ତୁ କେନ୍ଦ୍ର ୬୦ ପ୍ରତିଶତ ଦେଉଥିବା ବେଳେ ରାଜ୍ୟ ୪୦ ପ୍ରତିଶତ ଅର୍ଥ ଦେଉଛି । ରାଜ୍ୟ ସରକରାଙ୍କୁ ଏଥିପାଇଁ ୬ହଜାର କୋଟି ଟଙ୍କା ପ୍ରଶାସନିକ ବ୍ୟୟ ବାବଦକୁ ଖର୍ଚ୍ଚ କରୁଛନ୍ତି । ରାଜ୍ୟ ସରକାର ଯେହୁତୁ ୪୦ ପ୍ରତିଶତ ଖର୍ଚ୍ଚ କରୁଛନ୍ତି ତେଣୁ ଦୁଇ ଯୋଜନାକୁ କନଭରଜେନ୍ସ କରାଯାଇଛି । ନିର୍ମାଣ ହେଉଥିବା ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ ବିଜୁ ପକ୍କାଘର ଯୋଜନା ରହିବ ।

ପ୍ରକାଶ ଯେ, ଗତ ୨୦୧୪ରେ ରାଜ୍ୟ ସରକରା ଫ୍ଲାଗସିଫ ଯୋଜନା ଭାବେ ବିଜୁ ପକ୍କାଘର ଯୋଜନାର ଶୁଭାରମ୍ଭ କରିଥିଲେ । ଗ୍ରାମାଞ୍ଚଳରେ କଚ୍ଚାଘରେ ରହୁଥିବା ଲୋକଙ୍କୁ ଏହି ଯୋଜନାରେ ପକ୍କାଘର ଦିଆଯାଉଥିଲା । ଏଥିରେ ହିତାଧିକାରୀଙ୍କୁ ୭୦ ହଜାର ଟଙ୍କା ଘର ତିଆରି ବାବଦକୁ ପ୍ରଦାନ କରୁଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ବନ୍ଦ ହୋଇଛି ରାଜ୍ୟ ସରକରାଙ୍କ ଫ୍ଲାଗସିପ ଯୋଜନା ବିଜୁପକ୍କା ଘର ଯୋଜନା । କାଳିଆ ଏବଂ ପ୍ରଧାନମନ୍ତ୍ରୀ କିଷାନ ଯୋଜନା କନଭରଜେନ୍ସ(ସଂଯୋଜନା) ପରେ ଏବେ ପ୍ରଧାନମନ୍ତ୍ରୀ ଆଓ୍ବାସ ଏବଂ ବିଜୁ ପକ୍କାଘର ଯୋଜନା କନଭରଜେନ୍ସ(ସଂଯୋଜନା)ରେ ଚାଲିଛି ।ଏବେ ଏହାକୁ ନେି ରାଜନୈତିକ ଉସ୍ମତା ଦେଖାଦେଇଛି । ।Body:ବିଜେପି କହିଛି ଦୁଇ ଯୋଜନା ମିଳିତ ଭାବେ ଚାଲିବାକୁ ସରକାରି ଭାବେ ନିଷ୍ପତ୍ତି ହୋଇ ଥିବା କେନ୍ଦ୍ର ସରକରାଙ୍କ ପାଖରେ ନାହଁ ।ତେଣୁ ଏହା ବ୍ୟବସ୍ଥାର ଚଞ୍ଚକତା ।କଂଗ୍ରେସ କହିଛି ସରକରାଙ୍କ ସବୁ ସ୍କିମ ପଛରେ ରହିଛି ଶଠତା ।ବିଜେଡି କହିଛି ୪୦ ପ୍ରତିଶତ ଅର୍ଥ ରାଜ୍ୟ ଦେଉଥିବାରୁ ଦୁଇ ଯୋଜନା ମିଳିତ ଭାବେ ଚାଲିବ ।
ଆଉ ବିଜୁ ପକ୍କାଘର ଯୋଜନାରେ ଗ୍ରାମାଞ୍ଚଳରେ କଚ୍ଚାଘରେ ରହୁଥିବା ଲୋକଙ୍କୁ ମିଳିବଲି ପକ୍କାଘର ।କାରଣ ଏହି ଯୋଜନାକୁ ରାଜ୍ୟ ସରକାର ବନ୍ଦ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ କଲଭରଜେନ୍ସ କରିଛନ୍ତି ।ଚଳିତ ପୂର୍ଣ୍ମାଙ୍ଗ ବଜେଟ କିମ୍ବା ଅତିରିକ୍ତ ବଜେଟରେ ବିଜୁ ପକ୍କାଘର ଯୋଜନା ପାଇଂ ଟଙ୍କାଟିଏ ବି ବ୍ୟୟବରାଦ ହୋଇ ନାହିଁ ।ଏ ହେଉଛି ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣର କପି ।ବିଜୁ ପକ୍କାଘର ଯୋଜନାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ କଲଭରଜେନ୍ସ କରିବା ନେଇ କୌଣସି ସରକାରୀ ନିଷ୍ପତି ହୋଇଥିବା କେନ୍ଦ୍ର ସରକାରହ୍କ ଜ୍ଞାତସାରରେ ନାହିଁ ।ରାଜ୍ୟ ସରକରା ଚଞ୍ଚତକା କରିଥିବା ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି ।ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକରା ବିଜୁ ପକ୍କାଘର ପାଇଂ ବଜେଟରେ କୈଣଶି ବ୍ୟୟବରାଦଜ କରିନଥିବା ବେଳେ ,ବିଜୁ ପକ୍କାଘର ଲେଖାଥିବା ଟାଇସ ପ୍ରିଣ୍ଟ କରିବା ପାଇଂ କିଭଳି ଡି.ଆର.ଡି.ଏ ମାନେ ନିର୍ଦ୍ଦେଶ ଦେଉଛନ୍ତି ।ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ସରକରାଙ୍କ ସବୁ ସ୍କିମ ପଛରେ ଶଠତା ରହିଛି ।
।ବିଜେଡି ମୁଖପାତ୍ର ଦେବୀ ପ୍ରସାଦ ମିଶ୍ର କହିଛନ୍ତି ପୂର୍ବରୁ ଗ୍ରାମୀଣ ବିକାଶ ୟୋଜନା ପାଇଂ କେନ୍ଦ୍ର ସରକରା ଶତ ପ୍ରତିଶତ ଅନୁଦାନ ଦେଉଥିଲେ ।ମୋଦି ପ୍ରଧାନମନ୍ତ୍ରୀ ହେବାପରେ କେନ୍ଦ୍ର ୬୦ ଦେଉଥିବା ବେଳେ ରାଜ୍ୟ ୪୦ ଦେଉଛି ।ରାଜ୍ୟ ସରକରାଙ୍କୁ ଏଥିପାଇଂ ୬ହଜାର କୋଟି ଟଙ୍କା ପ୍ରଶାସନିକ ବ୍ୟୟ ବାବଦକୁ ଖର୍ଚ୍ଚ କରିବାକୁ ପଡୁଛି ।ରାଜ୍ୟ ସରକାର ୟେହେକୁ ୪୦ ପ୍ରତିଶତ ଅର୍ଥ ବହନ କରୁଛନ୍ତି ତେଣୁ ଦୁଇ ଯୋଜନାକୁ କନଭରଜେନ୍ସ କରାଯାଇଛି । ନିର୍ମାଣ ହେଉଥିବା ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ ବିଜୁ ପକ୍କାଘର ଯୋଜନା ରହିବ ।
Conclusion:୨୦୧୪ ରେ ରାଜ୍ୟ ସରକରା ପ୍ଲାଗସିଫ ଯୋଜନା ଆକାରରେ ବିଜୁ ପକ୍କାଘରର ଶୁବାରମ୍ଭ କରିଥିଲେ ।ଗ୍ରାମାଞ୍ଛଲରେ କଚ୍ଚାଘରେ ରହୁଥିବା ଲୋକଙ୍କୁ ଏହି ଯୋଜନାରେ ପକ୍କାଘର ଦିଆଯାୁଥିଲା ।୭୦ ହଜାର ଟଙ୍କା ହିତାଧିକାରୀଙ୍କୁ ଘର ତିଆରି ପାଇଁ ମିଳୁଥିଲା

ବାଇଟ୍ -ଦେବି ମିଶ୍ର,ବିଜେଡି

ବାଇଟ୍ -ପଞ୍ଚାନନ କାନୁନଗୋ କଂଗ୍ରେସ

ବାଇଟ୍ -ପୃଥିରାଜ୍ ହରିଚନ୍ଦନ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.