ETV Bharat / city

ସ୍କୁଲ ଫି ବୃଦ୍ଧିକୁ ବିରୋଧ, ଗଣ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ

ଘରୋଇ ଶିକ୍ଷାନୁଷ୍ଠାନରେ ସ୍କୁଲ ଫି ବୃଦ୍ଧି ବିରୋଧରେ ଛାତ୍ର କଂଗ୍ରେସର ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ବାସଭବନ ଘେରାଉ । ଅଧିକ ପଢନ୍ତୁ...

author img

By

Published : Mar 23, 2021, 12:31 PM IST

Updated : Mar 23, 2021, 1:17 PM IST

Bhubaneswar: NSUI protest against school fee hike in private institution
ସ୍କୁଲ ଫି ବୃଦ୍ଧିକୁ ବିରୋଧ, ଗଣ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ

ଭୁବନେଶ୍ବର: ଘରୋଇ ଶିକ୍ଷାନୁଷ୍ଠାନରେ ସ୍କୁଲ ଫି ବୃଦ୍ଧିକୁ ଛାତ୍ର କଂଗ୍ରେସର ବିରୋଧ । ଏନେଇ ରାଜ୍ୟ ଛାତ୍ର କଂଗ୍ରେସର କର୍ମୀ ଗଣ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଚେଷ୍ଟା କରିଛନ୍ତି । ରାଜ୍ୟ ଛାତ୍ର କଂଗ୍ରେସର ସଭାପତି ୟାସିର ନୟାଜଙ୍କ ନେତୃତ୍ବରେ ଶତାଧୀକ କର୍ମୀ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ବାସଭବନ ଘେରିବାକୁ ପ୍ରୟାସ କରିଥିଲେ । ତେବେ ପୋଲିସ ପ୍ରତିବାଦରେ ସାମିଲ କର୍ମୀଙ୍କୁ ଅଟକାଇଥିଲା । ଫଳରେ ବେଶ କିଛି ସମୟ ପରିବେଶ ଉଷ୍ମ ରହିଥିଲା ଓ ପୋଲିସ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । କର୍ମୀମାନେ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି କରିଥିଲେ । ପରେ ପୋଲିସ ପ୍ରତିକାରାତ୍ମକ ଗିରଫ କରି ସେଠାରୁ ଅନ୍ୟତ୍ର ନେଇଯାଇଥିଲା ।

କୋରୋନା ମହାମାରୀ ଯୋଗୁଁ ଏବେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇପଡିଛି । ଏହି ସମୟରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ମନ ଇଛା ସ୍କୁଲ ଫି ବୃଦ୍ଧି କରିବାରେ ଲାଗିଛନ୍ତି । ଫଳରେ ସାଧାରଣ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହାର ପ୍ରତିବାଦରେ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିବା କହିଛନ୍ତି ଛାତ୍ର କଂଗ୍ରେସ କର୍ମୀ ।

ଯଦି ଶୀଘ୍ର ସ୍କୁଲ ଫିକୁ କମ୍‌ କରା ନ ଯାଏ ତେବେ, ରାଜ୍ୟ ତମାମ ଛାତ୍ର କଂଗ୍ରେସ ଏହାର ପ୍ରତିବାଦ କରିବ ବୋଲି କହିଛନ୍ତି ରାଜ୍ୟ ସଭାପତି ୟାଶୀର ନୟାଜ ।

ଭୁବନେଶ୍ବର ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Mar 23, 2021, 1:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.