ଭୁବନେଶ୍ବର: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ବାରା ବିପୁଳ ପରିମାଣର ଗଞ୍ଜେଇ ଜବତ । ଲୁଣ ପ୍ୟାକେଟ ଭଳି ଗଞ୍ଜେଇ ପ୍ୟାକେଟ କରି ଚାଲାଣ କରାଯାଉଥିଲା । ଟ୍ରକରେ ବୋଝେଇ କରି ଚାଲାଣ ହେଉଥିଲା ଗଞ୍ଜେଇ ।
![ncb team arrested accuse on cannabis smuggling from bhubaneswar](https://etvbharatimages.akamaized.net/etvbharat/prod-images/14340827_bbsrganja.jpg)
ଆନ୍ଧ୍ରରୁ ଲୋଡ ହୋଇ ବିହାର ଚାଲାଣ ବେଳେ ଭୁବନେଶ୍ଵରରୁ ହେଲା ଜବତ । ଖବର ପାଇ ଖୋର୍ଦ୍ଧା ଗୋଡିପଡା ଟୋଲ ଗେଟ୍ ନିକଟରୁ ଜବତ କରିଛି ଏନସିବି ଟିମ । ଏଥିସହ ବିହାରର ଜଣେ ଅଭିଯୁକ୍ତ ମନୋହର ଯାଦବକୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଭୁବନେଶ୍ବର(NCB, Sub-Zone, Bhubaneswar) ଜୋନାଲ ଟିମ ।
ଏନସିବି ଏହି ଟ୍ରକକୁ (OR-05AJ-3504) ଜବତ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ସେହିପରି ଏନସିବି ପକ୍ଷରୁ ଏହାକୁ ନେଇ ଅଧିକ ଖୋଳତାଡ ଜାରି ରହିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ