ETV Bharat / city

ରାଜ୍ୟରେ ରକ୍ତ ଅଭାବ ସମସ୍ୟା ଏଡ଼ାଇବା ନେଇ ବୈଠକ - blood problem

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି (ସୋମବାର) ସମସ୍ତ ରାଜ୍ୟ କର୍ମକର୍ତ୍ତା ତଥା ସମସ୍ତ ଜିଲ୍ଲା ସଭାପତିମାନଙ୍କୁ ନେଇ ଏକ ବୈଠକ ହୋଇଛି । ଅଧିକ ପଢନ୍ତୁ...

ରାଜ୍ୟରେ ରକ୍ତ ଅଭାବ ସମସ୍ୟା ଏଡ଼ାଇବା ନେଇ ବୈଠକ

author img

By

Published : May 10, 2021, 11:00 PM IST

ଭୁବନେଶ୍ବର: ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି (ସୋମବାର) ସମସ୍ତ ରାଜ୍ୟ କର୍ମକର୍ତ୍ତା ତଥା ସମସ୍ତ ଜିଲ୍ଲା ସଭାପତିମାନଙ୍କୁ ନେଇ ଏକ ବୈଠକ ହୋଇଛି । ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ହୋଇଥିବା ବୈଠକରେ ରାଜ୍ୟରେ ରକ୍ତ ଅଭାବ ସମସ୍ୟା ଏଡ଼ାଇବା ନେଇ ହୋଇଛି ଆଲୋଚନା ।

ଏହି ବୈଠକର ସଭାପତିତ୍ବ କରିଥିଲେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେହିପରି ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଏବଂ ବିଜୁ ଜନତା ଦଳର ଆଇଟି ସଂଯୋଜକ ସୁବ୍ରତ ଛାଟୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

କୋରୋନା ମହାମାରୀ ଯୋଗୁଁ ରାଜ୍ୟରେ ରକ୍ତ ସମସ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟବ୍ୟାପୀ କିପରି ରକ୍ତ ଅଭାବ ନଦେଖାଯିବ ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଛାତ୍ର ବିଜେଡି ସଭାପତିଙ୍କୁ ପରାମର୍ଶ ଦେଇଛନ୍ତି । ଏହି ପରାମର୍ଶ ଦେଇଛନ୍ତି ପ୍ରଣବ ପ୍ରକାଶ ଦାସ ।

ବର୍ତ୍ତମାନ ୧୮ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟୀକାକରଣ ଆରମ୍ଭ ହୋଇଯାଇଛି । ଟୀକାକରଣ କରିଥିବା ବ୍ୟକ୍ତି ରକ୍ତଦାନ କରିପାରିବ ନାହିଁ । ଏଣୁ ବିଜୁ ଛାତ୍ର ଜନତା ଦଳ ସମ୍ପୂର୍ଣ୍ଣ ଭାବେ ଏଥିପ୍ରତି ତତ୍ପରତା ପ୍ରକାଶ କରିବା ଆବଶ୍ୟକତା ରହିଛି । ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ଏଥିପ୍ରତି ସଚେତନ ହୁଅନ୍ତୁ । ଏହା ସହ ଗାଇଡ୍ ଲାଇନ୍ ମାନି ନିଜ ଅଞ୍ଚଳରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବାକୁ ପ୍ରଣବ ବଳବନ୍ତରାୟ ଅନୁରୋଧ କରିଛନ୍ତି ।

ତତସହିତ ବର୍ତ୍ତମାନ ସମୟରେ କୋରୋନା ମହାମାରୀର ଯେଉଁ ଭୟାବହତା ଦେଖାଦେଇଛି । ଏହାକୁ ଲକ୍ଷ୍ୟ କରି ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ସଚେତନ କରାଇବା ସହ ନିଜ ପରିବାର ଓ ନିଜ ଅଞ୍ଚଳ ପାଇଁ ଥିବା ସାମାଜିକ କର୍ତ୍ତବ୍ୟକୁ ସୁଚାରୁରୂପେ ତ୍ଵରାନିତ କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି ।

କୋରୋନା ମହାମାରୀ ସମୟରେ ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟେକଟି କର୍ମୀ ସଜାଗ ପ୍ରହରୀ ରୂପେ କାର୍ଯ୍ୟ କରିବେ । ଏହା ସହ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମସ୍ତ କୋଭିଡ଼ ଗାଇଡଲାଇନକୁ ମାନି ରକ୍ତଦାନ ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଆହ୍ୱାନ ଦେଇଛନ୍ତି । କୋରୋନା ମହାମାରୀକୁ ପ୍ରତିହତ କରିବା ପର୍ଯ୍ୟନ୍ତ ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟେକଟି କର୍ମକର୍ତ୍ତା ନିଜ ସାମାଜିକ ଦାୟିତ୍ଵକୁ ସୁଚାରୁରୂପେ ତୁଲାଇବାକୁ ଦେବୀ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.