ETV Bharat / city

ବିଜେପୁର ଉପନିର୍ବାଚନ: ରାଜନୈତିକ ଦଳ ସହ ସିଇଓଙ୍କ ବୈଠକ - Ceo meeting with political party

ବିଜେପୁର ଉପନିର୍ବାଚନ ପାଇଁ ସ୍ଵୀକୃତି ପ୍ରାପ୍ତ ରାଜନୈତିକ ଦଳର ନେତୃମଣ୍ଡଳୀଙ୍କୁ ନେଇ ବୈଠକ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 24, 2019, 11:01 PM IST

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳର ନେତୃମଣ୍ଡଳୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।

ଉକ୍ତ ବୈଠକରେ ବିଜେପୁର ଉପନିର୍ବାଚନ ସମ୍ପର୍କରେ ସବିଶେଷ ତଥ୍ୟ ରଖିଥିଲେ ସିଇଓ । ଏଥିସହିତ ବିଜେପୁର ଉପନିର୍ବାଚନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବିଜେପୁର ଉପନିର୍ବାଚନ ଘୋଷଣା ପରଠୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ସାଧାରଣ ସ୍ଥାନରେ ପୋଷ୍ଟର ବ୍ୟାନର ନ ଲଗାଇବାକୁ ବାରଣ ହୋଇଛି ।

ସେହିପରି ନାମାଙ୍କନ ଦାଖଲ ଦିନ ଯଦି କୌଣସି ପ୍ରାର୍ଥୀ ବିରୋଧରେ ଅପରାଧିକ ମାମଲା ଥିବା ଜଣାପଡେ ତେବେ ପ୍ରାର୍ଥୀ ସେ ସମ୍ପର୍କରେ ସବିଶେଷ ତଥ୍ୟ ତିନି ଥର ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମରେ ପ୍ରଚାର କରିବେ ବୋଲି ସିଇଓ କହିଛନ୍ତି । ମଙ୍ଗଳବାର ଆୟୋଜିତ ବୈଠକରେ ବିଜେପି ଓ ବିଜେଡିର ପ୍ରତିନିଧିମାନେ ସାମିଲ ହୋଇଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ପାଇଁ ସ୍ଵୀକୃତି ପ୍ରାପ୍ତ ରାଜନୈତିକ ଦଳର ନେତୃମଣ୍ଡଳୀ ଙ୍କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ମଣ୍ଡଳୀ ସୁରେନ୍ଦ୍ର କୁମାର ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।ଏହି ବୈଠକରେ ବିଜେପୁର ଉପନିର୍ବାଚନ ସମ୍ପର୍କରେ ସବିଶେଷ ତଥ୍ୟ ରଖିଥିଲେ ।Body:ଏହା ସହ ଏହି ଉପନିର୍ବାଚନ ରେ ସହଯୋଗ କାମନା କରିଥିଲେ ।ଉପନିର୍ବାଚନ ଘୋଷଣା ପରଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।ସାଧାରଣ ସ୍ତାନ ରେ ପୋଷ୍ଟର ବ୍ୟାନର ନଲଗାଇବା ପାଇଁ କୁହାଯାଇଛି ।Conclusion:ଏହା ସହ ନାମାଙ୍କନ ଦାଖଲ ଦିନ ଯଦି କୈଣସି ପାର୍ଥୀ ଙ୍କ ବିରୋଧରେ ଅପରାଧିକ ମାମଲା ଥାଏ ୩ଥର ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମରେ ୩ଥର ପ୍ରଚାର କରିବେ ବୋଲି ସିଇଓ କହିଛନ୍ତି ।ଏହି ବୈଠକରେ ବିଜେପି ଓ ବିଜେଡି ର ପ୍ରତିନିଧିମାନେ ଯୋଗଦେଇଥିଲେ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.