ETV Bharat / city

ବିଜେପୁର ଦେଖିବ ଆଉ ଏକ ଉପନିର୍ବାଚନ! - BJD

ଜିତିଥିବା ଦୁଇଟି ଆସନ ମଧ୍ୟରୁ କେଉଁଟିକୁ ଛାଡ଼ିବେ ନବୀନ? ବିଜେପୁର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଣ ଇଙ୍ଗିତ କରୁଛି? ବିଜେପୁରବାସୀ ପୁଣିଥରେ ଆଉ ଏକ ଉପନିର୍ବାଚନ ଦେଖିବେ କି ? ସାରା ରାଜ୍ୟରେ ଏଇ ଗୋଟିଏ ଚର୍ଚ୍ଚା।

ଫଟୋ ସୌଜନ୍ୟ: ଟ୍ବିଟର
author img

By

Published : May 31, 2019, 6:01 PM IST

ଭୁବନେଶ୍ବର: ବରଗଡ଼ ଜିଲ୍ଲାର ସବୁଠୁ ଚର୍ଚ୍ଚିତ ବିଧାନସଭା ଆସନ ହେଉଛି ବିଜେପୁର। ଗତବର୍ଷ ଏଠାରେ ହୋଇଥିଲା ଉପନିର୍ବାଚନ । ଯେଉଁଥି ପାଇଁ ସାରା ରାଜ୍ୟର ଫୋକସରେ ଥିଲା ବିଜେପୁର । ତେବେ ଚଳିତ ନିର୍ବାଚନରେ ନିଜେ ମୁଖ୍ୟମନ୍ତ୍ରୀ ଏଠାରୁ ପ୍ରାର୍ଥୀହେବା ପୁଣି ଏହି ନିର୍ବାଚନ ମଣ୍ଡଳୀକୁ ଚର୍ଚ୍ଚାର ପରିଧି ମଧ୍ୟକୁ ଆଣିଥିଲା । ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ସହ ପ୍ରଥମ ଥର ପଶ୍ଚିମ ଓଡ଼ିଶାର କୌଣସି ଆସନରୁ ପ୍ରତିଦ୍ବନ୍ଦିତା କରିଥିଲେ ନବୀନ । ତେବେ ପୁଣିଥରେ ଏଠାରେ ଉପନିର୍ବାଚନ ହେବାନେଇ କଥା ଉଡୁ଼ଛି ।

ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ପ୍ରାର୍ଥୀହୋଇ ଜିତିଛନ୍ତି । ହେଲେ କେଉଁଟିକୁ ଛାଡ଼ିବେ ତାହା ଏବେ ବଡ଼ ପ୍ରଶ୍ନବାଚୀ । ହିଞ୍ଜିଳି ନାଁ ବିଜେପୁର ? ତେବେ ପରିସ୍ଥିତିକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ରାଜନୀତିକ ସମୀକ୍ଷକ ନବୀନ ବିଜେପୁରକୁ ଛାଡ଼ିବା ନେଇ ମତ ରଖିଛନ୍ତି । ସରକାର ଗଠନର ଦିନକ ପରେ ମୁଖ୍ୟମନ୍ତ୍ରୀ ବିଜେପୁର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ରାଜ୍ୟ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ ବିଜେପୁରର ପ୍ରାୟ 34 ହଜାର କଚ୍ଚାଘରକୁ ପକ୍କାଘରରେ ପରିଣତ କରାଯିବ । ଏହା ସାଙ୍ଗକୁ ପାନୀୟ ଜଳ ପ୍ରକଳ୍ପ, ନୂଆ ଉଠା ଜଳସେଚନ ପ୍ରକଳ୍ପ, ଭିତ୍ତିଭୂମି ବିକାଶ, ବିଦ୍ୟୁତ ସଂଯୋଗ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ମଧ୍ୟ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିମଧ୍ୟରେ ରହିଛି 112 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଦୁଇଟି ବୃହତ ପାନୀୟ ଜଳ ପ୍ରକଳ୍ପ। ଏଥିସହ ରାସ୍ତା ନିର୍ମାଣ ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥା ପାଇଁ ଆହୁରି ମୋଟା ଅଙ୍କର ରାଶି ଘୋଷଣା ହୋଇଛି । ବଡ଼ କଥା ହେଉଛି ନିଜେ ମୁଖ୍ୟମନ୍ତ୍ରୀ ପ୍ରତି ଦୁଇ ମାସରେ ଥରେ ଏସବୁ କାର୍ଯ୍ୟର ସମୀକ୍ଷା କରିବେ ।

ହଠାତ ବିଜେପୁର ପ୍ରତି ନବୀନଙ୍କ ଏତଦୃଶ ପ୍ରୀତି ସାଧାରଣରେ ସହଜରେ ଗ୍ରହଣ ହୋଇପାରୁନି । ଲୋକେ କହିଲେଣି ଯେ ଡାଲ ମେଁ କୁଛ କାଲା ହୈ । ଅର୍ଥାତ ବିଜେପୁରବାସୀ ପୁଣିଥରେ ଦେଖିବେ ଉପନିର୍ବାଚନ । ଅନ୍ୟଦୃଷ୍ଟିରୁ ବିଚାର କଲେ ବୋଧହୁଏ ନିଜର ପାରମ୍ପରିକ ଆସନ ହିଞ୍ଜିଳିକୁ ଛାଡ଼ିବାକୁ ଚାହୁଁନାହାନ୍ତି ନବୀନ । କାହିଁକି ନାଁ ହିଞ୍ଜିଳିର ଜନତା ତାଙ୍କୁ ଲଗାତାର ପଞ୍ଚମ ଥର ଲାଗି ପ୍ରଚୁର ଭଲପାଇବା ଦେଇ ବିଧାନସଭାକୁ ପଠାଇଛନ୍ତି ।

ତେବେ କଥାଟି ସତ ହେଲେ ବିଜେପୁରବାସୀ ଦେଖିବେ ଉପନିର୍ବାଚନ 2.0 । ଗତବର୍ଷ ଏପ୍ରିଲ 24 ତାରିଖରେ ସେଠାରେ ହୋଇଥିଲା ଉପନିର୍ବାଚନ । ଯେଉଁଥିରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ 41 ହଜାରରୁ ଉର୍ଦ୍ଧ୍ବ ଭୋଟରେ ହରାଇ ବାଜି ମାରିଥିଲେ ବିଜେଡି ପ୍ରାର୍ଥୀ ରିତା ସାହୁ । କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଅଚାନକ ଦେହାନ୍ତ ପରେ ବିଜେଡି ଖେଳିଥିଲା ଗେମ୍ । ଆଉ ତାଙ୍କ ପତ୍ନୀ ରିତାଙ୍କୁ ଦଳୀୟ ପ୍ରାର୍ଥୀକରି ହାତେଇ ନେଇଥିଲା କଂଗ୍ରେସର ପାରମ୍ପିରକ ଆସନଟିକୁ । ଏପରିକି କଂଗ୍ରେସ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ (ଏବେ ବିଜେଡିରେ) ଅମାନତ୍ ହରାଇଥିଲେ ।

ପଶ୍ଚିମ ଓଡ଼ିଶାରେ ବିଜେପିକୁ ରୋକିବାକୁ ନବୀନ ବିଜେପୁରରୁ ଲଢ଼ିଲେ । ବିଧାନସଭାରେ ସଫଳ ହେଲେ ମାତ୍ର, ସବୁ ଲୋକସଭା ପୋଛିନେଲା ବିଜେପି । ତେବେ ଦେଖାଯାଉ ପୁଣି ଯଦି ଏଠାରେ ଉପନିର୍ବାଚନ ହେଉଛି ତେବେ ବିଜେଡି କାହାକୁ ପ୍ରାର୍ଥୀ କରୁଛି । ଏହାସହ ବିଜେଡିକୁ କେତେଦୂର ଫାଇଟ ଦେଇପାରୁଛି ବିଜେପି।

ବ୍ୟୁରୋ ଇନପୁଟ, ଇଟିଭି ଭାରତ

Slug,, sand art modi , avo, Puri ,24.5.19

Anc,, ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱରେ ବିଜେପି ବିପୁଳ ଜନମତ ପାଇ କେନ୍ଦ୍ର ରେ ସରକାର ଗଠନ କରିବାକୁ ଯାଉଚି । ଯାହାକୁ ନେଇ ବିଭିନ୍ନ ମହଲରେ ଶୁଭେଚ୍ଛା ର ସୁଅ ଛୁଟୁ ଥିବା ବେଳେ  ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ବାର୍ତା ଦେଇ ଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। ପୁରୀ ଲାଇଟ ହାଉସ ବେଳାଭୂମି ରେ ସେ ଏକ ଆକର୍ଷଣୀୟ ବାଲୁକା କଳା ମାଧ୍ୟମରେ ମୋଦି ଙ୍କୁ ଏହି ବୃହତ ବିଜୟ ର ଶୁଭେଚ୍ଛା ଦେଇ ଛନ୍ତି। 12 ଫୁଟ ଲମ୍ବ ର ଏହି ବିଶାଳ ବାଲୁକା କଳା ରହିଛି। ଯେଉଁ ଥିରେକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ  ପ୍ରତିକୃତି କରାଯାଇ ନମୋ ହେ ତୋ ସବ ମୁମ କିନ୍ ହେ ବାର୍ତା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସୁରକ୍ଷା ଓ ବିକାଶ କାର୍ଯ୍ୟ ଆଗେଇ ନେବାକୁ ବାଲୁକା କଳା ମାଧ୍ୟମରେ ବାର୍ତା ଦେଇ ଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

What's app ରେ ଭିଯୁଆଲ ଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.