ETV Bharat / city

ବିଜେପୁର ବ୍ୟାଟେଲ: ଶେଷଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ 7 ପ୍ରାର୍ଥୀ

ବିଜେପୁର ଉପ-ନିର୍ବାଚନ ପାଇଁ ସରିଛ ପ୍ରାର୍ଥୀପତ୍ର ଦାଖଲ । ପ୍ରାର୍ଥୀପତ୍ର ଯାଞ୍ଚ ପରେ ଜମିବ ପ୍ରଚାର । ବିଜୟ ପାଇଁ ଲଢିବେ ପ୍ରମୁଖ 3ଦଳ ।

author img

By

Published : Sep 30, 2019, 11:30 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ବିଜେପୁର ଉପ-ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ନାମାଙ୍କନ ଦାଖଲ । ସମସ୍ତ ପ୍ରାର୍ଥୀ ଦଳୀୟ ସମର୍ଥକଙ୍କ ସହ ଆସି ନାମାଙ୍କନ ଦାଖଲ କରିଛନ୍ତି । ଆଜି ନାମାଙ୍କନ ଦାଖଲର ଶେଷଦିନ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଆଜି ପୂର୍ବାହ୍ନ 11ଟାରେ ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ନିଜ ସମର୍ଥକ ଓ ଦଳୀୟ ନେତାଙ୍କ ସହ ଆସି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଦିଲ୍ଲୀପଙ୍କ ସହ ଦଳୀୟ ନେତା ପ୍ରଦୀପ ମାଝୀ, ପ୍ରକାଶ ଦେବତା, ପ୍ରଦୀପ ଦେବତା, ନିପନ ଦାସ, ସତ୍ୟଭୂଷଣ ସାହୁ ଆଦି ନେତା ମାନେ ଉପସ୍ଥିତ ଥିଲେ ।

ସେହିପରି ବିଜେଡି ପ୍ରାର୍ଥିନୀ ରୀତା ସାହୁ ଦଳୀୟ ନେତା, ବିଧାୟକ, ମନ୍ତ୍ରୀ ଓ କର୍ମୀଙ୍କ ସହ ଆସି ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ 12ଟାରେ ନାମାଙ୍କନ ଦାଖଲ କରିଥିଲେ । ତାପୂର୍ବରୁ ରୀତା ଏକ ବିରାଟ ଶୋଭାଯାତ୍ରାରେ ପଦ୍ମପୁର ସହରରେ ଏକ ବିରାଟ ଶୋଭାଯାତ୍ରା କରିଥିଲେ । ବିଜେଡି ପ୍ରାର୍ଥିନୀଙ୍କ ନାମାଙ୍କନ ଦାଖଲ ସମୟରେ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ ବହୁ ବିଧାୟକ ଉପସ୍ଥିତ ଥିଲେ ।

ଅନ୍ୟପଟେ ନାମାଙ୍କନ ଦାଖଲ ପୂର୍ବରୁ ବିଜେପି ମଧ୍ୟ ବିଶାଳ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଥିଲା । ବିଜେପି ପ୍ରାର୍ଥୀ ସନତ ଗଡତିଆ ଦଳୀୟ ନେତା, ବିଧାୟକଙ୍କ ସହ ଆସି ଅପରାହ୍ନରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସନତ ନାମାଙ୍କନ ଦାଖଲ ସମୟରେ ଦଳୀୟ ସଭାପତି ବସନ୍ତ ପଣ୍ଡା, ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ, ବରିଷ୍ଠ ନେତା ପ୍ରଦୀପ ପୁରୋହିତ, କେବି ସିଂଦେଓ, ଜୟ ନାରାୟଣ ମିଶ୍ର, ନାଉରୀ ନାୟକଙ୍କ ସମେତ ଶହଶହ ଦଳୀୟ ନେତା ଉପସ୍ଥିତ ଥିଲେ । ଏହି 3ପ୍ରମୁଖ ଦଳ ବ୍ୟତୀତ ଆଜି ଆଉ 4ଜଣ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ତେବେ ନାମାଙ୍କନ ପତ୍ର ଯାଞ୍ଚ ପରେ ଜଣାପଡିବ ମୈଦାନରେ କେତେ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପନିର୍ବାଚନ ହେବାକୁ ଥିବା ବେଳେ ଆଜି ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ସମୟ ରହିଥିଲା । ତେବେ କଂଗ୍ରେସ ଦଳର ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ଆଜି ସକାଳ ୧୧ ଟା ସମୟରେ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ କଂଗ୍ରେସ ଦଳର ପ୍ରଦୀପି ମାଝୀ, ପ୍ରକାଶ ଦେବତା , ପ୍ରଦୀପ ଦେବତା , ନିପନ ଦାସ ,ସତ୍ୟଭୂଷଣ ସାହୁ ଆଦି ନେତା ମାନେ ଉପସ୍ଥିତ କରିଥିଲେ ।
ସେହିପରି ବିଜେଡି ଦଳର ପ୍ରାର୍ଥୀନୀ ରିତା ସାହୁ ମଧ୍ୟ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପଦ୍ମପୁର ସହରରେ ଏକ ରେଲି କରି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଥିଲେ ଏବଂ ୧୨ ଟା ସମୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସ୍ନେହାଙ୍ଗିନୀ ଛୁରୀଆ , ରାସେଶ୍ୱରୀ ପାଣିଗ୍ରାହୀ, ପ୍ରସନ୍ନ ଆଚାର୍ଯ୍ୟ , ପ୍ରଭାସ ସିଂ , ପଦ୍ମନାଭ ବେହେରା , କାଲିକେଶ ସିଂ ଦେଓ , ପ୍ରଫୁଲ୍ଲ ମଲ୍ଲିକ , ନବ ଦାସ , ପ୍ରଦୀପ ଅମାତ ଆଦି ବିଜେଡ଼ି ଦଳର ପ୍ରଭାବଶାଳୀ ନେତା ମାନେ ଉପସ୍ଥିତ ଥିଲେ ।

Body:ବିଜେପି ଦଳର ପ୍ରାର୍ଥୀ ସନତ ଗଡତିଆ ଙ୍କ ନାମାଙ୍କନ ପତ୍ର ଦାଖଳରେ ବିଜେପି ଦଳର ପ୍ରଦୀପ ପୁରୋହିତ , ନାଉରୀ ନାଏକ , ଜୟନାରାୟନ ମିଶ୍ର , କେ ବି ସିଂ ଦେଓ , ବସନ୍ତ ପଣ୍ଡା , ପ୍ରଦୀପ୍ତ ନାଏକ , ମିଲନ ସେଠ ଉପସ୍ଥିତ ରହିଥିଲେ ।
ତେବେ ବିଜେପି , ବିଜେଡି ଓ କଂଗ୍ରେସ ବ୍ୟତୀତ ଅନ୍ୟ ଦଳର ଆଉ ଚାରିଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସମୁଦାୟ ୭ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ବାଇଟ ୧- ଦିଲୀପ ପଣ୍ଡା , (କଂଗ୍ରେସ ପ୍ରାର୍ଥୀ )
ବାଇଟ ୨- ସନଥ ଗଡତିଆ ( ବିଜେପି )
ବାଇଟ ୩- ପ୍ରଦୀପ ପୁରୋହିତ ( ବିଜେପି )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.