ଭୁବନେଶ୍ବର: ପ୍ରଳୟଙ୍କରୀ ବାତ୍ୟା ‘ଫନି’ ଯୋଗୁଁ ସ୍ମାର୍ଟ ସିଟି ଭୁବନେଶ୍ବର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳରେ ଜଙ୍ଗଲ ସମ୍ପଦର ବିଶେଷ କ୍ଷତି ହୋଇଛି। ତେଣୁ ଏହି କ୍ଷତିର ଭରଣ କରିବା ପାଇଁ ନାଲକୋର ସିଏମଡି ଡ଼ଃ ତପନ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ବୃକ୍ଷରୋପଣ । ବୃକ୍ଷରୋପଣ ଜରିଆରେ ଭୁବନେଶ୍ବରର ସବୁଜିମା ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି ।
![Bhubaneswar to go green](https://etvbharatimages.akamaized.net/etvbharat/prod-images/3990388_plant.jpg)
ସିଏମଡିଙ୍କ ଅଧ୍ୟକ୍ଷତାରେ ଏକ ଟାକ୍ସ ଫୋର୍ସ ଗଠନ କରାଯାଇଛି। ଯାହାର ଉଦେଶ୍ୟ ଏହି ସବୁ ଅଞ୍ଚଳରେ ଚାର ରୋପଣ କରି ପୁନଃ ସବୁଜିମା ଫେରାଇ ଆଣିବା। ଏହାକୁ ଦୃଷ୍ଟିରେ ରଖି ସିଆଇଆଇ ଓଡିଶା ଓ ସୋଆ ୟୁନିଭରସିଟି ପକ୍ଷରୁ ଆୟୋଜିତ ହୋଇଥିବା ହ୍ୟୁମାନ କ୍ୟାପିଟାଲ କଂକ୍ଲେଭ ଅବସରରେ ଏହାର ଶୁଭାରମ୍ଭ କରାଯାଇଛି।
ଯେଉଁଥିରେ ଡ଼ଃ ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାରା ରୋପଣ କରିଛନ୍ତି। ଏହି ଅବସରରେ ଡ଼ଃ ଚାନ୍ଦ ସବୁଜିମା ବୃଦ୍ଧି କରିବା ସହିତ ଏହାର ରକ୍ଷଣାବେକ୍ଷଣ ପାଇଁ ସମସ୍ତେ ଆଗକୁ ଆସିବାକୁ ପରାମର୍ଶ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଆଇଆଇ ଓଡ଼ିଶାର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ର, ନାଲକୋ ମାନବ ସମ୍ବଳ ବିଭାଗ ନିର୍ଦେଶକ ବିକେ ଠାକୁର, ଏମଓଆଇଏଲ ର ମାନବସମ୍ବଳ ନିର୍ଦେଶକ ଉଷା ସିଂ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ।
ପରେ ପରେ ଆୟୋଜିତ କଂକ୍ଲେଭରେ ମାନବ ସମ୍ବଳକୁ ବିନିଯୋଗ କରି କିପରି ଉଦ୍ୟୋଗମାନଙ୍କର କ୍ରିୟାଶୀଳତା ଓ ଉତ୍ପାଦକତା ବୃଦ୍ଧି କରାଯାଇପାରିବ ସେ ଦିଗରେ ବକ୍ତାମାନେ ଆଲୋକପାତ କରିଥିଲେ। ଯାହା ଫଳରେ ଉଦ୍ୟୋଗ ଲାଭବାନ ହେବା ସହିତ ଦେଶର ଆର୍ଥିକ ପ୍ରଗତିରେ ସହାୟକ ହୋଇ ପାରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ଡିନ ଅନୁପ କୁମାର ସାମନ୍ତରାୟ କହିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ