ETV Bharat / city

Dhamnagar by Election: ଭଲ ବ୍ୟବଧାନରେ ଜିତିବ ବିଜେଡି: ଅତନୁ ସବ୍ୟସାଚୀ

ଧାମନଗର ଉପ ନିର୍ବାଚନ ନେଇ ଦଳୀୟ ପ୍ରାର୍ଥୀ ନାମାଙ୍କନ ଭରିନଥିଲେ ବି ବିଜୟ ନେଇ ପୂର୍ବାନୁମାନ କଲାଣି ବିଜେଡି । ଦଳ ଭଲ ବ୍ୟବଧାନରେ ବିଜୟ ହେବ ବୋଲ ବିଜେଡିର ବରିଷ୍ଠ ନେତା ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ଦୁଇ ନମ୍ବରରେ ରହିବା ଲାଗି କଂଗ୍ରେସ-ବିଜେପି ମଧ୍ୟରେ ଲଢେଇ ହେବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

author img

By

Published : Oct 13, 2022, 6:28 PM IST

Dhamnagar by Election: ଭଲ ବ୍ୟବଧାନରେ ଜିତିବ ବିଜେଡି: ଅତନୁ ସବ୍ୟସାଚୀ
Dhamnagar by Election: ଭଲ ବ୍ୟବଧାନରେ ଜିତିବ ବିଜେଡି: ଅତନୁ ସବ୍ୟସାଚୀ

ଭୁବନେଶ୍ବର: ଧାମନଗର ଉପ ନିର୍ବାଚନ ନେଇ ଦଳୀୟ ପ୍ରାର୍ଥୀ ନାମାଙ୍କନ ଭରିନଥିଲେ ବି ବିଜୟ ନେଇ ପୂର୍ବାନୁମାନ କଲାଣି ବିଜେଡି । ଦଳ ଭଲ ବ୍ୟବଧାନରେ ବିଜୟ ହେବ ବୋଲ ବିଜେଡିର ବରିଷ୍ଠ ନେତା ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ଦୁଇ ନମ୍ବରରେ ରହିବା ଲାଗି କଂଗ୍ରେସ-ବିଜେପି ମଧ୍ୟରେ ଲଢେଇ ହେବ ବୋଲି ସେ କହିଛନ୍ତି ।

ଅତନୁ କହିଛନ୍ତି ଯେ, ବିଜୁ ଜନତା ଦଳ ଲୋକଙ୍କ ଦଳ । ବିଗତ ଦିନ ମାନଙ୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଯେତେ ଉପ ନିର୍ବାଚନ ହୋଇଛି ବିଜେଡି ଜିତିଛି । ଲୋକମାନେ ନିଷ୍ପତ୍ତି ନେଇ ବିଜେଡିକୁ ଜିତେଇଛନ୍ତି । ବିଜେପି ଓ କଂଗ୍ରେସ ମଧ୍ୟରୁ ଦ୍ବିତୀୟ ସ୍ଥାନରେ କିଏ ରହିବ ସେ ନେଇ ପ୍ରତିଯୋଗିତା ଚାଲିଛି । ଧାମନଗରବାସୀ ବିଜୁ ଜନତା ଦଳ ସହ ଅଛନ୍ତି । ବିଜୟ ବ୍ୟବଧାନ କେତେ ଅଧିକ ହେବ ସେ ନେଇ ଦଳ କାମ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ସବୁ ଉପ ନିର୍ବାଚନରେ ବିଜେଡି ବିଜୟ ଲାଭ କରିଛି ।

ଏହା ମଧ୍ୟ ପଢନ୍ତୁ: Dhamnagar By-Poll: ଧାମନଗରରୁ ଆପ ପ୍ରାର୍ଥୀ ହେବେ ରାଜେନ୍ଦ୍ର ଦାସ !

କାରଣ ବିଜେଡି ଓଡ଼ିଶାବାସୀଙ୍କ ଦଳ । ବିଜେପି ଦଳ ଯେଉଁ ବାହାସ୍ଫୋଟ ମାରୁଛି ତାହା ବ୍ରଜରାଜନଗର ଉପ ନିର୍ବାଚନ ଫଳାଫଳ ସ୍ପଷ୍ଟ କରିଛି । ବିଜେପି ତୃତୀୟ ସ୍ଥାନକୁ ଚାଲିଯାଇଛି । ବାଲେଶ୍ବର ଆସନ ବିଜେପି ଜିତିଥିଲା, ସେଠି ବି ବିଜେଡ଼ିକୁ ଲୋକେ ସମର୍ଥନ କରି ଜିତାଇଲେ । ଧାମନଗରରେ ବି ବିଜେଡିର ଜିତାପଟ ହେବ । ବିଜୁ ଜନତା ଦଳର ସର୍ବମାନ୍ୟ ନେତା ହେଉଛନ୍ତି ନବୀନ ପଟ୍ଟନାୟକ । ବିଜେଡି ଏକ ଶୃଙ୍ଖଳିତ ଦଳ । ଦଳ ଲୋକଙ୍କ ସହିତ ରହିଛି । ଲୋକଙ୍କ ଶ୍ରଦ୍ଧା ଓ ସ୍ନେହକୁ ନେଇ ଦଳ ଜିତିଛି । ଏଥର ବି ଜିତାପଟ ହେବ ବୋଲି ସେ ଦୃଢତାର ସହ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.