ଭୁବନେଶ୍ବର: ଇନସ୍ୟୁରାନ୍ସ, ପରମିଟ ଓ ପଲ୍ୟୁସନ ସାର୍ଟିଫିକେଟ ନଥାଇ ଚାଲୁଛି ବିଏମସି ଅଳିଆ ବୁହା ଗାଡି । ଯାହାର କି କୌଣସି ଖାତିର ନାହିଁ ବିଏମସି ଅଧିକାରୀଙ୍କୁ । ଲୋକଙ୍କ ଜୀବନ ସହ ଖେଳି ବିପଦରେ ଯାତାୟତ କରୁଛନ୍ତି ନିଇତି । ଚେକିଂ ବେଳେ ଧରାପଡିଥିବା ବିଏମସି ଗାଡିକୁ ମୋଟା ଅଙ୍କର ଫାଇନ ଆଦାୟ କରିଛନ୍ତି ଆରଟିଓ ଭୁବନେଶ୍ବର-2ର ଚେକିଂ ଅଧିକାରୀ ।
ପଟିଆ ରଘୁନାଥପୁର ବ୍ରିଜ ନିକଟରେ ଚେକିଂ ବେଳେ OR19D8316 ଗାଡିକୁ ପରମିଟ, ପଲ୍ୟୁସନ ଓ ଇନସ୍ୟୁରାନ୍ସ ନଥାଇ ୨୨୫୦୦ ଟଙ୍କା ଫାଇନ ଏବଂ OR02B9141 ଗାଡିର ପରମିଟ ନଥିବାରୁ ୧୦୦୦ ଟଙ୍କା ଫାଇନ କଷିଛନ୍ତି ଆରଟିଓ ଅଧିକାରି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ