ଭୁବନେଶ୍ବର: ନୟାପଲ୍ଲୀ ସୁପାରୀ କିଲର ଘଟଣା । ଶେଷ ହେଲା ଚାରି ଦିନିଆ ରିମାଣ୍ଡ । ପୁଣି ଥରେ ତୃତୀୟ ପର୍ଯ୍ୟାୟରେ ରିମାଣ୍ଡରେ ନେଇ ପଚରାଉଚୁରା କରିବ ପୋଲିସ ।
ରାଜଧାନୀ ଭୁବନେଶ୍ବରରୁ ସୁପାରିକିଲରକୁ ଗିରଫ କରିଥିଲା ପୋଲିସ । ସୁପାରି ନେଇ ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରିବା ସମୟରେ ଧରିଥିଲା ପୋଲିସ । ସୁପାରି କିଲର ସମ୍ପଦ ସାହୁ ନାଁରେ ୭ଟି ମାମଲା ଥିବାବେଳେ ପ୍ରଶାନ୍ତଙ୍କ ନାଁରେ ୧୭ ଟି ମାମଲା ରହିଛି । ଯେଉଁ ବ୍ୟକ୍ତି ସୁପାରୀ ଦେଇଥିଲେ ତାହାକୁ ଖୋଜୁଛି ପୋଲିସ ।
ଏହା ବି ପଢନ୍ତୁ: ଦାଦାବଟି ନ ଦେବାରୁ ଛୁରାମାଡ଼, CCTVରେ କଏଦ ଲାଇଭ ଭିଡ଼ିଓ
ସୂଚନାଥାଉକି, ଗତ ୨୮ ତାରିଖ ଦିନ ରାଜଧାନୀରୁ ଧରାପଡିଥିଲା କୁଖ୍ୟାତ ସୁପାରି କିଲର ସମ୍ପଦ ସାହୁ। ଭୁବନେଶ୍ବର ନୟାପଲ୍ଲୀ ଥାନା ପୋଲିସ ତାକୁ ଧରିଥିଲା । ଠିକ ସମୟରେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା ସହଯୋଗୀ ପ୍ରଶାନ୍ତ କୁମାର ଦାସ । ଏହା ପରେ ପୋଲିସ ଗିରଫ କରିଥିଲା।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ