ETV Bharat / city

ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ, ୨୨ ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ - ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ

ଶୁକ୍ରବାର ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବବରେ ୫୫୬ ଜଣ ଛାତ୍ରଛାତ୍ରୀଙ୍କୁ କୃତିତ୍ଵ ଓ ୨୨ ଜଣଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ,୨୨ ଜଣଙ୍କୁ ସ୍ଵର୍ଣ୍ଣ ପଦକ

author img

By

Published : Sep 24, 2022, 1:23 PM IST

ଭୁବନେଶ୍ବର: ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ(Sri Sri University ninth convocation) ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ (Higher Education Minister Rohit Pujari)ଯୋଗ ବିଦ୍ୟାଳୟରେ ଦିଆଯାଉଥିବା ଶିକ୍ଷାର ମାନକୁ ନେଇ ପ୍ରଶଂସା କରିଥିଲେ । ଏଥିସହ ନବମ ସମାବର୍ତ୍ତନ ଉତ୍ସବରେ ୫୫୬ ଜଣ ଛାତ୍ରଛାତ୍ରୀଙ୍କୁ କୃତିତ୍ଵ ଓ ୨୨ ଜଣଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା ।

ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ,୨୨ ଜଣଙ୍କୁ ସ୍ଵର୍ଣ୍ଣ ପଦକ
ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ,୨୨ ଜଣଙ୍କୁ ସ୍ଵର୍ଣ୍ଣ ପଦକ

ଏହା ମଧ୍ୟ ପଢନ୍ତୁ-ସୋନିଆ ଗାନ୍ଧୀ ଯାହାକୁ ଚାହିଁବେ ସେ ସଭାପତି ହେବେ: କଂଗ୍ରେସ ବିଧାୟକ

୫୫୦ ଜଣ ସ୍ନାତକୋତ୍ତର, ୬ ଜଣ ଡ଼କ୍ଟରେଟ ସହିତ ମୋଟ ୫୫୬ ଜଣ ଛାତ୍ର ଚଳିତ ବର୍ଷ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟରୁ କୃତିତ୍ଵ ଲାଭ କରିଛନ୍ତି । ୬ ଜଣ ପିଏଚଡି ଅଧିକାରୀ ଗିରିଜା ଶଙ୍କର ଦାସ, ବରାଦ ପ୍ରସାଦ ପାଣିଗ୍ରାହୀ, ଦେବାଶିଷ ଦାସ, ପ୍ରିତିଧରା ହୋତା, ସଞ୍ଜୟ କୁମାର ପଟ୍ଟନାୟକ, ସଞ୍ଜୟ ବାରିକ, ୨୨ ଜଣ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଏବଂ ବିଶେଷଜ୍ଞତାରେ ସେମାନଙ୍କର ଅତୁଳନୀୟ ଏକାଡେମିକ ପ୍ରଦର୍ଶନ ପାଇଁ ସାମଗ୍ରିକ ଶ୍ରେଷ୍ଠ ଛାତ୍ରଙ୍କ ସମେତ ୨୨ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା ।

ଏହି ଉତ୍ସବରେ ପାଖାପାଖି ହାଜାରରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ, ସରକାରୀ କର୍ମଚାରୀ, ଆଦି ଯୋଗଦାନ କରିଥିଲେ । ୨୦୧୯ ମସିହାରେ ଶ୍ରୀ ଶ୍ରୀ ବିଶ୍ଵବଦ୍ୟାଳୟ ଏକ ଶାନ୍ତ ପରିବେଶରେ ପ୍ରତିଷ୍ଠିତ ହୋଇ ଶ୍ରେଷ୍ଠ ବିଶ୍ଵବିଦ୍ୟାଳୟମାନଙ୍କ ମଧ୍ୟରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ୧୦ ବର୍ଷର ପୂର୍ତ୍ତି ମଧ୍ୟରେ ଅନେକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନଙ୍କୁ ଜାତୀୟ ଓ ଆନ୍ତର୍ଜତୀୟ ସ୍ତରରେ ସଫଳତା ଆଣିଦେଇଛି । ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟରେ (Sri Sri University )ପୂର୍ବ ଏବଂ ପାଶ୍ଚାତ୍ୟର ସର୍ବୋତ୍ତମକୁ ମିଶ୍ରିତ କରି ଜ୍ଞାନ ଓ କୌଶଳ ପ୍ରଦାନ କରଯାଏ ।

ଏହି ଉତ୍ସବରେ ଯୋଗ ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି ଯେ, ''ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ଏକ ମାଧ୍ୟମ ଯାହା ଓଡ଼ିଶାର ଉଚ୍ଚଶିକ୍ଷାକୁ ଆଗକୁ ନେଇଯିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଓଡ଼ିଶା ଶିକ୍ଷାର ପ୍ରୟୋଗଶାଳା ହୋଇଛି । ଏକ ଉଜ୍ଜଳ ସମାଜ ଗଠନରେ ସମସ୍ତେ ବ୍ରତୀ ହେବେ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ପୂଜାରୀ ଆଶା ପ୍ରକାଶ କରିଥିଲେ ।''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.