ETV Bharat / city

ଭୁବନେଶ୍ବରକୁ ଜୁଡିସିଆରୀ ହବ୍‌ ଯୋଜନା, ଗୋଟିଏ ସ୍ଥାନରେ ସମସ୍ତ କୋର୍ଟ ଦାବି - Bhubaneswar all courts

ଭୁବନେଶ୍ବରକୁ ଜୁଡିସିଆରୀ ହବ୍‌ କରିବା ପାଇଁ ଗୋଟିଏ ସ୍ଥାନରେ ସମସ୍ତ କୋର୍ଟର ଦାବି ହେଉଛି । ଏହା ହେଲେ ଓକିଲ ଓ ମହକିଲଙ୍କ ପାଇଁ ସୁବିଧା ହେବ ବୋଲି କୁହାଯାଉଛି । ଅଧିକ ପଢନ୍ତୁ...

ଭୁବନେଶ୍ବରକୁ ଜୁଡିସିଆରୀ ହବ୍‌ ଯୋଜନା, ଗୋଟିଏ ସ୍ଥାନରେ ସମସ୍ତ କୋର୍ଟ ଦାବି

author img

By

Published : Sep 7, 2020, 2:04 PM IST

ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ବର ହେବ ଜୁଡିସିଆରୀ ହବ୍‌ । ଓକିଲ ଓ ମହକିଲଙ୍କ ପାଇଁ ହେବ ସୁବିଧା । ଗୋଟିଏ ସ୍ଥାନରେ କରିହେବ ସମସ୍ତ ଆଇନଗତ ସମାଧାନ । ଏପରି କିଛି ଆଶା କରିଛନ୍ତି ଆଇନଜୀବୀ ଓ ସାଧାରଣ ଲୋକେ ।

ଭୁବନେଶ୍ବରକୁ ଜୁଡିସିଆରୀ ହବ୍‌ ଯୋଜନା, ଗୋଟିଏ ସ୍ଥାନରେ ସମସ୍ତ କୋର୍ଟ ଦାବି

ରାଜ୍ୟର ବିଭିନ୍ନ ସ୍ଥାନରୁ ଦୈନିକ 8ରୁ 10 ହଜାର କେସଧାରୀ ମହକିଲ ବିଭିନ୍ନ ମାମଲା ନେଇ ଭୁବନେଶ୍ବର ଆସୁଛନ୍ତି । ଏଠାରେ 5 ହଜାରରୁ ଅଧିକ ଓକିଲ କାମ ମଧ୍ୟ କରୁଛନ୍ତି । ରାଜଧାନୀର ବିଭିନ୍ନ ସ୍ଥାନରେ ଜୁଡିସିଆଲ, ଦେବୋତ୍ତର, ଚକବନ୍ଦୀ, ସିଭିଲ, କ୍ରିମିନାଲ ଓ ଟିକସ ଭଳି 100 ରୁ ଉର୍ଦ୍ଧ୍ବ କୋର୍ଟ ରହିଛି । ତେବେ ଏସମସ୍ତ କୋର୍ଟ ଗୋଟିଏ ସ୍ଥାନରେ ରହିଲେ ସୁବିଧା ହେବ ବୋଲି ଆଶା କରାଯାଉଛି । ଭୁବନେଶ୍ବର କୋର୍ଟ ପରିସରରେ ନୂଆ ବିଲଡିଂ ନିର୍ମାଣ ହେଉଥିବାରୁ ଏହି ସ୍ଥାନରେ ହିଁ ସମସ୍ତ କୋର୍ଟ ରହିବ ବୋଲି ଆଶା କରିଛି ବାର ଆସୋସିଏସନ ।

ଭୁବନେଶ୍ବର ରାଜ୍ୟର ରାଜଧାନୀ ହୋଇଥିବାରୁ ଅନେକ ଲୋକ ଏଠାକୁ ଆସନ୍ତି । ତେଣୁ ସେମାନଙ୍କ ସୁବିଧା ପାଇଁ ଗୋଟିଏ ସ୍ଥାନରେ ହିଁ ସମସ୍ତ କୋର୍ଟ କଲେ ଭଲ ହେବ ବୋଲି ଭୁବନେଶ୍ବର ବାର ଆସୋସିଏସନର କର୍ମକର୍ତ୍ତା କହିଛନ୍ତି । ସେପଟେ ଭୁବନେଶ୍ବରରେ ଅନେକ କୋର୍ଟ ଥିଲେ ମଧ୍ୟ ଅଲଗା ଅଲଗା ସ୍ଥାନରେ ରହୁଥିବାରୁ ଲୋକଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଗୋଟିଏ ସ୍ଥାନରେ ହିଁ କୋର୍ଟ ହେଲେ ସୁବିଧା ମିଳିବ ବୋଲି ସାଧାରଣ ଲୋକେ ଆଶା ରଖିଛନ୍ତି ।

ତେବେ ସମସ୍ତ ଅସୁବିଧାକୁ ଲକ୍ଷ୍ୟ କରି ଗୋଟିଏ ସ୍ଥାନରେ ସବୁ କୋର୍ଟ କାର୍ଯ୍ୟ କରିବା ନେଇ ଦାବି ଜୋର ଧରିଥିବାବେଳେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ସମୟ କହିବ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.