ETV Bharat / city

ନବୀନଙ୍କୁ ପ୍ରଶଂସା କଲେ ନୀତିଶ, ସେବା ହିଁ ସର୍ବୋଚ୍ଚ ପ୍ରାଥମିକତା କହିଲେ ମୁଖ୍ୟମନ୍ତ୍ରୀ

author img

By

Published : Aug 21, 2021, 5:13 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପ୍ରଂଶସା। କହିଲେ ସେ ଜଣେ ସଫଳ ଓ ଭିନ୍ନ ରାଜନେତା। ଧନ୍ୟବାଦ ଦେଲେ ନବୀନ। ଅଧିକ ପଢନ୍ତୁ...

ନବୀନ ଏକ ଭିନ୍ନ ରାଜନେତା: ନୀତିଶ
ନବୀନ ଏକ ଭିନ୍ନ ରାଜନେତା: ନୀତିଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଭୁରିଭୁୁରି ପ୍ରଂଶସା । ନୀତିଶ କୁମାର ନବୀନଙ୍କ ଉପରେ ଲେଖଛନ୍ତି, ସେ ଜଣେ ସଫଳ ପ୍ରଶାସକ ଭାବେ ବିଭିନ୍ନ କ୍ଷେତ୍ରରେ ସଫଳ। ନବୀନ ରାଜ୍ୟରେ ଶାସନ କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ମଧ୍ୟ ଆଣିବାରେ ସଫଳ ହୋଇଛନ୍ତି । ଓଡିଶା ଏକ ଉପକୂଳବର୍ତ୍ତୀ ରାଜ୍ୟ ହୋଇ ଥିବାବେଳେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନବୀନ ବେଶ ପ୍ରଭାବଶାଳୀ ଭାବେ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି । ସେହପରି କ୍ରୀଡା ଓ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଭିତ୍ତିଭୂମି ସୁଦୃଢୀକରଣରେ ନବୀନଙ୍କ ପ୍ରଦର୍ଶନ ଖୁବ ପ୍ରଶଂସନୀୟ । ସେ ଜଣେ ଭିନ୍ନ ରାଜନେତା ବୋଲି ମଧ୍ୟ ନୀତିଶ ତାଙ୍କ ଲେଖାରେ ଉଲ୍ଲେଖ କରିଥିବା ଦେଖିବାକୁ ମିଳିଛି ।

  • Thank you Shri @NitishKumar ji for your kind words. The love of people of Odisha, my family of 4.5Cr people, is my blessing for more than two decades. Serving them has been & will always be my utmost priority. https://t.co/MISM2NQMTS

    — Naveen Patnaik (@Naveen_Odisha) August 21, 2021 " class="align-text-top noRightClick twitterSection" data=" ">

ନୀତିଶଙ୍କ ପ୍ରଶଂସା ପରେ ନବୀନ ମଧ୍ୟ ତାଙ୍କୁ ପ୍ରତିଉତ୍ତରରେ ଧନ୍ୟବାଦ ଦେଇଛନ୍ତି । ନବୀନ ପ୍ରତିଉତ୍ତରରେ ଲେଖିଛନ୍ତି ସାଢେ 4 କୋଟି ଓଡିଆ ମୋ ପରିବାର । ସେମାନେ ଦୀର୍ଘ 2 ଦଶନ୍ଧି ଧରି ଆର୍ଶୀବାଦ ସହ ତାଙ୍କ ସେବା କରିବାକୁ ସୁଯୋଗ ଦେଇ ଆସିଛନ୍ତି । ସେମାନଙ୍କ ସେବା ହିଁ ମୋର ସର୍ବୋଚ୍ଚ ପ୍ରାଥମିକତା ବୋଲି ନବୀନ କହିଛନ୍ତି।

  • ମୋର ପ୍ରିୟ ନେତାଙ୍କ ବିଷୟରେ କହିଥିବା ଉଦାର ଶବ୍ଦ ଗୁଡ଼ିକ ପାଇଁ@NitishKumarଙ୍କୁ ମୋର ଧନ୍ୟବାଦ| @Naveen_Odisha ବଡ଼ ବଡ଼ ଫମ୍ପା କଥାରେ ନୁହେଁ,ଅଦ୍ଭୁତ ସଫଳତାର ସହ ଓଡିଶାକୁ ଆଗେଇ ନେଇଛନ୍ତି।ତାଙ୍କ ଜୀବନ,କାର୍ଯ୍ୟ ଉଦାହରଣ ଭାବରେ ସେମାନଙ୍କ ପାଇଁ କାର୍ଯ୍ୟ କରିବ ଯେଉଁମାନେ ରାଜନୀତିରେ ଯୋଗଦେଇ ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି| https://t.co/K7Uc1tVdjL

    — Dr. Amar Patnaik (@Amar4Odisha) August 21, 2021 " class="align-text-top noRightClick twitterSection" data=" ">

ସେହିପରି ନବୀନଙ୍କୁ ନୀତିଶଙ୍କ ପ୍ରଂଶସା ପରେ ଦଳୀୟ ନେତାମାନେ ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଧନ୍ୟବାଦ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି । ଦଳୀୟ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ନୀତିଶ ଲେଖିଥିବା ପ୍ରତ୍ୟେକ ଶବ୍ଦ ନବୀନଙ୍କ ବ୍ୟକ୍ତିତ୍ବର ସଠିକ ପ୍ରତିଫଳନ ବୋଲି କହିଛନ୍ତି । ନବୀନ ଅଧିକ କଥା କହୁନ୍ତି ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ସେ ରାଜ୍ୟକୁ ଅଦ୍ଭୁତପୂର୍ବ ସଫଳତାର ସହ ଆଗେଇ ନେଇଛନ୍ତି । ନବୀନଙ୍କ ଜୀବନ ଓ କାର୍ଯ୍ୟଶୈଳୀ ଅନ୍ୟମାନଙ୍କ ପାଇଁ ପ୍ରେରଣା । ସେ ଆଗାମୀ ଦିନରେ ଭାରତୀୟ ରାଜନୀତିରେ ନିଶ୍ଚିତ ଭାବେ ଅନନ୍ୟ ରହିବେ ବୋଲି କହିଛନ୍ତି ଅମର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.