ETV Bharat / city

Eat Right Station ମାନ୍ୟତା ପାଇଲା ଭୁବନେଶ୍ବର ରେଳ ଷ୍ଟେସନ

author img

By

Published : Dec 23, 2021, 9:15 PM IST

‘ଇଟ ରାଇଟ ଷ୍ଟେସନ’ (eat right station)ମାନ୍ୟତା ପାଇଲା ଭୁବନେଶ୍ବର ରେଳ ଷ୍ଟେସନ । ଭୁବନେଶ୍ବର ଷ୍ଟେସନକୁ ଦେଶର ଷଷ୍ଠ ଇଟ ରାଇଟ ଷ୍ଟେସନ(eat right station) ଭାବେ ମାନ୍ୟତା ଦେଇଛି ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ- FSSAI । ଅଧିକ ପଢନ୍ତୁ

Bhubaneswar Railway: ଇଟ ରାଇଟ ଷ୍ଟେସନ ମାନ୍ୟତା ପାଇଲା ଭୁବନେଶ୍ବର ରେଳ ଷ୍ଟେସନ

ଭୁବନେଶ୍ବର: ‘ଇଟ ରାଇଟ ଷ୍ଟେସନ’ (eat right station)ମାନ୍ୟତା ପାଇଲା ଭୁବନେଶ୍ବର ରେଳ ଷ୍ଟେସନ । ଭୁବନେଶ୍ବର ଷ୍ଟେସନକୁ ଦେଶର ଷଷ୍ଠ ଇଟ ରାଇଟ ଷ୍ଟେସନ(eat right station) ଭାବେ ମାନ୍ୟତା ଦେଇଛି ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ- FSSAI । ଭୁବନେଶ୍ବର ଷ୍ଟେସନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ନିରାପତ୍ତା କମିଶନର ଯାମିନୀ ଷଡ଼ଙ୍ଗୀଙ୍କ ଠାରୁ ଇଟ ରାଇଟ ଷ୍ଟେସନ ସାର୍ଟିଫିକେଟ ଗ୍ରହଣ କରିଛନ୍ତି ଖୋର୍ଦ୍ଧା ରୋଡ଼ ରେଲୱେ ଡିଆରଏମ୍ ରିଙ୍କେଶ ରାୟ ।

ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଷ୍ଟେସନକୁ ମିଳିଛି ୪ ଷ୍ଟାର ରେଟିଂ । ସ୍ବଚ୍ଛତା, ନିରାପଦ ଖାଦ୍ୟ ଭଳି ମାନଦଣ୍ଡରେ ଉତ୍କୃଷ୍ଟ ପ୍ରଦର୍ଶନ ଲାଗି ଏହି ମାନ୍ୟତା ପାଇଛି ଭୁବନେଶ୍ବର ଷ୍ଟେସନ । ରାଜ୍ୟ ସରକାର ଓ ଭାରତୀୟ ରେଳପଥର ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ଖାଦ୍ୟ ନିରାପତ୍ତା କମିଶନର । କିଛି ମାସ ମଧ୍ୟରେ ପୁରୀ ଷ୍ଟେସନକୁ ମଧ୍ୟ ଇଟ ରାଇଟ ଷ୍ଟେସନରେ ପରିଣତ କରିବାକୁ କାର୍ଯ୍ୟ କରାଯାଉଛି ବୋଲି କହିଛନ୍ତି ଖୋର୍ଦ୍ଧା ରୋଡ଼ ରେଲୱେ ଡିଆରଏମ । ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟ ଷ୍ଟେସନକୁ ମଧ୍ୟ ଏହି ମାନ୍ୟତା ଦେବାକୁ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ରିଙ୍କେଶ ରାୟ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.