ETV Bharat / city

କଏଦୀ ପିଲାଙ୍କ ନିଆରା ହୋଲି, ରଙ୍ଗ-ଅବିର ସାଙ୍ଗକୁ ନାଚ-ଗୀତ - କଏଦୀ ପିଲା

ହୋଲିର ଦିନକ ପୂର୍ବରୁ ହୋଲି ଖେଳିଛନ୍ତି କଏଦୀଙ୍କ ପିଲାମାନେ । ରଙ୍ଗ ଅବିର ଓ ସଙ୍ଗୀତରେ ମସଗୁଲ ହୋଇ ରଙ୍ଗ ଖେଳିଥିଲେ ପିଲାମାନେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 21, 2019, 11:30 PM IST

ଭୁବନେଶ୍ବର: ରାତି ପାହିଲେ ରଙ୍ଗର ପର୍ବ ହୋଲି । ରଙ୍ଗ ଖେଳରେ ମାତିବେ ସଭିଏଁ । ସେଥିପାଇଁ ଉତ୍ସବମୁଖର ପୁରପଲ୍ଲୀ । କିନ୍ତୁ ହୋଲିର ଦିନକ ପୂର୍ବରୁ ହୋଲି ଖେଳିଛନ୍ତି କଏଦୀଙ୍କ ପିଲାମାନେ । ରଙ୍ଗ ଅବିର ଓ ସଙ୍ଗୀତରେ ମସଗୁଲ ହୋଇ ରଙ୍ଗ ଖେଳିଥିଲେ ପିଲାମାନେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମଧୁରମୟୀ ସେବା ଶିକ୍ଷା ନିକେତନରେ ଏହି ଖେଳର ଆସର ଜମିଥିଲା । ଏହି ସେବା ନିକେତନରେ ରହୁଥିବା ପିଲାମାନଙ୍କ ବାପାମା ଜେଲରେ କଏଦୀ ଭାବେ ଜୀବନ କାଟୁଛନ୍ତି । ନାଚ, ଗୀତ ରଙ୍ଗ ଖେଳ ମସଗୁଲ ହୋଇଥିଲେ ଛାତ୍ରଛାତ୍ରୀ । ଏତେ ପିଲାଙ୍କ ସହ ରଙ୍ଗ ଖେଳି ଖୁସି ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ ।

ରଙ୍ଗ ଖେଳକୁ ନେଇ ମଧୁରମୟୀ ସେବା ନିକେତନର ମୁଖ୍ୟ ପରିଚଳିକା ନିରୋଜା ଲକ୍ଷ୍ମୀ ମହାପାତ୍ର କହିଛନ୍ତି, ଏଠାରେ ପ୍ରତି ବର୍ଷ ନିଆରା ଢଙ୍ଗରେ ରଙ୍ଗ ଖେଳ ହୁଏ । ସିନେ ତାରକାମାନେ ମଧ୍ୟ ସାମିଲ ହୁଅନ୍ତି । କିନ୍ତୁ ଚଳିତ ବର୍ଷ 2ଦିନ ଧରି ରଙ୍ଗଖେଳ ହେବ । ଏଠାରେ ରହୁଥିବା ପିଲାମାନଙ୍କର ଯେହେତୁ ପିତା ମାତା ପାଖରେ ନାହାଁନ୍ତି, ସେଥିପାଇଁ ସେମାନେ ସମସ୍ତ ଓଡ଼ିଆ ପର୍ବ ପାଳନ କରନ୍ତି । ଚଳିତ ବର୍ଷ ହୋଲିକୁ ନେଇ ସମସ୍ତେ ସଜାଗ ଅଛନ୍ତି। କୌଣସି ପ୍ରକାରର କେମିକାଲ ମିଶା ରଙ୍ଗ ନ ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଛି ।

ଭୁବନେଶ୍ବର ବିକାଶ ଦାସ, ଇଟିଭି ଭାରତ

Intro:Body:

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକକୁ ନେଇ ନାହିଁନଥିବା ଚର୍ଚ୍ଚା ଚାଲିଥିବାବେଳେ ଆଜି ରିଲିଜ ହୋଇଛି ଫିଲ୍ମର ଟ୍ରେଲର। ଟ୍ରେଲରରେ ମୋଦିଙ୍କ ଭୂମିକାରେ କମାଲ କରିଛନ୍ତି ଅଭିନେତା ବିବେକ ଓବରୟ, ଯେଉଁଥିରେ ଦେଖିବାକୁ ମିଳିଛି ମୋଦିଙ୍କ ବ୍ୟକ୍ତିଗତ ତଥା ରାଜନୈତିକ ଜୀବନର ଝଲକ।

ଟ୍ରେଲରରେ ମୋଦିଙ୍କ ପିଲାଦିନରୁ ନେଇ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତର କଠିନ ସମୟ ଦର୍ଶାଯାଇଛି । ମୁମ୍ବାଇର ଗୋଟିଏ ଇଭେଣ୍ଟରେ ଫିଲ୍ମର ସମସ୍ତ ଷ୍ଟାରଙ୍କ ଉପସ୍ଥିତିରେ  ରିଲିଜ କରାଯାଇଛି ଏହି ଟ୍ରେଲର। ଫିଲ୍ମରେ କେବଳ ବିବେକ ନୁହେଁ ବରଂ ତାଙ୍କ ପିତା ସୁରେଶ ଓବରୟ ମଧ୍ୟ ନଜର ଆସିଛନ୍ତି । ଫିଲ୍ମରେ ଅମିତ ଶାହଙ୍କ ଭୂମିକାରେ ମନୋଜ ଯୋଶୀ ନଜର ଆସୁଥିବାବେଳେ ମୋଦିଙ୍କ ମାଆ ହିରାବେନଙ୍କ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଜରିନା ୱହାବ।

ପ୍ରକାଶ ଥାଉକି, ଫିଲ୍ମଟି ସମସ୍ତଙ୍କ ପାଇଁ ବହୁତ ଖାସ କାରଣ ଏଥିରେ ଦେଶର ପ୍ରଧାନମନ୍ତ୍ରୀଙ୍କ ସାଧୁ, ମୁଖ୍ୟମନ୍ତ୍ରୀ ଆଉ ତାପରେ ପ୍ରଧାନମନ୍ତ୍ରୀ ହେବାର ସମ୍ପୂର୍ଣ୍ଣ କାହାଣୀ ନଜର ଆସିବ। ନିର୍ବାଚନକୁ ଆଖିରେ ରଖି ଫିଲ୍ମଟି ଏପ୍ରିଲ 5ତାରିଖରେ ରିଲିଜ ହେବାର ନିଷ୍ପତ୍ତି ନିଆଯାଇଛି। କିନ୍ତୁ ପୂର୍ବରୁ ଏହା ଏପ୍ରିଲ 12ତାରିଖରେ ରିଲଜ ହେବାର ଘୋଷଣା କରାଯାଇଥିଲା ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.